ନିର୍ଯାତନା, ମୃତ୍ୟୁର ସାମ୍ନା କରୁଛନ୍ତି ପ୍ରବାସୀ ଶ୍ରମିକ

କେନ୍ଦ୍ରାପଡ଼ା ଅଫିସ, ୨୩ା୯: ଦାଦନ ଶ୍ରମିକ ଯନ୍ତ୍ରଣା କେନ୍ଦ୍ରାପଡ଼ା ଜିଲାରେ ବଢ଼ି ଚାଲିଛି। ଗୋଟିଏ ସପ୍ତାହ ମଧ୍ୟରେ ନଜରକୁ ଆସିଥିବା ଦୁଇଟି ଘଟଣା ଏବେ ପ୍ରବାସମାନଙ୍କ ଜୀବନ ସଂଘର୍ଷ କାହାଣୀକୁ ସ୍ଥାନୀୟ ଅଞ୍ଚଳରେ ଉଜାଗର କରିଛି। ମହାକାଳପଡ଼ା ବ୍ଲକ କୁମ୍ଭାରପଡ଼ା ଗ୍ରାମର ମାଗୁଣି ସ୍ବାଇଁଙ୍କ ପୁଅ କମଳାକାନ୍ତ (୨୫) ପରିବାର ପ୍ରତିପୋଷଣ ପାଇଁ ଶ୍ରୀଲଙ୍କା ଯାଇଥିଲେ। କଲୋମ୍ବୋଠାରେ ଅଶୋକ ଷ୍ଟିଲ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡରେ ମାସିକ ୧୬ ହଜାର ଟଙ୍କାରେ କାମ କରୁଥିଲେ। ଗତ ୧୬ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପରିବାର ଲୋକଙ୍କ ନିକଟରେ ପହଞ୍ଚତ୍ ଥିଲା। ସେହିପରି ୨୦୨୧ ଡିସେମ୍ବର ୯ରେ ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକର ଅଜୟ ମଲ୍ଲିକ, ମନୋରଞ୍ଜନ ଖୁଣ୍ଟିଆ, ପ୍ରଫୁଲ୍ଲ ସେଠୀ, ହିମାଂଶୁ ମହାନ୍ତି, ବିକାଶ ବେଉରା, ସତେନ୍ଦ୍ର ଯାଦବ, ପ୍ରକାଶ ନାୟକ, ଦୀପକ ଭୂୟଁା, ବଳରାମ ମଲ୍ଲିକ, ମନୋଜ ମଲ୍ଲିକ ପ୍ରମୁଖ ୧୨ ଜଣ ଦୁବାଇକୁ କର୍ମ ଅନ୍ବେଷଣରେ ଯାଇଥିଲେ। ଡିପ୍ଲୋମା ଓ ଆଇଟିଆଇ ପାସ କରି ଯାଇଥିବା ଏହି ଯୁବକଙ୍କୁ ଠିକାଦାର ନେଇଥିବା ବେଳେ ସେଠାରେ ଏମାନଙ୍କୁ ଛାଡି କେଉଁଆଡେ ପଳାଇ ଯାଇଛନ୍ତି। କୌଣସି ପ୍ରକାର ଅଜୟ ଘରକୁ ଫେରି ଆସିଥିବା ବେଳେ ୧୧ ଜଣ ଯୁବକ ଏବେ ଦୁବାଇରେ ଫସି ରହିଛନ୍ତି। ଏଥିସହ ଆଳି ଥାନା ଓ ଜିଲା ପ୍ରଶାସନକୁ ଏ ସମ୍ପର୍କରେ ପରିବାର ଲୋକ ଲିଖିତ ଅଭିଯୋଗ ପ୍ରଦାନ କରି ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପ୍ରବାସରେ ଥିବା କେନ୍ଦ୍ରାପଡ଼ାର ଏହି ଶ୍ରେଣୀର ଯୁବବର୍ଗ ଏବେ ବି ମୃତ୍ୟୁ ଓ ନିର୍ଯାତନାର ସାମ୍ନା କରୁଛନ୍ତି। ଜିଲାରେ କର୍ମନିଯୁକ୍ତି ସମସ୍ୟା ସମାଧାନ ହୋଇପାରୁ ନ ଥିବାରୁ ଏପରି ଘଟଣା ନଜରକୁ ଆସୁଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ, ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ, ଚିତ୍ତରଞ୍ଜନ ଦାସ, ସୁଶାନ୍ତ କୁମାର ନାୟକ ପ୍ରମୁଖ କହିଛନ୍ତି, ପ୍ରବାସୀ ଶ୍ରମିକ କମଳାକାନ୍ତଙ୍କ ଏହି ଅକାଳ ବିୟୋଗ ଘଟଣା କେନ୍ଦ୍ରାପଡ଼ା ଜିଲାରେ ନୂଆ ନୁହେଁ। ସେହିପରି ନିର୍ଯାତନା କାହାଣୀ ପ୍ରତିମାସରେ ଶୁଣିବାକୁ ମିଳୁଛି। ଗତ କରୋନା ସଂକ୍ରମଣ କାଳରେ ଜିଲାକୁ ମୋଟ ୫୮,୭୩୭ ଜଣ ପ୍ରବାସୀ ଆସିଥିବା ଜିଲା ଜରୁରୀକାଳୀନ ବିଭାଗରେ ପଞ୍ଜୀକୃତ ହୋଇଛି। ତେବେ ଜିଲାର ୧୫ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷ ହୋଇଥିବା ବେଳେ କରୋନା ସଂକ୍ରମଣକାଳରେ ୨ ଲକ୍ଷରୁ ଅଧିକ ଘରକୁ ଫେରିଛନ୍ତି। ଜିଲାରେ କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ ନାହିଁ। ସେହିପରି ରାଜ୍ୟର ନଦୀପଥରେ ଦ୍ୱିତୀୟ ବୃହତମ ହୋଇଥିଲେ ମଧ୍ୟ ଜଳ ପରିଚାଳନା ପାଇଁ କୃଷି କ୍ଷେତ୍ର ବିପର୍ଯ୍ୟସ୍ତ ହୋଇଛି। ଜାତୀୟ ଉଦ୍ୟାନ ଓ ରାମସାର ସାଇଟ ଭାବେ ଭିତରକନିକା ମାନ୍ୟତା ପାଇଥିଲେ ମଧ୍ୟ ପର୍ଯ୍ୟଟନ ଶିଳ୍ପ ରୁଗଣ ଅବସ୍ଥାରେ ଅଛି। ସେହିପରି ରାଜ୍ୟ, କେନ୍ଦ୍ର ସରକାରଙ୍କ ଯୋଜନା ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଅଭାବରୁ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ଏପରିସ୍ଥିତିରେ ଜିଲାର ଯୁବବର୍ଗ ବାଧ୍ୟ ହୋଇ ପ୍ରବାସକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ଯୁବବର୍ଗଙ୍କୁ ଶ୍ରମିକ ଦଲାଲ ଅର୍ଥ ପ୍ରଲୋଭନ ଦେଖାଇ ନେଉଥିଲେ ମଧ୍ୟ ଏମାନଙ୍କର ଲାଇସେନ୍ସ ନାହିଁ। ଫଳରେ ପ୍ରବାସରେ ନିର୍ଯାତିତ ଅଥବା ମୃତ୍ୟୁ ହେଲେ ପ୍ରଶାସନ ନିକଟରେ ଖବର ପହଞ୍ଚତ୍ ପାରୁନାହିଁ। ଏପରି କି ସରକାରୀ କ୍ଷତିପୂରଣରୁ ଶ୍ରମିକଙ୍କ ପରିବାର ବଞ୍ଚତ୍ତ ହେଉଛନ୍ତି। ଗ୍ରାମୱାରୀ ଶ୍ରମିକ ଚିହ୍ନଟକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ପଞ୍ଜୀକୃତ କଲେ ଶ୍ରମିକଙ୍କ ନିର୍ଯାତନା କାହାଣୀ କମିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଶ୍ରମିକଙ୍କ ପଞ୍ଜୀକରଣ ସମ୍ପର୍କରେ ଡିଭିଜିନାଲ ଶ୍ରମ କମିଶନର ମହେଶ୍ୱର ନାୟକ କହିଛନ୍ତି, ଶ୍ରମିକ ଚିହ୍ନଟ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି। ଜିଲାର ଶ୍ରମିକ ଜିଲା ଶ୍ରମ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜୀକୃତ କରି ବାହାରକୁ ଯିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri