ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମିହିର ଦାସ। କଟକ ସତୀଚୈରା ଶ୍ମଶାନରେ ମିହିରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର, ପ୍ରଂଶସକ ଓ ଆତ୍ମୀୟ ଗହଣରେ କାକା ଶେଷ ବିଦାୟ ନେଇଛନ୍ତି । ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅର୍ନର ଦିଆଯାଇଛି ।
ସୂଚନାଯୋଗ୍ୟ, ମଙ୍ଗଳବାର ୬୩ ବର୍ଷରେ ଓଡ଼ିଆ ସିନେ ଜଗତର ଭର୍ସାଟାଇଲ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଥିଲା । ଡିସେମ୍ବର ୮ରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ କାମ କରିବା ବନ୍ଦ କରିଦେବା ପରେ ତାଙ୍କୁ ଆଇ.ସି.ୟୁ.ରେ ଭର୍ତ୍ତି କରାଯିବା ସହ ଭେଣ୍ଟିଲେଟରେ ରଖାଯାଇଥିଲା । ମିହିରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ତେବେ ସକାଳୁ ଏକ ଶୋଭାଯାତ୍ରା ମାଧ୍ୟରେ ମିହିର ଦାସଙ୍କ ମୃତଦେହକୁ କଟକ ସ୍ଥିତ ବାସଭବନଠାରୁ ନେଇ କଟକ ସତୀଚୌରା ଅଭିମୁଖେ ବାହାରିଥିଲେ । ସେଠାରେ ତାଙ୍କୁ ଶେଷ ବିଦାୟ ଦିଆଯାଇଛି।