ମଝିଆ ଭାଇକୁ ହତ୍ୟା କଲେ ଦୁଇ ଭାଇ

ରେଢ଼ାଖୋଲ,୩୦ା୪(ଡି.ଏନ୍‌.ଏ.): ରେଢାଖୋଲ ଥାନା କଦଳିଗଡ଼ ପଞ୍ଚାୟତ ସାନରେଙ୍ଗାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ଦୁଇ ଭାଇ ମିଶି ମଝିଆ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି।
ଖବର ପାଇ ରେଢ଼ାଖୋଲ ପୋଲିସ ସାନରେଙ୍ଗାଲି ଗ୍ରାମରେ ଶନିବାର ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଡାକ୍ତରଖାନା ପଠାଇଛି। ପୋଲିସ ହତ୍ୟାକାରୀ ଭାଇ ଦ୍ବୟଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ମୃତକ ହେଲେ ସଞ୍ଜୟ ମୁଣ୍ଡା। ହତ୍ୟାକାରୀ ବଡ଼ଭାଇ ଶିୟୁ ମୁଣ୍ଡା ଏବଂ ସାନଭାଇ ଆନନ୍ଦ ମୁଣ୍ଡାଙ୍କୁ ପୋଲିସ ଗିରଫ କରିଛି।
ମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲାର ମୂଳବାସିନ୍ଦା ସଞ୍ଜୟଙ୍କ ପରିବାର ଲୋକେ ୨୦ ବର୍ଷ ହେବ ଆସି ସାନରେଙ୍ଗାଲି ଗ୍ରାମ ନିକଟ ଜଙ୍ଗଲରେ ରହୁଥିଲେ। ବାପା ଓ ଅଜାଙ୍କ ଦେହାନ୍ତ ପରେ ତିନିଭାଇ ନିଜ ପରିବାର ସହିତ ରହୁଥିଲେ। ହେଲେ ମାସେ ହେଲା ସଞ୍ଜୟଙ୍କ ବିଦ୍ୟୁତ୍‌ ସଂଯୋଗକୁ ବିଭାଗ ପକ୍ଷରୁ କୌଣସି କାରଣରୁ କାଟି ଦିଆଯାଇଥିଲା। ଏନେଇ ସଞ୍ଜୟ ଭାଇମାନଙ୍କୁ ଦାୟୀ କରିବା ସହ ଗଣ୍ଡଗୋଳ କରୁଥିଲେ। ଏହି ଘଟଣାକୁ ନେଇ ଶୁକ୍ରବାର ରାତିରେ ଭାଇମାନଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଉତ୍ତ୍ୟକ୍ତ ହୋଇ ଶିୟୁ ଏବଂ ଆନନ୍ଦ ମଝିଆ ଭାଇ ସଞ୍ଜୟଙ୍କୁ ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷତା ବଢିଲେ ମହିଳା ଆତ୍ମନିର୍ଭରଶୀଳ ହୋଇପାରିବେ

ସୋନପୁର,୧୪।୯(ନି.ପ୍ର.) ପ୍ରଶିକ୍ଷଣ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦକ୍ଷତା ବୃଦ୍ଧି କରିବାକୁ ପଡିବ। ଦକ୍ଷତା ବଢିଲେ ହିଁ ମହିଳା ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସୁବର୍ଣ୍ଣପୁର...

ବର୍ଷ ଆରମ୍ଭରୁ ଆଇଏଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ପୁରୀ, କେନ୍ଦ୍ରାପଡ଼ା ଜିଲାପାଳ

ଭୁବନେଶ୍ୱର,୧ା୧(ବ୍ୟୁରୋ): ରାଜ୍ୟ ସରକାର ନୂଆବର୍ଷ ଆରମ୍ଭରୁ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ଓଏମ୍‌ସି ଏମ୍‌ଡି ଥିବା ଆର୍‌.ଭିନିଲ କ୍ରିଷ୍ଣାଙ୍କୁ ନିଯୁକ୍ତି...

ମାଟ୍ରିକ୍‌ ପରୀକ୍ଷା ନେଇ ବୋର୍ଡ ବିଜ୍ଞପ୍ତି

କଟକ ଅଫିସ, ୯ା୨: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷର ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ନିମନ୍ତେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ...

ଡା. ନିବେଦିତା ପାଣିଙ୍କୁ କ୍ୟାପିଟାଲ ହସ୍ପିଟାଲ ଭେଷଜ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ଭାରପ୍ରାପ୍ତ ନିର୍ଦ୍ଦେଶକ ଦାୟିତ୍ୱ

ଭୁବନେଶ୍ୱର,୩।୬(ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଆନେସ୍ଥୋଲୋଜି ପ୍ରଫେସର ଡା. ନିବେଦିତା ପାଣିଙ୍କୁ ପୋଷ୍ଟ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଏଜୁକେଶନ ଆଣ୍ଡ୍‌...

କରୋନା ମୁକାବିଲା: ୩.୪୯ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲାଣି ଗଞ୍ଜାମ ଜିଲା ପ୍ରଶାସନ, ୨୨୧ଜଣଙ୍କ କୋଭିଡ୍‌ ଟେଷ୍ଟିଙ୍ଗ ରିପୋର୍ଟକୁ ଅପେକ୍ଷା

ଛତ୍ରପୁର, ୨୫/୪(ଡିଏନଏ )- ଗଞ୍ଜାମ ଜ଼ିଲାରେ ଶୁକ୍ରବାର ସୁଦ୍ଧା ୧୦୭୪ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଛି। ଏଥିରୁ ୮୫୩ ଜଣଙ୍କ ରିପୋର୍ଟ ଆସିଥିବାବେଳେ କେହି ପଜିଟିଭ୍‌...

୩ ବ୍ଲକର କୃଷି ପ୍ରଭାବିତ ହେବ

କେନ୍ଦ୍ରାପଡା ଅଫିସ,୨୦।୧୧: କେନ୍ଦ୍ରାପଡ଼ା ଜିଲାର ଖରସ୍ରୋତା ନଦୀରୁ ଭଦ୍ରକ ଜିଲାର ୪ ବ୍ଲକକୁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସ୍ଥାନୀୟ ଅଧିବାସୀଙ୍କ ବିରୋଧ ତୀବ୍ରତର...

୧୮୭୨ କୋଟିର ୮ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟ ସରକାର ୧୮୭୨.୧୧କୋଟି ଟଙ୍କାର ୮ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ...

ଜିଲାପାଳଙ୍କୁ ଭେଟିଲେ ଅନ୍ତେବାସୀ

ବରଗଡ଼ ଅଫିସ୍‌, ୯।୭- ବରଗଡ଼ ସହର ଉପକଣ୍ଠ ଚକରକେନ୍ଦ ନିକଟ ମାତୃଛାୟା ଓ ବାନପ୍ରସ୍ଥ ଆଶ୍ରମର ଅନ୍ତେବାସୀମାନେ ମଙ୍ଗଳବାର ମାତୃଛାୟା ଜିଲାପାଳଙ୍କୁ ଭେଟିଛନ୍ତି। ଜିଲାପାଳ ଇନ୍ଦ୍ରମଣି...

Advertisement
Archives

Model This Week