Posted inଖେଳ

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଜା ଉଡାଇଲେ ଭାଓନ: ଲୋକେ କହିଲେ ପଡ଼ୋଶୀ ଘରର ମାଉସୀ…

ନୂଆଦିଲ୍ଲୀ,୨୬।୮: ଭାରତ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଇଂଲଣ୍ଡ ନିଜର ଦବ୍‌ଦବା ଜାହିର କରିଛି। ଦଳର ବୋଲର୍‌ ଜେମ୍ସ ଆଣ୍ଡରସନ, କ୍ରେଗ୍‌ ଓଭରଟନ, ଓଲି ରବିନସନ, ସାମ କୁରାନ ପ୍ରମୁଖଙ୍କ ଯୋଗୁ ଭାରତ ପ୍ରଥମ ପାଳିରେ ମାତ୍ର ୭୮ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ସେହିଭଳି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୪୨ ଓଭରରେ ୧୨୦ ରନ୍‌ କରିନେଇଥିଲା। ତେବେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନିରାଶାଜନକ ପ୍ରଦର୍ଶନକୁ ନେଇ ତାଙ୍କୁ ସମାଲୋଚନା କରାଯାଉଛି। ଏହି କ୍ରମରେ ନିଜର ଟୁଇଟ୍‌କୁ ନେଇ ଚର୍ଚ୍ଚାରେ ରହୁଥିବା ମାଇକେଲ ଭାଓନ ମଧ୍ୟ ବ୍ୟାଟ୍ସମ୍ୟାନଙ୍କ ମଜା ଉଡାଇଛନ୍ତି।

ଟିମ୍‌ ଇଣ୍ଡିଆ ଅଲଆଉଟ୍‌ ହୋଇବା ପରେ ଭାଓନ ଟୁଇଟ୍‌ କରି କହିଲେ, ଗୁଡ୍‌ ଇଭିନିଂ ଇଣ୍ଡିଆ। ଏଥିସହ ସେ ଥମ୍ସ ଅପ୍‌ର ଦୁଇଟି ଇମୋଜି ମଧ୍ୟ ପୋଷ୍ଟ କରିଥିଲେ। ଭାରତୀୟ ପ୍ରଶଂସକଙ୍କୁ ଏହା ପସନ୍ଦ ଆସି ନ ଥିଲା। ଲୋକମାନେ ଏଥିରେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ତାଙ୍କୁ ପଡୋଶୀ ଘରର ମାଉସୀ କହୁଥିବା ବେଳେ ଅନ୍ୟମାନେ ତାଙ୍କୁ ମ୍ୟାଚ୍‌ ଏପର୍ଯ୍ୟନ୍ତ ସରିନାହିଁ। ଅପେକ୍ଷା କରନ୍ତୁ ବୋଲି କହୁଛନ୍ତି।

ଉକ୍ତ ମ୍ୟାଚ୍‌ ବିଷୟରେ କଥା ହେଲେ ଲର୍ଡସରେ ବିଜୟ ପରେ ଭାରତ ଗତ ୩୪ ବର୍ଷରେ ଟେଷ୍ଟ କ୍ରିକେଟର ପ୍ରଥମ ଦିନ କରିଥିବା ନ୍ୟୁନତମ ସ୍କୋର ଅଟେ। ୧୯୮୭ରେ ଭାରତୀୟ ଟିମ୍‌ ୧୦୦ ରନ୍‌ରୁ କମ୍‌ ସ୍କୋର କରି ଆଉଟ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri