ମିଳିଲାନି ଦର୍ଶନ, କାନ୍ଦିଲା ଭକ୍ତ ପ୍ରାଣ

ପୁରୀ ଅଫିସ,୨୮ା୧୧: କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ବିଶ୍ୱନିୟନ୍ତା ପୁଣି ଭାବର ଠାକୁର। ତାଙ୍କ ସେବାପୂଜା, ବେଶ ସବୁକିଛି ସ୍ବତନ୍ତ୍ର। ଦୈନିନ୍ଦିନ ବେଶ ଅପେକ୍ଷା ବର୍ଷତମାମ୍‌ ବିଭିନ୍ନ ସ୍ବତନ୍ତ୍ର ବେଶରେ ବିଭୂଷିତ ହୋଇଥାନ୍ତି ଚତୁର୍ଦ୍ଧାବିଗ୍ରହ। ତାଙ୍କର ୨ଟି ବେଶକୁ ଦୁର୍ଲଭ ବା ବିରଳ ବେଶ ଭାବେ ବିବେଚନା କରାଯାଏ। ଏହି ଦୁଇ ବେଶ ହେଉଛି ରଘୁନାଥ ବେଶ ଏବଂ ନାଗାର୍ଜୁନ ବେଶ। ୨୫ ବର୍ଷ ପରେ ଶୁକ୍ରବାର ରତ୍ନସିଂହାସନରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ହେଲେ କରୋନା କଟକଣା ସାଙ୍ଗକୁ ବଡଦାଣ୍ଡରେ ୧୪୪ ଧାରା ଜାରି ଯୋଗୁ ଶ୍ରଦ୍ଧାଳୁ ଦର୍ଶନ ପାଇପାରିଲେନି। ଏଥିପାଇଁ କାହାର ପ୍ରାଣ କାନ୍ଦି ଉଠିଥିବା ବେଳେ ଆଉ କେହି ବୋଧେ ଭାଗ୍ୟରେ ନାହିଁ କହୁଥିବା ଶୁଣିବାକୁ ମିଳିଥିଲା। ହରଚଣ୍ଡୀସାହିରୁ ବେଶ ଶୋଭାଯାତ୍ରାରେ ଆସିବାଠାରୁ ଓଲାଗି ପର୍ଯ୍ୟନ୍ତ ଭକ୍ତମାନେ ଭାବବିହ୍ବଳ ହୋଇପଡ଼ିିଥିଲେ। ହରଚଣ୍ଡୀସାହିବାସୀଙ୍କ ଜୟ ଜଗନ୍ନାଥ ଧ୍ୱନି ସାଙ୍ଗକୁ କିଏ ଦୀପ ଜାଳି ତ ଆଉ କେହି ନୃତ୍ୟ, ଭଜନ ଗାଇ ଲୁହ ଗଡ଼ାଉଥିଲେ।

 

ଭାବଭକ୍ତିରେ ଉଛୁଳିଲା ବେଶ ଶୋଭାଯାତ୍ରା

ନାଗାର୍ଜୁନ ବେଶର ସ୍ବତ୍ତ୍ବାଧିକାରୀ ହେଉଛନ୍ତି ହରଚଣ୍ଡି ସାହିର ଚକ୍ରକୋଟ ବଳରାମ ଖୁଣ୍ଟିଆ। ଶ୍ରୀମନ୍ଦିର ପ୍ରଶାସନର ଅନୁମତି ପାଇବା ପରେ ଗତ ବିଜୟା ଦଶମୀଠାରୁ ତାଙ୍କ ବାସଭବନରେ ଶୁଦ୍ଧପୂତ ଭାବେ ନିଷ୍ଠାର ସହ ବେଶ ନିର୍ମାଣ ଆରମ୍ଭ କରାଇଥିଲେ। ଶିଳ୍ପୀ ବସନ୍ତ ରଣାଙ୍କ ତତ୍ତ୍ବାବଧାନରେ ପ୍ରାୟ ୧୦ ଜଣ କାରିଗର ଏଥିରେ ସାମିଲ ଥିଲେ। ନିର୍ଦ୍ଧାରିତ ସମୟରେ ବେଶ ନିର୍ମାଣ ସରିଥିଲା। ପୂଜାର୍ଚ୍ଚନା ପରେ ଗୁରୁବାର ରାତି ୩ଟା ୨୦ରେ ବଳରାମଙ୍କ ବାସଭବନରୁ ବାହାରିଥିଲା ବେଶ ଶୋଭାଯାତ୍ରା। ଆଗରେ ଚୁନପାଣି ପଡୁଥିବାବେଳେ ଘଣ୍ଟ, ଘଣ୍ଟି, ଛତ୍ରୀ, ତ୍ରାସ, କାହାଳି ଶୋଭାଯାତ୍ରାରେ କମ୍ପିଥିଲା ହରଚଣ୍ଡୀ ସାହି। ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଆଗେ ଆଗେ ବାଟ କଢ଼ାଇ ଆଣିଥିଲେ ଓଡ଼ିଶୀ ନୃତ୍ୟଶିଳ୍ପୀ। ଏକ ଭାବଭକ୍ତିମୟ ପରିବେଶରେ ଉଚ୍ଛୁଳିଥିଲା ପରିବେଶ। ଗାଣ୍ଡୁଆଚଉରା ଛକ, ଦକ୍ଷିଣଦ୍ୱାର ଦେଇ ଭୋର ୪ଟା ୧୦ରେ ଶ୍ରୀମନ୍ଦିରକୁ ଏହି ବେଶ ବିଜେ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri