କିଓ୍ବା ଆଇଲାଣ୍ଡ (ୟୁଏସ୍), ୨୫ା୫ (ଏପି)- ଆମେରିକାନ ଗଲ୍ଫର ଫିଲ୍ ମିକେଲସନ ତାଙ୍କ ୩୦ ବର୍ଷ କ୍ୟାରିୟରରେ ଅନେକ ଥର ପ୍ରଭାବୀ ପ୍ରଦର୍ଶନ କରି ଖେଳପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୫ଥର ପ୍ରମୁଖ ଟୁର୍ନାମେଣ୍ଟ ଜିତିସାରିଥିବା ମିକେଲସନ ଦିନେ ଏଭଳି ଏକ କୀର୍ତ୍ତିମାନ ଅର୍ଜନ କରିବେ ବୋଲି କେହି କଳ୍ପନା କରି ନ ଥିଲେ। ରବିବାର ୫୦ ବର୍ଷ ବୟସରେ ଏକ ପ୍ରମୁଖ ଟୁର୍ନାମେଣ୍ଟ ଜିତି ସେ ସମସ୍ତକୁ ଚମକାଇ ଦେଇଛନ୍ତି। ସବୁଠାରୁ ବୟସ୍କ ଖେଳାଳି ଭାବେ ସେ ଏକ ପିଜିଏ ଚାମ୍ପିୟନଶିପ୍ ଜିତି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଜୁଲିଅସ୍ ବୋରୋସଙ୍କ ନାମରେ ରହିଥିଲା। ୧୯୬୮ରେ ସାନ ଆଣ୍ଟୋନିଓଠାରେ ବୋରୋସ ୪୮ବର୍ଷ ବୟସରେ ଏକ ପିଜିଏ ଚାମ୍ପିୟନଶିପ୍ ଜିତିଥିଲେ। ବୋରୋସ ୫୩ ବର୍ଷ ଧରି ଏହି ରେକର୍ଡର ଅଧିକାରୀ ଥିଲେ। ମିକେଲସନ ରବିବାର ୬ ଅଣ୍ଡର ୨୮୨ ସହ ତାଙ୍କ ଖେଳ ଶେଷ କରିଥିଲେ। ଟୁର୍ନାମେଣ୍ଟ ଜିତିବା ପରେ ଖୁସିରେ ହାତ ଉପରକୁ ଉଠାଇବା ସହ ତାଙ୍କ ପାଇଁ କ୍ୟାଡି ଭାବେ କାମ କରୁଥିବା ନିଜ ଭାଇ ଟିମ୍ଙ୍କୁ ସେ ଖୁସିରେ କୁଣ୍ଢାଇ ପକାଇଥିଲେ। ଓସେନ କୋର୍ସଠାରେ ବହୁ ସଂଖ୍ୟାରେ ଖେଳପ୍ରେମୀ ଉପସ୍ଥିତ ଥିଲେ। ସେମାନେ ମିକେଲସନଙ୍କ ପ୍ରଦର୍ଶନରେ ଉତ୍ଫୁଲିତ ହେବା ସହ ଭୂରିଭୂରି ପ୍ରଶଂସା କରିବାରେ ଲାଗିଥିଲେ।
୩ ମାସ ପୂର୍ବେ ୪୩ ବର୍ଷୀୟ ଟମ୍ ବ୍ରାଡି ୭ମ ସୁପର ବାଓଲ ଜିତି ଅନ୍ୟମାନଙ୍କର ଦୃଷ୍ଟିଆକର୍ଷଣ କରିଥିଲେ। ମାତ୍ର ମିକେଲସନ ତାଙ୍କୁ ଟପି ଯାଇଥିଲେ। ପିଜିଏ ଟୁର୍ରେ ମିକେଲସନ ପ୍ରଥମ ଖେଳାଳି ଭାବେ ୩୦ ବର୍ଷ ଧରି ଟୁର୍ନାମେଣ୍ଟ ଜିତି ଆସୁଛନ୍ତି। ସେ ଏପର୍ଯ୍ୟନ୍ତ ୪୫ ଟାଇଟଲ ଜିତିସାରିଲେଣି। ୧୯୯୧ରେ ସେ ଜଣେ ଜୁନିୟର ଖେଳାଳି ହିସାବରେ କ୍ୟାରିୟରର ପ୍ରଥମ ଟାଇଟଲ ହାସଲ କରିଥିଲେ। ୩ ଦଶନ୍ଧି ମଧ୍ୟରେ ପ୍ରମୁଖ ଟୁର୍ନାମେଣ୍ଟ ଜିତିିଥିବା ଖେଳାଳି ତାଲିକାରେ ମିକେଲସନ ୧୦ମ ସ୍ଥାନରେ ରହିଛନ୍ତି। ଏଲିଟ୍ ତାଲିକା ଆରମ୍ଭରେ ହ୍ୟାରି ଭାର୍ଡନ ରହିଛନ୍ତି। ନିକଟରେ ଟାଇଗର ଉଡ୍ସ ଏହି ସଳଫତା ହାସଲ କରିଛନ୍ତି। ଓସେନ କୋର୍ସଠାରେ ମିକେଲସନଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ ବ୍ରୁକ୍ସ କୋପ୍କା ଓ ଲୋଇସ୍ ଓଷ୍ଟହୁଇଜେନ। ସୂଚନାଯୋଗ୍ୟ, ଦୁଇବର୍ଷ ହେଲା କୌଣସି ବିଜୟ ହାସଲ କରି ନ ଥିଲେ। ସପ୍ତାହକ ପୂର୍ବେ ବିଶ୍ୱର ୧୧୫ ନମ୍ବର ଖେଳାଳି ହୋଇଥିଲେ ମଧ୍ୟ ମିକେଲସନ ସ୍ବତନ୍ତ୍ର ରିହାତିରେ ୟୁଏସ୍ ଓପନରେ ଭାଗ ନେଇଥିଲେ। ଗତ ୯ ମାସ ମଧ୍ୟରେ ସେ ୧୭ଟି ଟୁର୍ନାମେଣ୍ଟ ଖେଳିଥିଲେ। ହେଲେ ସେ ଟପ୍ ୨୦ରେ ରହିବାରେ ସମର୍ଥ ହୋଇ ନ ଥିଲେ। ଫଳରେ ଓଭର ୧୮ ହୋଲ୍ ଉପରେ ସେ କିପରି ଫୋକସ୍ କରିବେ ସେ ନେଇ ସେ ଚିନ୍ତିତ ଥିଲେ।
IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍? ୫ କୋଟିରେ ରିଟେନ କରିଛି…
ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...
Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…
ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...
ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍ ଜଗତରେ ପଡ଼ିଗଲା ଚହଳ
ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...
ନେମାରଙ୍କ ଅସ୍ତ୍ରୋପଚାର ସଫଳ
ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...
୬ ବଲ୍ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍; ପ୍ରଥମ ଥର…
ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍ରେ ଏହି କାରନାମା କରିବା ବହୁତ...
ଆଶେସ୍ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...
ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ
ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...
ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?
ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...
Archives


