Posted inଖେଳ

ସାବତ ଭଉଣୀଙ୍କ ସହ ନିର୍ବନ୍ଧ କଲେ ବିଶ୍ୱ ଚାମ୍ପିୟନ୍‌ ଚାଳକ ମିଗୁଏଲ ଓଲିଭେରା: ୧୧ ବର୍ଷ ଧରି ଲୁଚିଛପି କରୁଥିଲେ ପ୍ରେମ

ନୂଆଦିଲ୍ଲୀ,୧।୯: ମୋଟୋ ଗ୍ରାଣ୍ଡପ୍ରିକ୍ସ(MOTOGP) ଚାଳକ ମିଗୁଏଲ୍‌ ଓଲିଭେରା ନିଜ ସାବତ ଭଉଣୀ ଆନ୍ଦ୍ରିୟା ପେମେଣ୍ଟାଙ୍କ ସହ ନିର୍ବନ୍ଧ କରିଛନ୍ତି। ଏହି ଖୁସି ଖବରକୁ ତାଙ୍କ ବାପା ସମସ୍ତଙ୍କୁ ଜଣାଇଛନ୍ତି। ଦୀର୍ଘ ୧୩ ବର୍ଷ ବୟସରୁ ଉଭୟ ଉଭୟଙ୍କୁ ଭଲ ପାଇ ଆସୁଥିଲେ। ୧୧ ବର୍ଷ ଧରି ନିଜର ସମ୍ପର୍କକୁ ନେଇ ଚୁପ୍‌ ରହିବା ପରେ ୨୦୧୯ରେ ଏନେଇ ପ୍ରଥମ ଥର ମୁହଁ ଖୋଲିଥିଲେ। ଏବେ ସେମାନେ ନିର୍ବନ୍ଧ କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି।

ପର୍ତ୍ତୁଗାଲର ଅଲମାଣ୍ଡାରେ ୧୯୯୫ ଜାନୁୟାରୀ ୪ ତାରିଖରେ ଓଲିଭେରାଙ୍କ ଜନ୍ମ ହୋଇଥିଲା। ସେ ପେସାରେ ଜଣେ ମୋଟରସାଇକେଲ ରେସର। ଇଟାଲିଆନ ମୋଟରସାଇକେଲ ଗ୍ରାଣ୍ଡ ପ୍ରିକ୍ସ ଜିତିଥିବା ପ୍ରଥମ ପର୍ତ୍ତୁଗାଲ ଚାଳକ ହେଉଛନ୍ତି ସେ। ପେମେଣ୍ଟା(୨୪) ଓଲିଭେରାଙ୍କ ବାପା ପାଉଲୋଙ୍କ ଦ୍ୱିତୀୟ ସ୍ତ୍ରୀ କ୍ରିଷ୍ଟିନାଙ୍କ ଝିଅ। ପିଲାଦିନରୁ ଉଭୟ ଭଲ ବନ୍ଧୁ ଥିଲେ। ବଡ଼ ହେବା ପରେ ସେମାନେ ପ୍ରେମରେ ଥିବା ଜାଣିବାକୁ ପାଇଥିଲେ। ହେଲେ ଦୀର୍ଘ ବର୍ଷ ଧରି ସମାଜଠାରୁ ଏହି କଥାକୁ ସେମାନେ ଲୁଚାଇ ଆସୁଥିଲେ। ହେଲେ ୨୦୧୯ରେ କଥା ଲୋକଲୋଚନକୁ ଆସିଥିଲା। ଏବେ ଉଭୟ ଖୁବ୍‌ଶୀଘ୍ର ବିବାହ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri