ନିର୍ଯାତନା, ମୃତ୍ୟୁର ସାମ୍ନା କରୁଛନ୍ତି ପ୍ରବାସୀ ଶ୍ରମିକ

କେନ୍ଦ୍ରାପଡ଼ା ଅଫିସ, ୨୩ା୯: ଦାଦନ ଶ୍ରମିକ ଯନ୍ତ୍ରଣା କେନ୍ଦ୍ରାପଡ଼ା ଜିଲାରେ ବଢ଼ି ଚାଲିଛି। ଗୋଟିଏ ସପ୍ତାହ ମଧ୍ୟରେ ନଜରକୁ ଆସିଥିବା ଦୁଇଟି ଘଟଣା ଏବେ ପ୍ରବାସମାନଙ୍କ ଜୀବନ ସଂଘର୍ଷ କାହାଣୀକୁ ସ୍ଥାନୀୟ ଅଞ୍ଚଳରେ ଉଜାଗର କରିଛି। ମହାକାଳପଡ଼ା ବ୍ଲକ କୁମ୍ଭାରପଡ଼ା ଗ୍ରାମର ମାଗୁଣି ସ୍ବାଇଁଙ୍କ ପୁଅ କମଳାକାନ୍ତ (୨୫) ପରିବାର ପ୍ରତିପୋଷଣ ପାଇଁ ଶ୍ରୀଲଙ୍କା ଯାଇଥିଲେ। କଲୋମ୍ବୋଠାରେ ଅଶୋକ ଷ୍ଟିଲ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡରେ ମାସିକ ୧୬ ହଜାର ଟଙ୍କାରେ କାମ କରୁଥିଲେ। ଗତ ୧୬ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପରିବାର ଲୋକଙ୍କ ନିକଟରେ ପହଞ୍ଚତ୍ ଥିଲା। ସେହିପରି ୨୦୨୧ ଡିସେମ୍ବର ୯ରେ ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକର ଅଜୟ ମଲ୍ଲିକ, ମନୋରଞ୍ଜନ ଖୁଣ୍ଟିଆ, ପ୍ରଫୁଲ୍ଲ ସେଠୀ, ହିମାଂଶୁ ମହାନ୍ତି, ବିକାଶ ବେଉରା, ସତେନ୍ଦ୍ର ଯାଦବ, ପ୍ରକାଶ ନାୟକ, ଦୀପକ ଭୂୟଁା, ବଳରାମ ମଲ୍ଲିକ, ମନୋଜ ମଲ୍ଲିକ ପ୍ରମୁଖ ୧୨ ଜଣ ଦୁବାଇକୁ କର୍ମ ଅନ୍ବେଷଣରେ ଯାଇଥିଲେ। ଡିପ୍ଲୋମା ଓ ଆଇଟିଆଇ ପାସ କରି ଯାଇଥିବା ଏହି ଯୁବକଙ୍କୁ ଠିକାଦାର ନେଇଥିବା ବେଳେ ସେଠାରେ ଏମାନଙ୍କୁ ଛାଡି କେଉଁଆଡେ ପଳାଇ ଯାଇଛନ୍ତି। କୌଣସି ପ୍ରକାର ଅଜୟ ଘରକୁ ଫେରି ଆସିଥିବା ବେଳେ ୧୧ ଜଣ ଯୁବକ ଏବେ ଦୁବାଇରେ ଫସି ରହିଛନ୍ତି। ଏଥିସହ ଆଳି ଥାନା ଓ ଜିଲା ପ୍ରଶାସନକୁ ଏ ସମ୍ପର୍କରେ ପରିବାର ଲୋକ ଲିଖିତ ଅଭିଯୋଗ ପ୍ରଦାନ କରି ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପ୍ରବାସରେ ଥିବା କେନ୍ଦ୍ରାପଡ଼ାର ଏହି ଶ୍ରେଣୀର ଯୁବବର୍ଗ ଏବେ ବି ମୃତ୍ୟୁ ଓ ନିର୍ଯାତନାର ସାମ୍ନା କରୁଛନ୍ତି। ଜିଲାରେ କର୍ମନିଯୁକ୍ତି ସମସ୍ୟା ସମାଧାନ ହୋଇପାରୁ ନ ଥିବାରୁ ଏପରି ଘଟଣା ନଜରକୁ ଆସୁଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ, ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ, ଚିତ୍ତରଞ୍ଜନ ଦାସ, ସୁଶାନ୍ତ କୁମାର ନାୟକ ପ୍ରମୁଖ କହିଛନ୍ତି, ପ୍ରବାସୀ ଶ୍ରମିକ କମଳାକାନ୍ତଙ୍କ ଏହି ଅକାଳ ବିୟୋଗ ଘଟଣା କେନ୍ଦ୍ରାପଡ଼ା ଜିଲାରେ ନୂଆ ନୁହେଁ। ସେହିପରି ନିର୍ଯାତନା କାହାଣୀ ପ୍ରତିମାସରେ ଶୁଣିବାକୁ ମିଳୁଛି। ଗତ କରୋନା ସଂକ୍ରମଣ କାଳରେ ଜିଲାକୁ ମୋଟ ୫୮,୭୩୭ ଜଣ ପ୍ରବାସୀ ଆସିଥିବା ଜିଲା ଜରୁରୀକାଳୀନ ବିଭାଗରେ ପଞ୍ଜୀକୃତ ହୋଇଛି। ତେବେ ଜିଲାର ୧୫ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷ ହୋଇଥିବା ବେଳେ କରୋନା ସଂକ୍ରମଣକାଳରେ ୨ ଲକ୍ଷରୁ ଅଧିକ ଘରକୁ ଫେରିଛନ୍ତି। ଜିଲାରେ କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ ନାହିଁ। ସେହିପରି ରାଜ୍ୟର ନଦୀପଥରେ ଦ୍ୱିତୀୟ ବୃହତମ ହୋଇଥିଲେ ମଧ୍ୟ ଜଳ ପରିଚାଳନା ପାଇଁ କୃଷି କ୍ଷେତ୍ର ବିପର୍ଯ୍ୟସ୍ତ ହୋଇଛି। ଜାତୀୟ ଉଦ୍ୟାନ ଓ ରାମସାର ସାଇଟ ଭାବେ ଭିତରକନିକା ମାନ୍ୟତା ପାଇଥିଲେ ମଧ୍ୟ ପର୍ଯ୍ୟଟନ ଶିଳ୍ପ ରୁଗଣ ଅବସ୍ଥାରେ ଅଛି। ସେହିପରି ରାଜ୍ୟ, କେନ୍ଦ୍ର ସରକାରଙ୍କ ଯୋଜନା ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଅଭାବରୁ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ଏପରିସ୍ଥିତିରେ ଜିଲାର ଯୁବବର୍ଗ ବାଧ୍ୟ ହୋଇ ପ୍ରବାସକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ଯୁବବର୍ଗଙ୍କୁ ଶ୍ରମିକ ଦଲାଲ ଅର୍ଥ ପ୍ରଲୋଭନ ଦେଖାଇ ନେଉଥିଲେ ମଧ୍ୟ ଏମାନଙ୍କର ଲାଇସେନ୍ସ ନାହିଁ। ଫଳରେ ପ୍ରବାସରେ ନିର୍ଯାତିତ ଅଥବା ମୃତ୍ୟୁ ହେଲେ ପ୍ରଶାସନ ନିକଟରେ ଖବର ପହଞ୍ଚତ୍ ପାରୁନାହିଁ। ଏପରି କି ସରକାରୀ କ୍ଷତିପୂରଣରୁ ଶ୍ରମିକଙ୍କ ପରିବାର ବଞ୍ଚତ୍ତ ହେଉଛନ୍ତି। ଗ୍ରାମୱାରୀ ଶ୍ରମିକ ଚିହ୍ନଟକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ପଞ୍ଜୀକୃତ କଲେ ଶ୍ରମିକଙ୍କ ନିର୍ଯାତନା କାହାଣୀ କମିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଶ୍ରମିକଙ୍କ ପଞ୍ଜୀକରଣ ସମ୍ପର୍କରେ ଡିଭିଜିନାଲ ଶ୍ରମ କମିଶନର ମହେଶ୍ୱର ନାୟକ କହିଛନ୍ତି, ଶ୍ରମିକ ଚିହ୍ନଟ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି। ଜିଲାର ଶ୍ରମିକ ଜିଲା ଶ୍ରମ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜୀକୃତ କରି ବାହାରକୁ ଯିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri