ଦୁଗ୍ଧ ଉତ୍ପାଦନ ୨୫% ହ୍ରାସ, ଗୋ ସମ୍ପଦ ପ୍ରଭାବିତ

ଜଗତ୍‌ସିଂହପୁର ଅଫିସ, ୨୪ା୮: ଜଗତ୍‌ସିଂହପୁର ଏକ କୃଷିପ୍ରଧାନ ଜିଲା ଭାବେ ପରିଚିତ। ଏହି ଜିଲାର ଅଧିକାଂଶ ଲୋକ କୃଷି ଓ ଗୋ ସମ୍ପଦ ପାଳନ କରି ଜୀବିକା ନିର୍ବାହ କରିଥାନ୍ତି। ବିଶେଷକରି ଦୁଗ୍ଧ ବିକ୍ରି କରି ଜିଲାର ବହୁ ଲୋକ ପରିବାର ଭରଣପୋଷଣ କରିଥାନ୍ତି। ଏନେଇ ଜଗତ୍‌ସିଂହପୁର ଜିଲା ଦୁଗ୍ଧ ଉତ୍ପାଦନରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ମାତ୍ର ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଜିଲାର ଗୋ ସମ୍ପଦ ପ୍ରଭାବିତ ହୋଇଛି, ଯେଉଁ କାରଣରୁ ଜିଲାରେ ଦୁଗ୍ଧ ଉତ୍ପାଦନ ୨୫% ହ୍ରାସ ପାଇଛି। ସେଥିରୁ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।
ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ମାସ ପୂର୍ବରୁ ଜିଲାରୁ ଓମଫେଡ୍‌ ମାଧ୍ୟମରେ ୧,୧୫,୦୦୦ ଲିଟର ଦୁଗ୍ଧ କାରବାର ହେଉଥିଲା। ଲଗାଣ ବର୍ଷା ଓ ବନ୍ୟା ପୂର୍ବରୁ ଏହି ପରିମାଣ ୧,୦୭,୦୦୦ ଲିଟରକୁ ଖସି ଆସିଥିଲା। ବନ୍ୟା ହେଲା ପରେ ଜିଲାର ୩୨ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୮୨ ଗ୍ରାମର ପାଖାପାଖି ୨୮,୨୪୧ ପ୍ରାଣୀ ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି। ସେଥିମଧ୍ୟରୁ କୁଜଙ୍ଗ ବ୍ଲକ ଅନ୍ତର୍ଗତ ୧୧ ପଞ୍ଚାୟତ ଅଧୀନ ୨୮ ଗ୍ରାମର ୬,୪୩୧ ଗାଈ, ୧,୫୭୭ ଛେଳି ଓ ମେଣ୍ଢା ମିଶାଇ ମୋଟ ୮୦୦୮ଟି ପ୍ରାଣୀ ପ୍ରଭାବିତ ହୋଇଛନ୍ତି। ଅନୁରୂପ ଭାବେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ୧୦ ପଞ୍ଚାୟତ ଅଧୀନ ୩୫ଟି ଗ୍ରାମର ୯,୦୧୪ ଗୋରୁଗାଈ, ୫,୨୮୪ ଛେଳି, ମେଣ୍ଢାକୁ ମିଶାଇ ମୋଟ ୧୪,୨୯୮ ପ୍ରାଣୀ କ୍ଷତିଗ୍ରସ୍ତ ହୋଇଛନ୍ତି। ପାଖାପାଖି ୧୦ ଦିନ ହେବ ଅନେକ ଗୋସମ୍ପଦ ଖାଦ୍ୟ, ପାନୀୟ ଓ ଆବଶ୍ୟକ ଚିକିତ୍ସା ଅଭାବରୁ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏ ପରିସ୍ଥିତିରେ ଜିଲାପାଳ ପାରୁଲ ପଟାୱରୀ ଓ ଜିଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡ. ବୀରକିଶୋର ପରିଡ଼ାଙ୍କ ତତ୍ତ୍ୱାବଧାନରେ ଜିଲା ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ ପକ୍ଷରୁ ବୋଟ୍‌ ଓ ଡଙ୍ଗା ଯୋଗେ ଗୋ ଖାଦ୍ୟ ଯୋଗାଇବା ପାଇଁ ଯଥାସମ୍ଭବ ଉଦ୍ୟମ ହୋଇଛି। ଏଥିମଧ୍ୟରେ କୁଜଙ୍ଗ ବ୍ଲକ ଅଞ୍ଚଳରେ ୧୦୧, ତିର୍ତ୍ତୋଲରେ ୧୩୨ ସହ ଜିଲାରେ ମୋଟ ୨୬୫ ମେଟ୍ରିକ ଟନ୍‌ ଦାନା ଯୋଗାଇବା ସମ୍ଭବ ହୋଇପାରିଛି। ୯୨ କ୍ୟାମ୍ପ କରାଯାଇଛି। ୨୩ ଡାକ୍ତରୀ ଦଳ ବନ୍ୟାଞ୍ଚଳ ବୁଲି ୫,୨୦୭ ପ୍ରାଣୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି। ମାତ୍ର ଠିକଣା ସମୟରେ ବୋଟ୍‌ ଓ ଡଙ୍ଗାର ଅଭାବ ଦେଖାଦେଇଥିଲା,ତେଣୁ ଖାଦ୍ୟ ଓ ଆବଶ୍ୟକ ଚିକିତ୍ସା ସୁବିଧା ନ ପାଇ ଗୋ ସମ୍ପଦ ଅବହେଳିତ ଅବସ୍ଥାରେ ଥିବା ସାଧାରଣରେ ଅଭିଯୋଗ ହୋଇଛି। ଏବେ ପରିସ୍ଥିତିରେ ସୁଧାର ଆସିଥିଲେ ସୁଦ୍ଧା ଦୁଗ୍ଧ ଉତ୍ପାଦନ କମିଛି ଅର୍ଥାତ୍‌ ପାଖାପାଖି ୭୫,୦୦୦ ଲିଟରକୁ ଖସି ଆସିଛି। ପୂର୍ବରୁ ମିଲ୍କ ମନ୍ତ୍ର ଓ ପ୍ରଗତି ଆଦି ମାଧ୍ୟମରେ ପାଖାପାଖି ୧,୧୦,୦୦୦ ଲିଟର କାରବାର ହେଉଥିଲା। ଏବେ ଏହି ପରିମାଣ ପାଖାପାଖି ୨୫% କମିଥିବା ଆକଳନ କରାଯାଉଛି। ପରିସ୍ଥିତି ସୁଧୁରିଲା ପରେ ବାସ୍ତବସ୍ଥିତି ଜଣାପଡ଼ିବ।
ଏ ସମ୍ପର୍କରେ କୁଜଙ୍ଗ ବ୍ଲକ ହଂସୁରା ପଞ୍ଚାୟତ ଅନ୍ତର୍ଗତ ଅନଳିପାଟଣା ଗ୍ରାମର ଲକ୍ଷ୍ମଣ ମଳିକ, ଦେବଦତ୍ତ ଦାସ, ନୃସିଂହ ଦାସ, ବୈଦ୍ୟନାଥ ମହାପାତ୍ର, ବିଚିତ୍ରାନନ୍ଦ ଦାସ, ଉମେଶ ମହାରଣା, ହଂସୁରାର ସୂର୍ଯ୍ୟମଣି ସାମନ୍ତରାୟ, ସାଂପୁରର ସୂର୍ଯ୍ୟକାନ୍ତ ଦାସ ଓ ମନଦଲପୁରର ଗୋଲେଖ ବେହେରା ପ୍ରମୁଖ କହିଛନ୍ତି, ଗୋରୁଗାଈ ଘାସ ଖାଇବାକୁ ପାଉ ନ ଥିବାରୁ ଗୋଖାଦ୍ୟ ଉପରେ ନିର୍ଭରଶୀଳ। ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଗୋଖାଦ୍ୟ ଦିଆଯିବା ଜରୁରୀ। ବନ୍ୟା ଯୋଗୁ ପରିବେଶ ଖରାପ ହୋଇଯାଇଥିବାରୁ ରୋଗ ବଢ଼ିବାର ଆଶଙ୍କା ରହିଛିି। ତେଣୁ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ଆବଶ୍ୟକ ସହଯୋଗ ନ ମିଳିଲେ ପରିସ୍ଥିତି ବିଗିଡ଼ିଯିବ। ହଂସୁରା ସରପଞ୍ଚ ରବିନାରାୟଣ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପାରାଦୀପରେ ବଡବଡ ଶିଳ୍ପ ସାଙ୍ଗକୁ ବନ୍ଦର ରହିଛି। କିନ୍ତୁ ବନ୍ୟା ସମୟରେ ଏହି ଶିଳ୍ପ ସଂସ୍ଥାଗୁଡିକ କୌଣସି ପ୍ରକାର ସହାୟତା ଯୋଗାଇ ନ ଦେବା ଦୁର୍ଭାଗ୍ୟଜନକ କଥା । ତେଣୁ ଶିଳ୍ପ ସଂସ୍ଥାଗୁଡିକ ଏବେଠାରୁ ସହାୟତାର ହାତ ବଢାଇବାକୁ ସେ ଅନୁରୋଧ କରିଛନ୍ତି। ଜିଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡା. ପରିଡ଼ା କହିଛନ୍ତି, ବିଭାଗ ପକ୍ଷରୁ ବନ୍ୟାଞ୍ଚଳରେ ଯଥାସମ୍ଭବ ଗୋଖାଦ୍ୟ, ଚିକିତ୍ସା ଓ ଟିକା ଆଦି ଯୋଗାଇ ଦିଆଯାଉଛି। ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri