ଅଧାରାତିରେ ଖରାପ ହେଲା କାର୍‌; ଗାୟକଙ୍କ ସହାୟତା ପାଇଁ ଆଗେଇ ଆସିଲେ ଦୁଇଶହ ପ୍ରଶଂସକ

ବମ୍ବେ: ଗାୟକ ମିକା ସିଂହଙ୍କ ଲୋକପ୍ରିୟତା କାହିଁରେ କେତେ। ଏହା ଜଣାପଡ଼ିଛି ନିକଟରେ ଘଟିଥିବା ଏକ ଘଟଣାରୁ। ବିଳମ୍ବିତ ରାତିରେ ମିକା ଗାଡ଼ିରେ ଯାଉଥିବା ବେଳେ ଅଧାବାଟରେ ତାଙ୍କ କାର୍‌ ଖରାପ ହୋଇଯାଇଥିଲା। ଏପରିସ୍ଥିତିରେ ମିକାଙ୍କ ପ୍ରଶଂସକମାନେ ସହାୟତା ପାଇଁ ଭିଡ ଜମାଇଥିଲେ। ଜଣେ କି ଦୁଇଜଣ ନୁହେଁ ଦୁଇଶହରୁ ଅଧିକ ଲୋକ ମିକାଙ୍କ ପାଖରେ ପହଞ୍ଚିଥିଲେ। ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମୁମ୍ବାଇରେ ବର୍ଷା ଯୋଗୁ ମିକାଙ୍କ କାର୍‌ଟି ବନ୍ଦ ହୋଇଯାଇଥିଲା। ଫଳରେ ସେ ରାତି ୩ଟାରେ ଫସି ରହିଥିଲେ। ତାଙ୍କ ସହ ବିଗ୍‌ବସ୍‌ର ପ୍ରତିଯୋଗୀ ପାରସ ଛାବଡାଙ୍କ ପୂର୍ବ ପ୍ରେମିକା ଆକାଂକ୍ଷା ପୁରୀ ଥିଲେ। ମିକାଙ୍କୁ ଦେଖି ତାଙ୍କ ପ୍ରଶଂସକ ସହାୟତା ପାଇଁ ଆସିଥିଲେ। ସେମାନଙ୍କ ମଧ୍ୟରୁ କେହି ଗାଡ଼ି ଠିକ୍‌ କରିଥିଲେ। ଏହି ସହାୟତା ପାଇଁ ମିକା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଦିନ ହେଲା ପାନୀୟ ଜଳ ପ୍ରକଳ୍ପ ଅଚଳ: ଗ୍ରାମବାସୀ ହନ୍ତସନ୍ତ

ଲୋଇସିଂହା,୧୭।୫(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମର ପାନୀୟ ଜଳ ପ୍ରକଳ୍ପ ଗତ ୧୦ ଦିନ ହେଲା ବନ୍ଦ ରହିଛି। ଏହା ମରାମତି...

ଭକୁଆ ହେଲା ପାକିସ୍ତାନ! ବୋକା ବନାଇଲା ଭାରତ

ନୂଆଦିଲ୍ଲୀ,୧୭।୫: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଦେଶ। ପାକିସ୍ତାନର ଏହି ହୀନ କାର୍ଯ୍ୟ ପାଇଁ ସାରା ବିଶ୍ୱ ପାକିସ୍ତାନକୁ ନିନ୍ଦା କରୁଥିବା ବେଳେ ଏହାକୁ ନେଇ...

କାନାଡାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା, ସୋସିଆଲ ମିଡ଼ିଆରେ ଗୁହାରି କଲେ ଝିଅ

ଟରଣ୍ଟୋ,୧୭।୫: ୫୧ ବର୍ଷୀୟ କାନାଡିୟ ବ୍ୟବସାୟୀ ହରଜିତ ସିଂହ ଧଡ୍ଡାଙ୍କୁ ମିସିସାଗାରେ ଗୁଳି କରି ହତ୍ୟା କରାଯାଇଛି। ଡିକ୍ସନ ଏବଂ ହେରି ରୋଡ ନିକଟରେ ଟେଲଫୋର୍ଡ...

ଲେଭଲ କ୍ରସିଂରେ ଫସି ରହିଲା ହାଇୱା

ଧର୍ମଶାଳା,୧୭ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ହରିଦାସପୁର-ଗଡ଼ମଧୁପୁର ରେଳଷ୍ଟେଶନ ମଧ୍ୟସ୍ଥ ଏକ ଲେଭଲ କ୍ରସିଂରେ ଶନିବାର ଏକ ଚିପ୍ସ ବୋଝେଇ ହାଇୱା ଏକ ଘଣ୍ଟା ଧରି...

ପ୍ରଥମଥର ପାକିସ୍ତାନର ୧୦୦ କିଲୋମିଟର ଭିତରକୁ ପଶି ମାରିଲେ ସେନା, କାହିଁକି ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୭।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର (୧୭ ମଇ, ୨୦୨୫) ଗୁଜରାଟରେ ତାଙ୍କ ଲୋକ ସଭା ନିର୍ବାଚନମଣ୍ଡଳୀ ଗାନ୍ଧୀନଗରରେ ଅନେକ ପ୍ରକଳ୍ପର ଶୁଭାରମ୍ଭ ଏବଂ...

ଭାଇବୋହୂଙ୍କୁ ବଳାତ୍କାର ଉଦ୍ୟମ, ଦେଢ଼ଶୂର ଗିରଫ

ପାଣିକୋଇଲି,୧୭ା୫(ବିକାଶ ମଲ୍ଲିକ): ଯାଜପୁର ଜିଲା ପାଣିକୋଇଲି ଥାନା ଅଞ୍ଚଳରେ ଭାଇବୋହୂଙ୍କୁ ଦେଢ଼ଶୂର ବଳାତ୍କାର ଉଦ୍ୟମ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ...

ଲକ୍ଷ୍ମୀ ବସ୍‌- କାର ମୁହାଁମୁହିଁ ଧକ୍କା: କାର ଚାଳକ ମୃତ, ୧୫ ଗୁରୁତର

ଖଲ୍ଲିକୋଟ,୧୭।୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କନ୍ଦିଗାଁ କାକୁଡ଼ିଆ ବନ୍ଧ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ...

ଆକ୍ରମଣ କରିବା ପଡ଼ିଲା ମହଙ୍ଗା: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୧୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁର ସୀମାଞ୍ଚଳ ସେଠୀ ଏବଂ ତାଙ୍କ ପୁଅ ଭବାନୀ ଶଙ୍କର ସେଠୀଙ୍କୁ ଶନିବାର କେ.ନୂଆଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri