ଘରେ ପହଞ୍ଚିବ ମାଇଗ୍ରେଶନ ସାର୍ଟିଫିକେଟ

ସମ୍ବଲପୁର,୨୭ା୧୦(ବ୍ୟୁରୋ): ମାଇଗ୍ରେଶନ ସାର୍ଟିଫିକେଟ ପାଇଁ ଛାତ୍ରୀଛାତ୍ରଙ୍କୁ ଆଉ ବିଶ୍ୱବିଦ୍ୟାଳୟ ଆସି ଧାଡ଼ିରେ ଛିଡା ହୋଇ ଆବେଦନ କରିବାକୁ ପଡ଼ିବ ନାହିଁ। ଅନ୍‌ଲାଇନରେ ଆବେଦନ କରିବା ପରେ ସେମାନଙ୍କ ଘରେ କିମ୍ବା ଦିଆଯାଇଥିବା ଠିକଣାରେ ସାର୍ଟିଫିକେଟ ପହଞ୍ଚିିବ। ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ପରିସରରେ ବୁଧବାର ଅନ୍‌ଲାଇନ ସେବା ଉଦ୍‌ଘାଟନ ଅବସରରେ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଏହା କହିଥିଲେ।

ଏସ୍‌ୟୁ ଅଧୀନରେ ୧୦ ଜିଲାରେ ୨୨୨ କଲେଜ ରହିଛି। ଛାତ୍ରୀଛାତ୍ର ପାସ୍‌ କରିବା ପରେ ଓ ଅନ୍ୟ କଲେଜରେ ନାମ ଲେଖାଇଲେ ମାଇଗ୍ରେଶନ ସାର୍ଟିଫିକେଟ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ। କେତେକ ଜିଲାର କଲେଜ ବିଶ୍ୱବିଦ୍ୟାଳୟଠାରୁ ୩ଶହ କି.ମି. ଦୂରରେ ରହୁଛି। ସାର୍ଟିଫିକେଟ ପାଇଁ ପିଲାମାନେ ଆସିଲେ ଦିନଟିଏ ବିତିଯାଉଥିଲା। ପୁଣି ଫି’ ଦେବାଠାରୁ ଆରମ୍ଭ କରି ଆବେଦନ କରିବା ନେଇ ସମସ୍ୟା ଭୋଗୁଥିଲେ। ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ମାଇଗ୍ରେଶନ ସାର୍ଟିଫିକେଟ ଆବେଦନ କରିବା ପାଇଁ ସ୍ବତନ୍ତ୍ର ସାଇଟ୍‌ ରହିଛି। ପିଲାମାନେ ମୋବାଇଲ ନମ୍ବର ଓ ମେଲ୍‌ ଆଇଡି ଦେଇ ଆବେଦନ କରିପାରିବେ। ଆବଶକ୍ୟ ପଡୁଥିବା ଫି’ ମଧ୍ୟ ଅନ୍‌ଲାଇନରେ ଦେଇପାରିବେ। ସାର୍ଟିଫିକେଟ ପ୍ରସ୍ତୁତ କରି କର୍ତ୍ତୃପକ୍ଷ ଘରକୁ ପଠାଇବା ବ୍ୟବସ୍ଥା କରିବେ। ଯଦି ଜଣେ ଛାତ୍ର ଚାହିଁବେ ସେମାନେ ଏସ୍‌ୟୁ ଆସି ସାର୍ଟିଫିକେଟ ନେଇପାରିବେ। ରାଜ୍ୟରେ ଏହି ସେବା ପ୍ରଥମେ ଓୟୁଏଟି ଭୁବନେଶ୍ୱର ପକ୍ଷରୁ ଦିଆଯାଉଥିବା ବେଳେ ଦ୍ୱିତୀୟ ଅନୁଷ୍ଠାନ ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri