ଅଧ ରାତି ହେଲେ ଅସହାୟ

ଅନୁଗୋଳ ଅଫିସ, ୧୭ା୯ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ଅନୁଗୋଳ ସହ ପଡ଼ୋଶୀ ଜିଲାଗୁଡ଼ିକର ଲକ୍ଷାଧିକ ରୋଗୀ ନିର୍ଭର କରନ୍ତି। ହେଲେ ଦିନରେ ଦଲାଲଙ୍କ ଶୋଷଣର ଶିକାର ହେଉଥିବା ରୋଗୀମାନେ ରାତି ଅଧରେ ଏଠାରେ ଅତ୍ୟନ୍ତ ଅସହାୟ ହୋଇପଡ଼ୁଛନ୍ତି। ଡ୍ୟୁଟିରେ ଥିବା ନର୍ସ, ସହାୟକ କର୍ମଚାରୀ କବାଟ କିଳି ଶୋଇପଡ଼ୁଥିବାରୁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ବୁଧବାର ବିଳମ୍ବିତ ରାତିରେ ସ୍ତ୍ରୀ ଲଳିତା ବେହେରାଙ୍କୁ ଚିକିତ୍ସା ପାଇଁ ଆଣିଥିବା ଢେଙ୍କାନାଳ ଜିଲାର ନୟା ବେହେରା ଦୀର୍ଘ ସମୟ ଆଇସୋଲେଶନ ଓ୍ବାର୍ଡ ବାହାରେ ପଡ଼ିରହିବା ଘଟଣା ଜଣାପଡ଼ିବା ପରେ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପାଇଁ ଡାକ୍ତରଙ୍କ ବ୍ୟତୀତ ୮୦ରୁ ଊର୍ଦ୍ଧ୍ୱ ନର୍ସ ରହିଛନ୍ତି। ଜଣେ ମ୍ୟାନେଜରଙ୍କ ସହ ମୋଟ୍‌ ୧୧ ଜଣ ହେଲ୍ପ ଡେସ୍କ କର୍ମଚାରୀ ଅଛନ୍ତି। ୩ଟି ଶିଫ୍ଟରେ ଏମାନେ ଡ୍ୟୁଟି କରୁଛନ୍ତି। ବିଶେଷକରି ରାତିରେ କାଜୁଆଲଟି ଓ ଆଇସୋଲେଶନ ଓ୍ବାର୍ଡରେ ଜଣେ ଲେଖାଏ ଷ୍ଟାଫ ନର୍ସ ଓ ସହାୟକଙ୍କୁ ରଖାଯାଉଛି। ସେହିପରି ୨ ଜଣ ହେଲ୍ପ ଡେସ୍କ କର୍ମଚାରୀ କାଜୁଆଲଟିରେ ଉପସ୍ଥିତ ରହିବାର ନିର୍ଦ୍ଦେଶ ରହିଛି। କିନ୍ତୁ ବିଳମ୍ବିତ ରାତିରେ ଏମାନଙ୍କ ମଧ୍ୟରୁ କାହାରି ଦେଖା ମିଳୁ ନ ଥିବା ଅନେକ ସମୟରେ ଅଭିଯୋଗ ହେଉଛି। ଷ୍ଟାଫ ନର୍ସ ଓ ସହାୟକ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍‌ରେ ଶୋଇ ପଡ଼ୁଥିବାବେଳେ ବିଭିନ୍ନ ବାହାନା ଦେଖାଇ ହେଲ୍ପ ଡେସ୍କ କର୍ମଚାରୀ ବାହାରକୁ ଚାଲିଯାଉଛନ୍ତି। ଫଳରେ ଜରୁରୀ ଚିକିତ୍ସା ପାଇଁ ରାତିରେ ଆସୁଥିବା ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା ମିଳିପାରୁ ନାହିଁ। ଏପରି କି ବିଭିନ୍ନ ଓ୍ବାର୍ଡରେ ମଧ୍ୟ ରୋଗୀ ସମାନ ଅବସ୍ଥା ଭୋଗୁଛନ୍ତି। ବୁଧବାର ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଢେଙ୍କାନାଳର ନୟା ବେହେରା ତାଙ୍କ ସ୍ତ୍ରୀଙ୍କୁ ଧରି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଆସିଥିଲେ। ହେଲେ ଘଣ୍ଟାଏ କାଳ ଷ୍ଟ୍ରେଚରରେ ସ୍ତ୍ରୀଙ୍କୁ ପକାଇ ରଖି ସହାୟତା ଓ ଚିକିତ୍ସା ପାଇଁ କର୍ମଚାରୀମାନଙ୍କୁ ଖୋଜିଥିଲେ ହେଁ କାହାରିକୁ ପାଇ ନ ଥିଲେ। ନର୍ସ ଓ ସହାୟକଙ୍କ ରୁମ୍‌ କବାଟ ବାଡେଇଥିଲେ ହେଁ ସେମାନେ ଆସି ନ ଥିଲେ। ଏହି ସମୟରେ ଜଣେ ଖବରଦାତା ପହଞ୍ଚି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କୁ ଯୋଗାଯୋଗ କରିବା ପରେ କର୍ମଚାରୀମାନେ ପହଞ୍ଚି ସହାୟତା କରିବା ସହ ଅକ୍ସିଜେନ ଲଗାଇଥିଲେ। ଗୁରୁବାର ଏହି ଘଟଣା ପଦାକୁ ଆସିବା ପରେ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ବ୍ୟବସ୍ଥା ନ ସୁଧୁରିଲେ ଆନ୍ଦୋଳନ
ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଏପରି ଯନ୍ତ୍ରଣାରେ ପକାଇ ରଖିବା ଘଟଣା ବାରମ୍ବାର ଦେଖାଯାଉଛି। ସ୍ଥିତି ସୁଧାରିବାକୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଉଛି। ଏଭଳି ଅବ୍ୟବସ୍ଥା ଲାଗି ରହିଲେ ଆଗକୁ ଆନ୍ଦୋଳନ କରାଯିବ।
-ବିପ୍ଳବ ଜେନା, ଜିଲା କଂଗ୍ରେସ ସଭାପତି

