Posted inଖେଳ

ପିଜିଏ ଟୁର୍ନାମେଣ୍ଟ ଜିତିବାରେ ମିକେଲସନ ସବୁଠାରୁ ବୟସ୍କ

କିଓ୍ବା ଆଇଲାଣ୍ଡ (ୟୁଏସ୍‌), ୨୫ା୫ (ଏପି)- ଆମେରିକାନ ଗଲ୍ଫର ଫିଲ୍‌ ମିକେଲସନ ତାଙ୍କ ୩୦ ବର୍ଷ କ୍ୟାରିୟରରେ ଅନେକ ଥର ପ୍ରଭାବୀ ପ୍ରଦର୍ଶନ କରି ଖେଳପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୫ଥର ପ୍ରମୁଖ ଟୁର୍ନାମେଣ୍ଟ ଜିତିସାରିଥିବା ମିକେଲସନ ଦିନେ ଏଭଳି ଏକ କୀର୍ତ୍ତିମାନ ଅର୍ଜନ କରିବେ ବୋଲି କେହି କଳ୍ପନା କରି ନ ଥିଲେ। ରବିବାର ୫୦ ବର୍ଷ ବୟସରେ ଏକ ପ୍ରମୁଖ ଟୁର୍ନାମେଣ୍ଟ ଜିତି ସେ ସମସ୍ତକୁ ଚମକାଇ ଦେଇଛନ୍ତି। ସବୁଠାରୁ ବୟସ୍କ ଖେଳାଳି ଭାବେ ସେ ଏକ ପିଜିଏ ଚାମ୍ପିୟନଶିପ୍‌ ଜିତି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଜୁଲିଅସ୍‌ ବୋରୋସଙ୍କ ନାମରେ ରହିଥିଲା। ୧୯୬୮ରେ ସାନ ଆଣ୍ଟୋନିଓଠାରେ ବୋରୋସ ୪୮ବର୍ଷ ବୟସରେ ଏକ ପିଜିଏ ଚାମ୍ପିୟନଶିପ୍‌ ଜିତିଥିଲେ। ବୋରୋସ ୫୩ ବର୍ଷ ଧରି ଏହି ରେକର୍ଡର ଅଧିକାରୀ ଥିଲେ। ମିକେଲସନ ରବିବାର ୬ ଅଣ୍ଡର ୨୮୨ ସହ ତାଙ୍କ ଖେଳ ଶେଷ କରିଥିଲେ। ଟୁର୍ନାମେଣ୍ଟ ଜିତିବା ପରେ ଖୁସିରେ ହାତ ଉପରକୁ ଉଠାଇବା ସହ ତାଙ୍କ ପାଇଁ କ୍ୟାଡି ଭାବେ କାମ କରୁଥିବା ନିଜ ଭାଇ ଟିମ୍‌ଙ୍କୁ ସେ ଖୁସିରେ କୁଣ୍ଢାଇ ପକାଇଥିଲେ। ଓସେନ କୋର୍ସଠାରେ ବହୁ ସଂଖ୍ୟାରେ ଖେଳପ୍ରେମୀ ଉପସ୍ଥିତ ଥିଲେ। ସେମାନେ ମିକେଲସନଙ୍କ ପ୍ରଦର୍ଶନରେ ଉତ୍‌ଫୁଲିତ ହେବା ସହ ଭୂରିଭୂରି ପ୍ରଶଂସା କରିବାରେ ଲାଗିଥିଲେ।
୩ ମାସ ପୂର୍ବେ ୪୩ ବର୍ଷୀୟ ଟମ୍‌ ବ୍ରାଡି ୭ମ ସୁପର ବାଓଲ ଜିତି ଅନ୍ୟମାନଙ୍କର ଦୃଷ୍ଟିଆକର୍ଷଣ କରିଥିଲେ। ମାତ୍ର ମିକେଲସନ ତାଙ୍କୁ ଟପି ଯାଇଥିଲେ। ପିଜିଏ ଟୁର୍‌ରେ ମିକେଲସନ ପ୍ରଥମ ଖେଳାଳି ଭାବେ ୩୦ ବର୍ଷ ଧରି ଟୁର୍ନାମେଣ୍ଟ ଜିତି ଆସୁଛନ୍ତି। ସେ ଏପର୍ଯ୍ୟନ୍ତ ୪୫ ଟାଇଟଲ ଜିତିସାରିଲେଣି। ୧୯୯୧ରେ ସେ ଜଣେ ଜୁନିୟର ଖେଳାଳି ହିସାବରେ କ୍ୟାରିୟରର ପ୍ରଥମ ଟାଇଟଲ ହାସଲ କରିଥିଲେ। ୩ ଦଶନ୍ଧି ମଧ୍ୟରେ ପ୍ରମୁଖ ଟୁର୍ନାମେଣ୍ଟ ଜିତିିଥିବା ଖେଳାଳି ତାଲିକାରେ ମିକେଲସନ ୧୦ମ ସ୍ଥାନରେ ରହିଛନ୍ତି। ଏଲିଟ୍‌ ତାଲିକା ଆରମ୍ଭରେ ହ୍ୟାରି ଭାର୍ଡନ ରହିଛନ୍ତି। ନିକଟରେ ଟାଇଗର ଉଡ୍ସ ଏହି ସଳଫତା ହାସଲ କରିଛନ୍ତି। ଓସେନ କୋର୍ସଠାରେ ମିକେଲସନଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ ବ୍ରୁକ୍ସ କୋପ୍‌କା ଓ ଲୋଇସ୍‌ ଓଷ୍ଟହୁଇଜେନ। ସୂଚନାଯୋଗ୍ୟ, ଦୁଇବର୍ଷ ହେଲା କୌଣସି ବିଜୟ ହାସଲ କରି ନ ଥିଲେ। ସପ୍ତାହକ ପୂର୍ବେ ବିଶ୍ୱର ୧୧୫ ନମ୍ବର ଖେଳାଳି ହୋଇଥିଲେ ମଧ୍ୟ ମିକେଲସନ ସ୍ବତନ୍ତ୍ର ରିହାତିରେ ୟୁଏସ୍‌ ଓପନରେ ଭାଗ ନେଇଥିଲେ। ଗତ ୯ ମାସ ମଧ୍ୟରେ ସେ ୧୭ଟି ଟୁର୍ନାମେଣ୍ଟ ଖେଳିଥିଲେ। ହେଲେ ସେ ଟପ୍‌ ୨୦ରେ ରହିବାରେ ସମର୍ଥ ହୋଇ ନ ଥିଲେ। ଫଳରେ ଓଭର ୧୮ ହୋଲ୍‌ ଉପରେ ସେ କିପରି ଫୋକସ୍‌ କରିବେ ସେ ନେଇ ସେ ଚିନ୍ତିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri