ମାଳିପଦର ଜଙ୍ଗଲରେ ମାଓବାଦୀ-ଏସ୍‌ଓଜି ଗୁଳିବିନିମୟ: ୨ ମାଓବାଦୀ ନିହତ

କୋରାପୁଟ ,୧୧।୧୧ (ସ୍ବ.ପ୍ର.):  କୋରାପୁଟ ଜିଲାର ବୈପାରିଗୁଡ଼ା ଥାନା ଅଧୀନ ମାଳିପଦର ଜଙ୍ଗଲରେ ଗୁରୁବାର ରାତିରେ ଏସ୍‌ଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ବନ୍ଧୁକ, ବହୁ ବିସ୍ଫୋରକ, ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମାଗ୍ରୀ ସହ ୧୦ବସ୍ତା ଗଞ୍ଜେଇ ଜବତ କରାଯାଇଛି ବୋଲି ଶୁକ୍ରବାର କୋରାପୁଟ ଏସ୍‌ପି କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।
ଡିଆଜିଙ୍କ ସୂଚନାନୁଯାୟୀ, ବୈପାରିଗୁଡ଼ାର ମାଳିପଦର, ବଦଳିପାହାଡ଼, ଅଟଲାଗୁଡ଼ା ଅଞ୍ଚଳରେ ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ବତନ୍ତ୍ର ଜୋନାଲ କମିଟିର ବହୁ ମାଓବାଦୀମାନେ ଏକାଠି ହୋଇ ବୈଠକ କରୁଥିବା ନେଇ ଗୋଇନ୍ଦା ବିଭାଗ ସୂଚନା ଦେଇଥିଲା। ଏହା ଆଧରରେ ଗୁରୁବାର ରାତିରେ କୋରାପୁଟ ଏସ୍‌ଓଜି ଗୋଟିଏ ଟିମ୍‌ ବୈପାରିଗୁଡ଼ା ଥାନା ଅଧୀନ ଅଟାଳଗୁଡ଼ା, ମାଳିପଦର, ବଦଳିପାହାଡ଼ ଗ୍ରାମ ନିକଟ ଜଙ୍ଗଲରେ କୋମ୍ବିଂ କରିଥିଲେ। ମାଳିପଦର ନିକଟ ଜଙ୍ଗଲରେ ପୋଲିସକୁ ଦେଖି ହଠାତ୍‌ ମାଓବାଦୀଙ୍କ ପକ୍ଷରୁ ଗୁଳିଚଳାନା ଆରମ୍ଭ ହୋଇଥିଲା। ପୋଲିସ ମଧ୍ୟ ପାଲଟା ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ସେଠାରେ ଥିବା ୧୦ରୁ ୧୫ ମାଓବାଦୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇ ଖସିଯାଇଥିଲେ। ତଳାସିବେଳେ ଘଟଣାସ୍ଥଳରୁ ୨ ମାଓବାଦୀଙ୍କ ମୃତଦେହ ମିଳିଥିଲା। ଘଟଣାସ୍ଥଳରୁ ୩ଟି ଦେଶୀ ବନ୍ଧୁକ, ୨ ଯୋଡା ମାଓବାଦୀ ପୋଷାକ, ୫ଟି ଡିଟୋନେଟର, ଗୋଟିଏ ବଣ୍ଡଲ କୋଡେକ୍ସ ତାର, ଗୋଟିଏ ମୋବାଇଲ ଚାର୍ଜର, ୩ଟି ବୁଲେଟ ଖୋକା, ଗୋଟିଏ ଟିଫିନ ବମ୍‌, ୧୦ ବସ୍ତା ଗଞ୍ଜେଇ, ୫ଟି ପଳିଥିନସିଟ, ମାଓବାଦୀଙ୍କ ପୁସ୍ତକ ଓ ପତ୍ରିକା, ମେଡିସିନ ଆଦି ମିଳିଛି। ମୃତଦେହ ଚିହ୍ନଟ ପାଇଁ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ୭୨ ଘଣ୍ଟା ଯାଏ ମୃତଦେହ ରଖାଯିବ। ଏହା ମଧ୍ୟରେ ମୃତଦେହ ନେବାକୁ ଯଦି କେହି ନ ଆସନ୍ତି ତା’ର ସତ୍କାର କରାଯିବ ବୋଲି ଡିଆଇଜି କହିଛନ୍ତି। କୋରାପୁଟ ଜିଲାରେ ବୈପାରିଗୁଡ଼ା ବ୍ଲକର ତୁଳସୀପାହାଡ଼, ବଦଳିପାହାଡ, ମାଳିପଦରରେ ଏବେବି ବହୁ ମାଓବାଦୀଙ୍କ ଗତିବିଧି ରହିଥିବା ସ୍ପଷ୍ଟ ହୋଇଛି। ଉପରୋକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଡିଆଇଜି ରାକେଶ କହିଛନ୍ତି। ଖବରଦାତା ସମ୍ମିଳନୀରେ କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲି, ବୈପାରିଗୁଡ଼ାସ୍ଥିତ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ଅଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri