Posted inଫୁରସତ

କୋଟିପତି ସଫେଇ କର୍ମଚାରୀ

ଲଣ୍ଡନ: ବ୍ରିଟେନ୍‌ର କାର୍ଲିସ୍ଲେରେ ରହୁଥିବା ଜେମ୍ସ କ୍ଲାର୍କସନ(୨୦) ୭.୫ ମିଲିୟନ ପାଉଣ୍ଡ (ପ୍ରାୟ ୮୦ କୋଟି ଟଙ୍କା)ର ଲଟେରି ଜ୍ୟାକ୍‌ପଟ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଗତ କ୍ରିସ୍‌ମସ୍‌ ସମୟରେ ନ୍ୟାଶନାଲ ଲଟେରିରେ ଜେମ୍ସ ୧୨୦ ପାଉଣ୍ଡ (୧୨,୬୭୬ ଟଙ୍କା) ଜିତିଥିଲେ ଏବଂ ଉକ୍ତ ଅର୍ଥରେ ସେ ଆଉ ଏକ ଲଟେରି ଟିକେଟ କିଣି ୮୦ କୋଟି ଟଙ୍କା ହାତେଇଛନ୍ତି। ତେବେ ୮୦ କୋଟି ଟଙ୍କାର ମାଲିକ ହେବା ପରେ ମଧ୍ୟ ଜେମ୍ସ ନିଜ ବୃତ୍ତିକୁ ଭୁଲିନାହାନ୍ତି ଏବଂ ପୂର୍ବପରି ସେ ପ୍ରତିଦିନ ସକାଳେ ନିଜର ଡ୍ରେନ୍‌ ସଫା କାର୍ଯ୍ୟକୁ ଜାରି ରଖିଛନ୍ତି।
ଜେମ୍ସ କହିଛନ୍ତି, ଯେତେବେଳେ ସେ ୮୦ କୋଟି ଟଙ୍କାର ଲଟେରି ଜିତିଛନ୍ତି ବୋଲି ଜାଣିଲେ ତାଙ୍କୁ ପ୍ରଥମେ ବିଶ୍ୱାସ ହୋଇ ନ ଥିଲା। ଏହା ତାଙ୍କ ପାଇଁ ଏକ ସ୍ବପ୍ନ ସଦୃଶ ଥିଲା ବୋଲି ଜେମ୍ସ କହିଛନ୍ତି। ସେ ଏହାପରେ ନିଜ ପରିବାର ଓ ଗର୍ଲଫ୍ରେଣ୍ଡଙ୍କୁ ଏହି ଖୁସିଖବର ଜଣାଇଥିଲେ। କୋଟିପତି ହୋଇଥିବା ଖୁସିରେ ତାଙ୍କ ଘରେ ଭୋଜିର ଆୟୋଜନ ହୋଇଥିଲା ବୋଲି ଜେମ୍ସ କହିଛନ୍ତି।
ତେବେ ସମ୍ପ୍ରତି ଡ୍ରେନ୍‌ ସଫେଇ କର୍ମଚାରୀ ଭାବେ ସେ ନିଜ ବୃତ୍ତିକୁ ଛାଡ଼ିବେ ନାହିଁ ବୋଲି ଜେମ୍ସ କହିଛନ୍ତି। ଏବେ ତାଙ୍କର ବୟସ ଖୁବ୍‌ କମ୍‌। ଲଟେରି ଜିତି କୋଟିପତି ହେବାର ଅର୍ଥ ନୁହେଁ, ସେ ତାଙ୍କ କାମ ଛାଡ଼ିଦେବେ ବୋଲି ଜେମ୍ସ କହିଛନ୍ତି। ୮୦ କୋଟି ଟଙ୍କାର ଲଟେରି ଜିତିବାର ଠିକ୍‌ ପରଦିନ ସେ ଶୀତରେ ଠିଆ ହୋଇ ଡ୍ରେନ୍‌ ସଫା କରୁଥିବାର ନଜରକୁ ଆସିଥିଲେ। ଜଣେ ସଫେଇ କର୍ମଚାରୀ ଭାବେ ସହରକୁ ସଫାସୁତୁରା ରଖିବା ହେଉଛି ତାଙ୍କର ବାସ୍ତବତା। ସେ ଏହି ବାସ୍ତବତାକୁ ପରିବର୍ତ୍ତନ କରିବାକୁ ଚାହାନ୍ତି ନାହିଁ ବୋଲି ଜେମ୍ସ କହିଛନ୍ତି। ଏହି ନମ୍ର ଏବଂ ପରିଶ୍ରମୀ ସ୍ବଭାବ ଯୋଗୁ ଜେମ୍ସଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri