ମିଲର୍ସ ଆନ୍ଦୋଳନ: ମଣ୍ଡିରେ ପଡି ରହିଛି ୩ ଲକ୍ଷରୁ ଊର୍ଦ୍ଧ୍ୱ ବସ୍ତା ଧାନ

ନୂଆପଡ଼ା,୬ା୧ (ମକାରୁ ବେମାଲ): ନୂଆପଡ଼ା ଜିଲାର ସମସ୍ତ ମିଲର୍ସ ବିଭିନ୍ନ ଦାବି ନେଇ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ମଣ୍ଡିରେ ଅଚଳାବସ୍ଥା ଦେଖାଦେଇଛି। ଦୀର୍ଘ ବର୍ଷରୁ ମିଲର୍ସମାନେ ମିଲିଂ ଚାର୍ଜ ବୃଦ୍ଧି କରାଯାଉ ବୋଲି ଦାବି କରିଆସୁଛନ୍ତି। ସେହିପରି ଧାନର ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ, ୪୦ କିଲୋମିଟରରୁ ଅଧିକ ଦୂରତା ପାଇଁ ଧାନ ଓ ଚାଉଳ ପରିବହନ ଖର୍ଚ୍ଚ ନିକଟରେ ସଂଶୋଧିତ ହୋଇଥିବା ୨୮ ପଇସା ପ୍ରତି କୁଇଣ୍ଟାଲ ପରିବର୍ତ୍ତେ ପୂର୍ବ ଦର ୪୩ ପଇସା ଲାଗୁ କରାଯାଉ,ଦୂରତା ଅନୁଯାୟୀ ପୈଠ କରିବା ପରିବର୍ତେ ଏମଏମଡିଏଫ ନାମରେ ବିଲ କରାଯିବା, ଖରିଫ ଋତୁ ୨୦୨୪-୨୫ ଓ ୨୦୨୫-୨୬ ପାଇଁ ଅରୁଆ ଚାଉଳ ମିଲିଂ ଧାନ ଉପରେ ଡ୍ରାଏଜକୁ ୧ ଶତକଡାକୁ ପୁନଃ ସ୍ଥାପିତ କରିବା ଆଦି ଦାବି ରହିଛି। ଏ ନେଇ ସରକାରଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏବେ ମିଲର୍ସଙ୍କ ଆନ୍ଦୋଳନ ଯୋଗୁ ଜିଲାରେ ୭୭ ମଣ୍ଡିରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ବସ୍ତା ଧାନ ପଡି ରହିଛି। ପ୍ରକାଶଥାଉ କି ଚଳିତ ଖରିଫ ଋତୁରେ ଜିଲାର ୫୧ ହଜାର ୩୪୧ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରୁ ରବିବାର ସୁଦ୍ଧା ୨୮ ହଜାର ୫୪୧ ଚାଷୀଙ୍କ ୧୨ ଲକ୍ଷ ୪୨ ହଜାର ୪୧୮ କୁଇଣ୍ଟାଲ ଧାନ ଉଠାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧାନ ସଂଗ୍ରହ ବ୍ୟବସ୍ଥା ବିପର୍ଯ୍ୟସ୍ତ: ଆଜି ବିଜେଡିର ଚାଷୀ ଆନ୍ଦୋଳନ

ଭୁବନେଶ୍ୱର, ୨୪।୨(ସୁନିତ ମିଶ୍ର):ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯେଉଁଥିପାଇଁ ରାଜ୍ୟର ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି। ତେଣୁ ଚାଷୀଙ୍କ ସ୍ବାର୍ଥ ପାଇଁ ବିଜେଡି…

ବିଧାନସଭାର ୫୯ ମିନିଟ୍‌: ଜାଣନ୍ତୁ କ’ଣ ଘଟିଲା

ଭୁବନେଶ୍ୱର, ୨୪।୨(ସୁନିତ୍‌ ମିଶ୍ର):ବିଧାନସଭା ବଜେଟ ଅଧିବେଶନର ୬ଷ୍ଠ ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ହୋଇପାରିନାହିଁ। ଚାଷୀ ପ୍ରସଙ୍ଗରେ ଗୃହ ଭିତରେ ପୂରା ଦିନ ବିରୋଧୀ ଦଳ ବିଜେଡି…

କପଡ଼ା ବ୍ୟବସାୟୀଙ୍କ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର ୫ ଶିଶୁଙ୍କ ସମେତ ୬ ମୃତ

ମେରଠ,୨୪।୨: ଉତ୍ତର ପ୍ରଦେଶର ମେରଠ ଜିଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ସୋମବାର (୨୩ ଫେବୃଆରୀ) ରାତିରେ ଲିସାଡି ଗେଟ ଥାନା ଅଞ୍ଚଳ ଅନ୍ତର୍ଗତ କିଡୱାଇ…

ଟିମ ଇଣ୍ଡିଆର ମନୋବଳ ବଢ଼ାଇଲେ BCCI ସଚିବ ଦେବଜିତ ସାଇକିଆ, ପରବର୍ତ୍ତୀ ମ୍ୟାଚ ପୂର୍ବରୁ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୪।୨: ରବିବାର, ଫେବୃଆରୀ ୨୨ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା T20 ବିଶ୍ୱକପ ୨୦୨୬ର ସୁପର ୮ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ କ୍ରିକେଟ ଦଳ…

ଓ୍ବେଷ୍ଟ ଇଣ୍ଡିଜର ବିଜୟ ବିଗାଡିଦେଲା ଟିମ ଇଣ୍ଡିଆର ସମୀକରଣ, ସେମିଫାଇନାଲ ଯିବା କେତେ କଷ୍ଟକର ଜାଣନ୍ତୁ

ନୂଆଦିଲ୍ଲୀ,୨୪।୨: ୱେଷ୍ଟଇଣ୍ଡିଜ ICC T20 ବିଶ୍ୱକପ ୨୦୨୬ର ସୁପର ୮ମ୍ୟାଚରେ ଜିମ୍ବାୱେ ବିପକ୍ଷରେ ୧୦୭ ରନର ବିଶାଳ ବିଜୟ ସହିତ ଗ୍ରୁପ ୧ ସମୀକରଣକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ…

ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ଅଗ୍ନିକାଣ୍ଡ, ସୋମବାର ରାତିରୁ ଜଳୁଛି…

ଭୁବନେଶ୍ୱର,୨୪।୨: ସୁପର ମାର୍ଟ ଲାଗିଛି ନିଆଁ । ସୋମବାର ରାତିରୁ ନିଆଁ ଲାଗିଥିବା ବେଳେ ମଙ୍ଗଳବାର ସକାଳ ସୁଧା ମଧ୍ୟ ନିଆଁ ଲାଗିଥିବା ନେଇ ଦେଖାଯାଇଛି ।…

ମରୀଚିକା ପାଲଟିଛି କଳାହାଣ୍ଡିରେ ଟେକ୍ସଟାଇଲ ପାର୍କ: ବନ୍ଦ ପଡିଛି କେସିଙ୍ଗା ଜିନିଂ ମିଲ

ଭବାନୀପାଟଣା, ୨୪ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଟେକ୍ସଟାଇଲ ପାର୍କ ଏବେ ମରୀଚିକା ପାଲଟିଛି। ସମଗ୍ର ଓଡିଶାରେ କଳାହାଣ୍ଡି ଜିଲା କପା ଉତ୍ପାଦନରେ ପ୍ରଥମ ସ୍ଥାନରେ ରହିଥିବାବେଳେ…

ପଶ୍ଚିମ ଓଡ଼ିଶାରେ ଝିପିଝିପି ବର୍ଷା ସାଙ୍ଗକୁ କୁଆପଥର ମାଡ଼, ଆଜି ଘଡ଼ଘଡ଼ି ସହ ବର୍ଷା ନେଇ ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪।୨(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥିସହ ଗାଙ୍ଗେୟ ପଶ୍ଚିମବଙ୍ଗରୁ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶକୁ ଏକ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri