ମିଲର୍ସ ସାଜିଛନ୍ତି ହର୍ତ୍ତାକର୍ତ୍ତା: ଧାନ ରଖିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ନାହିଁ ଯଥେଷ୍ଟ ପଣ୍ୟାଗାର

ଭୁବନେଶ୍ୱର,୭ା୮(ରବିନାରାୟଣ ଜେନା): ଖାଦ୍ୟଶସ୍ୟ ଉତ୍ପାଦନରେ ଦେଶରେ ଓଡ଼ିଶା ଏବେ ୪ର୍ଥତମ ବଳକା ରାଜ୍ୟ ରୂପେ ପରିଗଣତି ହେଉଛି। ରାଜ୍ୟରେ ପ୍ରତିବର୍ଷ ଧାନଫସଲ ଉତ୍ପାଦନ ବଢ଼ୁଛି, ଯେଉଁଥିପାଇଁ ରାଜ୍ୟ ସରକାର ଚାଷୀଙ୍କଠାରୁ ପ୍ରତିବର୍ଷ ଧାନ ସଂଗ୍ରହ ପରିମାଣ ବଢ଼ାଇ ଚାଲିଛନ୍ତି। ଖରିଫ୍‌ ଓ ରବି ଋତୁକୁ ମିଶାଇ ବର୍ଷକୁ ସରକାର ପ୍ରାୟ ୮୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରୁଥିବାବେଳେ ଆଉ ପ୍ରାୟ ୨୦ ଲକ୍ଷରୁ ଊଦ୍ଧର୍‌ବ ମେଟ୍ରିକ୍‌ ଟନ୍‌ ଧାନ ଲୋକେ ବିକ୍ରି କରିପାରୁ ନ ଥିବାରୁ ଟୋକନ ତାତି ଜୋର୍‌ ଧରୁଛି। ଏହାବାଦ୍‌ ଚାଷୀମାନେ ନିଜ ଗୁଜରାଣ ମେଣ୍ଟାଇବା ପାଇଁ ଲକ୍ଷାଧିକ ଟନ୍‌ ଧାନ ନିଜଘରେ ସଂରକ୍ଷଣ କରୁଛନ୍ତି। ହେଲେ ଶସ୍ୟକୁ ସଂରକ୍ଷିତ ରଖିବା ଲାଗି ରାଜ୍ୟ ସରକାରଙ୍କ ପାଖରେ ଆବଶ୍ୟକ ପଣ୍ୟାଗାର ନ ଥିବାବେଳେ ଏତେପରିମାଣର ଧାନ ରଖିବା ପାଇଁ ମିଲର୍ସ ହିଁ ହର୍ତ୍ତାକର୍ତ୍ତା ସାଜିଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ପକ୍ଷରୁ ଜଣାପଡ଼ିଛି।
ରାଜ୍ୟରେ ପ୍ରାଥମିକ କୃଷି ସମବାୟ(ପାକ୍ସ) ଓ ଲାମ୍ପ୍ସ କେତେ ଏବଂ କେଉଁ ପାକ୍ସରେ କିପ୍ରକାର ସୁବିଧା ସୁଯୋଗ ରହିଛି ସେନେଇ ରାଜ୍ୟ ଅତିରିକ୍ତ ନିବନ୍ଧକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅତିରିକ୍ତ ସଚିବଙ୍କୁ ଚଳିତବର୍ଷ ଖରିଫ୍‌ ଧାନ ସଂଗ୍ରହର ତଥ୍ୟ ମଙ୍ଗଳବାର ପ୍ରଦାନ କରିଛନ୍ତି। ତଥ୍ୟାନୁସାରେ, ରାଜ୍ୟ ସରକାରଙ୍କ ହାତରେ ମାତ୍ର ୪ ଲକ୍ଷ ୧୫ ହଜାର ୧୦୫ ମେଟ୍ରିକ୍‌ ଟନ୍‌ ଧାନ ସଂରକ୍ଷଣ କରିବା କ୍ଷମତା ରହିଛି, ଯାହା ସମୁଦ୍ରକୁ ଶଙ୍ଖେ କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ଏତେ ପରିମାଣର ଧାନ କିଭଳି ସରକାର ଚାଷୀଙ୍କଠାରୁ ସଂଗ୍ରହ କରୁଛନ୍ତି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ରାଜ୍ୟରେ ସର୍ବାଧିକ ଧାନମଣ୍ଡି କ୍ଷମତା ବରଗଡ଼ ଜିଲାରେ ରହିଛି। ଏହି ଜିଲାରେ ୬୩ ହଜାର ୯୫୦ ମେଟ୍ରିକ୍‌ ଟନ୍‌ ଧାନ ସଂରକ୍ଷଣ କରାଯାଇପାରୁଛି। ସେହିପରି ରାୟଗଡ଼ାରେ ୩୨ ହଜାର ୭୫୦ ମେଟ୍ରିକ୍‌ ଟନ୍‌ ଧାନ ସଂରକ୍ଷିତ ହୋଇପାରୁଥିବାବେଳେ ସମ୍ବଲପୁରରେ ୨୮ ହଜାର ୬୫୦ ମେଟ୍ରିକ୍‌ ଟନ୍‌ ଧାନ ସଂରକ୍ଷଣ ପାଇଁ ମଣ୍ଡି ରହିଛି। ଏହାବାଦ୍‌ ବାଲେଶ୍ୱରରେ ୨୦ ହଜାର ମେଟ୍ରିକ୍‌ ଟନ୍‌, ବଲାଙ୍ଗୀରରେ ୨୩ ହଜାର ୮୭୫ ମେଟ୍ରିକ୍‌ ଟନ୍‌, କଳାହାଣ୍ଡିିରେ ୩୩ ହଜାର ୫୦୦ ମେଟ୍ରିକ୍‌ ଟନ୍‌, ନବରଙ୍ଗପୁରରେ ୩୧ ହଜାର ୯୫୦ ମେଟ୍ରିକ୍‌ ଟନ୍‌, କଟକରେ ୧୫ ହଜାର ୬୦ ମେଟ୍ରିକ୍‌ ଟନ୍‌, ଖୋର୍ଦ୍ଧାରେ ୧୬ ହଜାର ୬୭୫ ମେଟ୍ରିକ୍‌ ଟନ୍‌ ଧାନ ସଂରକ୍ଷଣ କ୍ଷମତା ରହିଛି।
ଏହି ପରିପ୍ରେକ୍ଷୀରେ ସମବାୟ ବିଭାଗ ପକ୍ଷରୁ ବିଶ୍ବର ସର୍ବବୃହତ୍‌ ଶସ୍ୟାଗାର ନିର୍ମାଣ କରିବାକୁ ପରକଳ୍ପନା କରାଯାଇଥିଲା। ୨୦୨୩ ଡିସେମ୍ବର ୨୬ରେ ସମବାୟ ବିଭାଗର ତତ୍କାଳୀନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଏହି ନିଷ୍ପତ୍ତି ନେଇଥିଲା। ହେଲେ ଏହା ଏପର୍ଯ୍ୟନ୍ତ ଝୁଲିରହିଛି। ଫଳରେ ଧାନ ସଂରକ୍ଷଣ ଅଭାବରୁ ଅଧିକାଂଶ ସମୟ ଟୋକନ ତାତି ଉପୁଜୁଛି। କେତେବେଳେ ମିଲର୍ସ ଆସିଲେ ଧାନ ଉଠୁଛି ତ ଆଉ କେତେବେଳେ ମିଲର୍ସଙ୍କ ଚାହିଦା ଅନୁଯାୟୀ ଧାନ ସଂଗ୍ରହ କରାଯାଉଛି, ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଅନ୍ୟପକ୍ଷେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରୁଛନ୍ତି। ସରକାରଙ୍କ ପକ୍ଷରୁ ଯେପର୍ଯ୍ୟନ୍ତ ଧାନମଣ୍ଡି କିମ୍ବା ପଣ୍ୟାଗାରର ସୁବିଧା ନ ହୋଇଛି ସେପର୍ଯ୍ୟନ୍ତ ଏପରି ସମସ୍ୟା ଲାଗିରହିବ ବୋଲି ଖାଦ୍ୟ ଯୋଗାଣ ବିଭାଗର ଜଣେ ବରିଷ୍ଠ କର୍ମକର୍ତ୍ତା ନାମ ଗୋପନ ରଖି କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସମବାୟ ଅତିରିକ୍ତ ନିବନ୍ଧକଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟରେ ଏବେ ୪୨୫୨ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଓ ଲାମ୍ପ୍ସ ରହିଛି। ଏଥିମଧ୍ୟରୁ ୨୭୮୩ଟି ପାକ୍ସରେ କମ୍ପ୍ୟୁଟର ରହିଥିବା ବେଳେ ୨୭୨୪ଟି ପାକ୍ସରେ ଡିଇଓ ଅଛନ୍ତି। ୩୨୧୭ଟିରେ ଇଣ୍ଟରନେଟ୍‌ ସଂଯୋଗ ରହିଛି। ୩୩୮୭ଟିରେ ପାନୀୟଜଳର ସୁବିଧା ରହିଥିବାବେଳେ ୨୭୦୯ଟିରେ ଶୌଚାଳୟ ରହିଛି। ୧୬୯୯ଟି ପାକ୍ସରେ ପିଣ୍ଡି ରହିଥିବାବେଳେ ରାଜ୍ୟରେ ୪୯୧ଟି ଆର୍‌ଏମ୍‌ସି ରହିଛି। ଏହାବାଦ୍‌ ରାଜ୍ୟରେ ସମୁଦାୟ ପାକ୍ସ ମଧ୍ୟରୁ ୮୩୧ଟିରେ ପୂର୍ଣ୍ଣକାଳୀନ ସେକ୍ରେଟାରି ନ ଥିବା ଅତିରିକ୍ତ ନିବନ୍ଧକଙ୍କ ତଥ୍ୟରୁ ଜଣାପଡ଼ିଛି।

Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?