ଦଲାଲ ରାଜ୍‌ ଚାଲିଛି
ମେଡିକାଲରେ ଦଲାଲ୍‌ ରାଜ୍‌ ଚାଲିଥିବାରୁ ଶାସନ ପ୍ରତି କାହାରି ଭୟ ରହୁନାହିଁ। ସିଡିଏମ୍‌ଓ ସ୍ଥାନୀୟ ଲୋକ ହୋଇଥିବାରୁ ସ୍ବାସ୍ଥ୍ୟାବସ୍ଥା ସୁଧୁରିବ ବୋଲି ଲୋକମାନେ ଆଶା କରିଥିଲେ। କିନ୍ତୁ ସେଭଳି ପରିବର୍ତ୍ତନ ଆସିନାହିଁ। ଭଗବାନଙ୍କ ଭରସାରେ ମେଡିକାଲ ଚାଲିଛି।
-ଦିଲେଶ୍ୱର ପ୍ରଧାନ, ଜିଲା ଭାଜପା ସଭାପତି

ଜନପ୍ରତିନିଧି ନୀରବଦ୍ରଷ୍ଟା
ପ୍ରଶାସନର ଢିଲା ପଣ ଯୋଗୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନେ ଏପରି ଯନ୍ତ୍ରଣା ପାଉଛନ୍ତି। ଏଠାରେ ଡାକ୍ତର ଓ କର୍ମଚାରୀ ଅଭାବ ପୂରଣ ହୋଇପାରିଲା ନାହିଁ। ଜନପ୍ରତିନିଧିମାନେ ନୀରବଦ୍ରଷ୍ଟା ସାଜିଥିବାରୁ ଏପରି ଅବ୍ୟବସ୍ଥା ସୃଷ୍ଟି ହୋଇଛି।
-ଆଡଭୋକେଟ୍‌ ପ୍ରମୋଦ ପ୍ରଧାନ, ଆବାହକ, ଜନଜୀବନ ସୁରକ୍ଷା କମିଟି

ଅନ୍ୟ ରୋଗୀଙ୍କୁ ଦୟା କରନ୍ତୁ
ନିଃଶ୍ୱାସ ନେବାରେ ସମସ୍ୟା ହେବାରୁ ସ୍ତ୍ରୀ ଲଳିତାଙ୍କୁ ଚିକିତ୍ସା ପାଇଁ ଅନୁଗୋଳ ଆଣିଥିଲି। କିନ୍ତୁ ବାବୁମାନେ ନିଦରେ ଶୋଇଥିବାରୁ ମୋ ସ୍ତ୍ରୀଙ୍କୁ ଘଣ୍ଟାଏ କାଳ ଯନ୍ତ୍ରଣା ଭୋଗିବାକୁ ପଡ଼ିଲା। ମତେ ସହାୟତା ନ କଲେ ନାହିଁ, ଅନ୍ୟ ରୋଗୀଙ୍କ ପ୍ରତି ଟିକେ ଦୟା କରନ୍ତୁ।
-ନୟା ବେହେରା, ଢେଙ୍କାନାଳ

ଘଟଣାର ଅନୁଧ୍ୟାନ କରାଯିବ
ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ଶୋଇପଡ଼ୁଥିବା କଥା ଜଣି ନ ଥିଲି। ଏଭଳି ଘଟଣାର ଅନୁଧ୍ୟାନ କରାଯିବ। ଆଗକୁ ଯେପରି ଏହାର ପୁନରାବୃତ୍ତି ନ ହେବ ଓ ରୋଗୀମାନେ ତ୍ୱରିତ ଚିକିତ୍ସା ପାଇବେ, ସେ ଦିଗରେ ପଦକ୍ଷେପ ନିଆଯିବ।
-ଡାକ୍ତର ତ୍ରିଲୋଚନ ପ୍ରଧାନ, ସିଡିଏମ୍‌ଓ


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri