ଇସ୍ରାଏଲର ବିମାନ ଆକ୍ରମଣରେ ହମାସର ଆଉ ଜଣେ ଟପ କମାଣ୍ଡର ନିହତ

ତେଲ ଆଭିବ,୧୫।୧୦:  ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ଲଗାତାର ଏୟାର ଷ୍ଟ୍ରାଇକ କରି ଚାଲିଛି। ଏହାର ଜବାବରେ ଇସ୍ରାଏଲ ପାଲେଷ୍ଟାଇନର ୨୯୦୦ରୁ ଅଧିକ ଲୋକଙ୍କୁ ମାରି ସାରିଲାଣି। ଇତିମଧ୍ୟରେ ଇସ୍ରାଏଲ ହମାସର ବି ଅନେକ କମାଣ୍ଡରଙ୍କୁ ଟାର୍ଗେଟ କରିଛି।

ଇସ୍ରାଏଲର ଏୟାର ଷ୍ଟ୍ରାଇକ ସମୟରେ ଅନେକ ମାରାତ୍ମକ ଆକ୍ରମଣର ନେତୃତ୍ୱ ନେଇଥିବା ହମାସର ଜଣେ ବରିଷ୍ଠ କମାଣ୍ଡରଙ୍କୁ ହତ୍ୟା କରାଯାଇଛି। ଆଇଡିଏଫ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) କହିଛି ଯେ ନୁଖବା ୟୁନିଟର ସାଉଥ ଖାନ ୟୁନିସ ବାଟାଲିଅନର କମାଣ୍ଡର ବିଲାଲ ଅଲ-କେଦାଙ୍କୁ ଆଜି ହତ୍ୟା କରାଯାଇଛି। ଇସ୍ରାଏଲର ଅନେକେ ଲୋକଙ୍କ ହତ୍ୟା ପାଇଁ କେଦ୍ରା ଦାୟୀ ବୋଲି ବିବେଚନା କରାଯାଏ।
ସୂଚନାଯୋଗ୍ୟ, ସିନ ବେଟ ସୁରକ୍ଷା ଏଜେନ୍ସି ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟର ଗୁପ୍ତଚର ଉଦ୍ୟମ ପରେ କେଦ୍ରାଙ୍କୁ ଏୟାର ଷ୍ଟ୍ରାଇକରେ ହତ୍ୟା କରାଯାଇଥିଲା। କେଦ୍ରାଙ୍କ ନେତୃତ୍ୱରେ ଗତ ସପ୍ତାହରେ ଇସ୍ରାଏଲ ଉପରେ ଆକ୍ରମଣ କରାଯାଇଥିଲା।
ଆଇଡିଏଫ କହିଛି ଯେ ଗାଜା ଅଞ୍ଚଳରେ ରାତାରାତି ହୋଇଥିବା ଏୟାର ଷ୍ଟ୍ରାଇକରେ ଆହୁରି ଅନେକ ହମାସ ଏବଂ ଇସଲାମିକ ଜିହାଦ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସମୟରେ, ଆଇଡିଏଫ ରାତାରାତି ୧୦୦ରୁ ଅଧିକ ହମାସ ଶିବିରକୁ ଟାର୍ଗେଟ କରିଥିଲା।
ଏହି ଟାର୍ଗେଟରେ ଇସଲାମିକ ଜିହାଦ କମାଣ୍ଡ ସେଣ୍ଟର, ହମାସ କମାଣ୍ଡ ସେଣ୍ଟର, ସାମରିକ ପରିସର, ଡଜନ ରକେଟ ଲଞ୍ଚର ଏବଂ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଉତକ୍ଷେପଣ ପୋଷ୍ଟ ଅନ୍ତର୍ଭୁକ୍ତ ଥିଲା।
ଏହାପୂର୍ବରୁ ଶନିବାର ଆଇଡିଏଫ ହମାସର କମାଣ୍ଡ ଫୋର୍ସର ବରିଷ୍ଠ କମାଣ୍ଡର ଅଲି କାଦୀଙ୍କୁ ହତ୍ୟା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri