ଫାଇନାଲ ରାଉଣ୍ଡ ଅଡିଶନରେ ମିଲନ

ଢେଙ୍କାନାଳ ଅଫିସ, ୩୧।୧: ଜାତୀୟସ୍ତରୀୟ ମଞ୍ଚରେ ଲଗାତର ଚମକୁଛନ୍ତି ଢେଙ୍କାନାଳ ଜିଲାର ପ୍ରତିଭାବାନ ଯୁବପିଢ଼ି। ଏମ୍‌ଟିଭି ଫ୍ୟାଶନ ରିୟଲଟି ଶୋ’ରେ ସ୍ବପ୍ନା ପ୍ରିୟଦର୍ଶିନୀ, ‘ମିଶନ ଡ୍ରିମ୍ସ ମିସ୍‌ ଇଣ୍ଡିଆ-୨୦୨୧’ରେ ଜଗଜିତା ଦାସଙ୍କ ପରେ ସୋନି ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ୍‌ ରିୟଲିଟି ଶୋ’ ‘ସୁପରଷ୍ଟାର ସିଙ୍ଗର-୨’ର ଫାଇନାଲ ରାଉଣ୍ଡ ଅଡିଶନ ପାଇଁ ମନୋନୀତ ହୋଇଛନ୍ତି ସଦର ବ୍ଲକ ବେଲଟିକିରି ଗ୍ରାମର ପ୍ରତିଭାବାନ କଣ୍ଠଶିଳ୍ପୀ ମିଲନ ଦାସ। ଆସନ୍ତା ୨ ତାରିଖରେ ସେ ମୁମ୍ବାଇର ଅନ୍ଧେରୀ ୱେଷ୍ଟରେ ହେବାକୁ ଥିବା ଅଡିଶନରେ ଭାଗନେବେ। ଏଥିଲାଗି ୧ ତାରିଖରେ ମା’ ସହିତ ମୁମ୍ବାଇ ଯାତ୍ରା କରିବେ ବୋଲି କହିଛନ୍ତି।
ବେଲଟିକିରି ଗ୍ରାମର ସ୍ବର୍ଗତ ମନୋଜ କୁମାର ଦାସ ଏବଂ ସାଗରିକା ଦାସଙ୍କ କନିଷ୍ଠ କନ୍ୟା ମିଲନ ଢେଙ୍କାନାଳ ସେଣ୍ଟ ଜାଭିୟର୍ସ ସ୍କୁଲର ୭ମ ଶ୍ରେଣୀର ଛାତ୍ରୀ। ନିଜର ବହୁମୁଖୀ ପ୍ରତିଭା ବଳରେ ସେ ରାଜ୍ୟସ୍ତରରେ ସାଉଁଟିଛନ୍ତି ଅଜସ୍ର ପ୍ରଶଂସା। ସୁପରଷ୍ଟାର ସିଙ୍ଗର-୨ ପ୍ରତିଯୋଗିତା ପାଇଁ ଅନଲାଇନ ଅଡିଶନରେ ଉତ୍ତୀର୍ଣ୍ଣ ହେବା ପରେ ଫାଇନାଲ ରାଉଣ୍ଡ୍‌ ଅଡିଶନ ପାଇଁଁ ତାଙ୍କୁ ଡାକରା ଆସିଛି, ଯାହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ମିଲନ। ଉଭୟ କ୍ଲାସିକାଲ ଏବଂ ଓ୍ବେଷ୍ଟର୍ନ ସଙ୍ଗୀତ ସାଙ୍ଗକୁ ନୃତ୍ୟରେ ମିଲନଙ୍କ ରୁଚି ରହିଛି। ଗୁରୁ ଯାମିନୀ ରଞ୍ଜନ ଦାସଙ୍କଠାରୁ ସଙ୍ଗୀତ ଏବଂ ନାଟ୍ୟକାର ଦୀନେଶ ଦାସଙ୍କଠାରୁ ସେ ଅଭିନୟ ଶିକ୍ଷା କରୁଛନ୍ତି। ବଡ଼ ଭଉଣୀ ସିମରନ୍‌ ମଧ୍ୟ ଜଣେ ପ୍ରତିଭାବାନ କଣ୍ଠଶିଳ୍ପୀ। ସେ ଏବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ। ବାପା ମନୋଜଙ୍କ ୨୦୧୯ରେ ଦେହାନ୍ତ ହୋଇଯିବା ପରେ ମା’ ସାଗରିକାଙ୍କ ପ୍ରେରଣାରେ ଦୁଇଭଉଣୀ ଲକ୍ଷ୍ୟକୁ ବାସ୍ତବ ରୂପ ଦେବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଭବିଷ୍ୟତରେ ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ, ଡାକ୍ତର ଏବଂ ମିସ୍‌ ଇଣ୍ଡିଆ ହେବାକୁ ଲକ୍ଷ୍ୟ ରଖିଥିବା ମିଲନଙ୍କ ଏଭଳି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri