ମାଳିପଦର ଜଙ୍ଗଲରେ ମାଓବାଦୀ-ଏସ୍‌ଓଜି ଗୁଳିବିନିମୟ: ୨ ମାଓବାଦୀ ନିହତ

କୋରାପୁଟ ,୧୧।୧୧ (ସ୍ବ.ପ୍ର.):  କୋରାପୁଟ ଜିଲାର ବୈପାରିଗୁଡ଼ା ଥାନା ଅଧୀନ ମାଳିପଦର ଜଙ୍ଗଲରେ ଗୁରୁବାର ରାତିରେ ଏସ୍‌ଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ବନ୍ଧୁକ, ବହୁ ବିସ୍ଫୋରକ, ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମାଗ୍ରୀ ସହ ୧୦ବସ୍ତା ଗଞ୍ଜେଇ ଜବତ କରାଯାଇଛି ବୋଲି ଶୁକ୍ରବାର କୋରାପୁଟ ଏସ୍‌ପି କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।
ଡିଆଜିଙ୍କ ସୂଚନାନୁଯାୟୀ, ବୈପାରିଗୁଡ଼ାର ମାଳିପଦର, ବଦଳିପାହାଡ଼, ଅଟଲାଗୁଡ଼ା ଅଞ୍ଚଳରେ ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ବତନ୍ତ୍ର ଜୋନାଲ କମିଟିର ବହୁ ମାଓବାଦୀମାନେ ଏକାଠି ହୋଇ ବୈଠକ କରୁଥିବା ନେଇ ଗୋଇନ୍ଦା ବିଭାଗ ସୂଚନା ଦେଇଥିଲା। ଏହା ଆଧରରେ ଗୁରୁବାର ରାତିରେ କୋରାପୁଟ ଏସ୍‌ଓଜି ଗୋଟିଏ ଟିମ୍‌ ବୈପାରିଗୁଡ଼ା ଥାନା ଅଧୀନ ଅଟାଳଗୁଡ଼ା, ମାଳିପଦର, ବଦଳିପାହାଡ଼ ଗ୍ରାମ ନିକଟ ଜଙ୍ଗଲରେ କୋମ୍ବିଂ କରିଥିଲେ। ମାଳିପଦର ନିକଟ ଜଙ୍ଗଲରେ ପୋଲିସକୁ ଦେଖି ହଠାତ୍‌ ମାଓବାଦୀଙ୍କ ପକ୍ଷରୁ ଗୁଳିଚଳାନା ଆରମ୍ଭ ହୋଇଥିଲା। ପୋଲିସ ମଧ୍ୟ ପାଲଟା ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ସେଠାରେ ଥିବା ୧୦ରୁ ୧୫ ମାଓବାଦୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇ ଖସିଯାଇଥିଲେ। ତଳାସିବେଳେ ଘଟଣାସ୍ଥଳରୁ ୨ ମାଓବାଦୀଙ୍କ ମୃତଦେହ ମିଳିଥିଲା। ଘଟଣାସ୍ଥଳରୁ ୩ଟି ଦେଶୀ ବନ୍ଧୁକ, ୨ ଯୋଡା ମାଓବାଦୀ ପୋଷାକ, ୫ଟି ଡିଟୋନେଟର, ଗୋଟିଏ ବଣ୍ଡଲ କୋଡେକ୍ସ ତାର, ଗୋଟିଏ ମୋବାଇଲ ଚାର୍ଜର, ୩ଟି ବୁଲେଟ ଖୋକା, ଗୋଟିଏ ଟିଫିନ ବମ୍‌, ୧୦ ବସ୍ତା ଗଞ୍ଜେଇ, ୫ଟି ପଳିଥିନସିଟ, ମାଓବାଦୀଙ୍କ ପୁସ୍ତକ ଓ ପତ୍ରିକା, ମେଡିସିନ ଆଦି ମିଳିଛି। ମୃତଦେହ ଚିହ୍ନଟ ପାଇଁ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ୭୨ ଘଣ୍ଟା ଯାଏ ମୃତଦେହ ରଖାଯିବ। ଏହା ମଧ୍ୟରେ ମୃତଦେହ ନେବାକୁ ଯଦି କେହି ନ ଆସନ୍ତି ତା’ର ସତ୍କାର କରାଯିବ ବୋଲି ଡିଆଇଜି କହିଛନ୍ତି। କୋରାପୁଟ ଜିଲାରେ ବୈପାରିଗୁଡ଼ା ବ୍ଲକର ତୁଳସୀପାହାଡ଼, ବଦଳିପାହାଡ, ମାଳିପଦରରେ ଏବେବି ବହୁ ମାଓବାଦୀଙ୍କ ଗତିବିଧି ରହିଥିବା ସ୍ପଷ୍ଟ ହୋଇଛି। ଉପରୋକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଡିଆଇଜି ରାକେଶ କହିଛନ୍ତି। ଖବରଦାତା ସମ୍ମିଳନୀରେ କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲି, ବୈପାରିଗୁଡ଼ାସ୍ଥିତ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ଅଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri