ଏହି ଅଭିନେତାଙ୍କ ଗୋଟିଏ ସର୍ତ୍ତ ଲାଗି ବଜାର ମଝିରେ ପୁଶ୍‌ଅପ୍‌ ମାରିଲେ ମହିଳା; କାରଣ ଜାଣିଲେ…

ବମ୍ବେ: ନିଜ ଫିଟ୍‌ନେସ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ମଡେଲ ତଥା ଅଭିନେତା ମିଲିନ୍ଦ ସୋମେନ। ଲୋକପ୍ରିୟତା ଦୃଷ୍ଟିରୁ ତାଙ୍କର ପ୍ରଶଂସକ ମଧ୍ୟ ଅଧିକ। ଅଭିନେତାଙ୍କ ଝଲକ ହେଉ ଅଥବା ତାଙ୍କସହ ଫଟୋଟିଏ ପାଇଁ ସେମାନେ ଅପେକ୍ଷା କରି ରହିଥାନ୍ତି। ଆଉ ଯଦି ସେହି ସୁଯୋଗ ମିଳିଲା, ହାତଛଡ଼ା କରିବ ବା କିଏ। ଏବେ ସେଭଳି ଜଣେ ମହିଳା ପ୍ରଶଂସକଙ୍କ ଭିଡିଓ ନିଜ ସୋସିଆଲ ପୃଷ୍ଠାରେ ଶେୟାର କରିଛନ୍ତି ମିଲିନ୍ଦ। ଏହା ବେଶ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ମହିଳା ଶାଢ଼ୀ ପିନ୍ଧି ବଜାର ମଧ୍ୟରେ ପୁଶଅପ୍‌ କରୁଥିବା ଦେଖାଯାଉଛି।

ଭିଡିଓଟିକୁ ଶେୟାର କରି ମିଲିନ୍ଦ ଲେଖିଛନ୍ତି, ମୁଁ ଛୋଟ ମାର୍କେଟକୁ ଯାଇଥିଲି। ରାୟପୁରରେ ମିଳୁଥିବା ଖାଇବାର ମଜା ଉଠାଉଥିଲି। ଏହି ସମୟରେ ଜଣେ ମହିଳା ମୋ ସହ ସେଲ୍‌ଫି ପାଇଁ କହିଥିଲେ। ମୁଁ ତାଙ୍କୁ ପ୍ରତିବଦଳରେ ୧୦ ପୁଶଅପ୍‌ ବୋଲି କହିଥିଲି। ବାସ୍‌, ସେ କ୍ୟାମେରା ଅନ୍‌ କରିବା ପୂର୍ବରୁ ପୁଶଅପ୍‌ କରିବା ଆରମ୍ଭ କରିଦେଇଥିଲେ। ଶାଢ଼ୀ ପିନ୍ଧିଥିଲେ ବି ଅସୁବିଧା ହୋଇ ନ ଥିଲା। ଏପରିକି ଆଖପାଖରେ ଥିବା ଲୋକମାନେ କ’ଣ ଭାବିବେ ତାହା ସେ ଭାବି ନ ଥିଲେ। ବେଳେବେଳେ ଏକ ଭଲ ଜୀବନ ଜିଇଁବା ଲାଗି , ନିଜ ଇଚ୍ଛା ମୁତାବକ ଜିନିଷ ପାଇବା ଲାଗି, ହଁ କହିବାର ଆବଶ୍ୟକତା ଅଛି। ହଁ, ମୁଁ ଏହା କରିପାରିବି। ତେବେ ସେ ତାଙ୍କ ଫୋନ୍‌ରେ ବହୁତ ଭଲ ସେଲ୍‌ଫି ନେଇଛନ୍ତି ବୋଲି ଅଭିନେତା କହିଛନ୍ତି।

କହିରଖୁଛୁ, ୪୦ ବର୍ଷ ବୟସରେ ଦୌଡ଼ିବା ଆରମ୍ଭ କରିଥିଲେ ମିଲିନ୍ଦ। ସେବେଠାରୁ ସେ ନିଜ ଭିତରେ ପରିବର୍ତ୍ତନକୁ ଅନୁଭବ କରିଥିବା କହିଛନ୍ତି। ଥରେ ନିଜ ଶରୀରର ସମ୍ମାନ କରିବା ଆରମ୍ଭ କଲେ, ନିୟମିତ ଭାବେ ସୁସ୍ଥ ରହିବା ଦିଗରେ ଆମେ କାମ କରିଥାଉ। ଫଳରେଏଥିରୁ ମିଳୁଥିବା ପରିଣାମ ଚକିତ କରିଦିଏ। ଏହାର ଆରମ୍ଭ ଗୋଟିଏ ପାଦରୁ ହୋଇପାରିବ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri