Posted inଖେଳ

ଆଜି ଯାଏ ହୋଇଥିବା ମ୍ୟାଚ୍‌ରେ ମୁମ୍ବାଇ ରହିଛି ଆଗରେ: ଆଇପିଏଲ୍‌ ଇତିହାସରେ ରହିଛି ଏଭଳି ରେକର୍ଡ

ନୂଆଦିଲ୍ଲୀ,୯।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ ସିଜିନର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ। ଏଥିରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଙ୍କୁ ଭେଟିବ। ପାଞ୍ଚଥର ଟାଇଟଲ ବିଜେତା ଏମ୍‌ଆଇ ସିଜିନର ପ୍ରଥମ ମ୍ୟାଚ୍‌ ନିଜ ନାମରେ କରିବାକୁ ଚେଷ୍ଟା କରିବ। ଦଳର ଖେଳାଳିମାନେ ଭଲ ଫର୍ମରେ ଥିବାରୁ ସେମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଅପରପକ୍ଷେ କୋହଲିଙ୍କ ଟିମ୍‌ ମଜଭୂତ ସ୍ଥିତିରେ ଅଛି। ଏଣୁ ଆଜିର ମ୍ୟାଚ୍‌ ବେଶ ରୋମାଞ୍ଚକର ରହିବ।

ଏଯାବତର ରେକର୍ଡ ଦେଖିଲେ ଉଭୟ ଟିମ୍‌ ଆଇପିଏଲ୍‌ ଇତିହାସରେ ୨୯ଥର ପରସ୍ପରକୁ ଭେଟିଛନ୍ତି। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ମ୍ୟାଚ୍‌ ଜିତିଛି। ୨୯ ମୁକାବିଲାରୁ ଦଳ ୧୯ ମ୍ୟାଚ୍‌ ଜିତିଥିବା ବେଳେ ବିରାଟଙ୍କ ଟିମ୍‌ କେବଳ ୧୦ ମ୍ୟାଚ୍‌ରେ ବିଜେତା ହୋଇଛି।

ଗତ ସିଜିନରେ ଉଭୟ ଟିମ୍‌ ମଧ୍ୟରେ ଦୁଇଟି ମୁକାବିଲା ଖେଳାଯାଇଥିଲା। ଗୋଟିଏ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିବା ବେଳେ ଆରଟି କୋହଲିଙ୍କ ଦଳ ଜିତିଥିଲା।

ବିଶେଷକରି ଚେନ୍ନାଇ ଷ୍ଟାଡିୟମରେ ତୃତୀୟ ଥର ପାଇଁ ଉଭୟ ଟିମ୍‌ ମୁହାଁମୁହିଁ ହେବାକୁ ଯାଉଛନ୍ତି। ପୂର୍ବରୁ ଉଭୟ ଟିମ୍‌ ଦୁଇଥର ଖେଳିଥିବା ବେଳେ ୧-୧ ସ୍ଥିତି ରହିଛି।

ଟିମ୍‌ଦ୍ୱୟଙ୍କ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ କୋହଲି ସର୍ବାଧିକ ୬୩୭ରନ୍‌ କରିଛନ୍ତି। ସେହିଭଳି ଉଇକେଟ ନେବା ମାମଲାରେ ୟୁଜବେନ୍ଦ୍ର ଚହଲ ସବୁଠାରୁ ଆଗରେ ରହିଛନ୍ତି। ମୁମ୍ବାଇ ବିପକ୍ଷରେ ସେ ୧୯ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ-୨୦୨୦: ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ

ଦୁବାଇ, ୧୦।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୩ତମ ସଂସ୍କରଣରେ ବାଜି ମାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାରିତା ଦେଖାଇ ଏହି ଦଳ...

ପାକିସ୍ତାନ ଅଧିନାୟିକାଙ୍କ ଝିଅ ସହ ଖେଳିଲେ ଟିମ୍‌ ଇଣ୍ଡିଆ ସଦସ୍ୟା

ମାଉଣ୍ଟ ମାଉଙ୍ଗାନୁଇ,୬।୩: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ ଦଳ ୧୦୭ ରନ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି। ଦିନିକିଆ କ୍ରିକେଟରେ...

ଟୋକିଓ ଅଲିମ୍ପିକ୍ସ: ଜାପାନରେ ଟିକେଟ କ୍ରେତା ମୂଲ୍ୟ ଫେରିପାଇବେ

ଟୋକିଓ, ୩୧ା୧୦ (ଏପି): ଜାପାନରେ ଟୋକିଓ ଅଲିମ୍ପିକ୍ସର ଟିକେଟ କ୍ରେତାମାନେ ଚାହିଁଲେ ସେମାନଙ୍କ ମୂଲ୍ୟ ଫେରିପାଇବେ। ଏଥିପାଇଁ ସ୍ଥାନୀୟ ଆୟୋଜକ ଶୁକ୍ରବାର ଗ୍ୟାରେଣ୍ଟି ପ୍ରଦାନ କରିଛି।...

ନୀଳନୟନା ଐଶ୍ଚର୍ଯ୍ୟା ରାୟଙ୍କ ପରି ଦେଖିବାକୁ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଧୀନରେ ୨୦୦୯ରେ ଅନ୍ତର୍ଜାତୀୟ କ୍ରିକେଟ୍‌ ଆରମ୍ଭ କରିଥିବା ସୁଦୀପ ତ୍ୟାଗୀଙ୍କ ସ୍ତ୍ରୀ ପିୟା ତ୍ୟାଗୀ...

ପ୍ରଥମ ଦିନରେ ନିରାଶ କଲେ ତୀରନ୍ଦାଜ

ଟୋକିଓ,୨୩।୭: ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିବସରେ ଭାରତୀୟ ତୀରନ୍ଦାଜ ନୀରାଶ କରିଛନ୍ତି। ମହିଳା ତୀରନ୍ଦାଜ ଦୀପିକା କୁମାରୀ ଓ ପୁରୁଷ ପ୍ରତିଯୋଗୀ ଅତନୁ ଦାସ, ପ୍ରବୀଣ...

ମର୍ସିଡିଜ୍‌ ଚଲାଇ ହଠାତ୍‌ ମନ୍ଦିରରେ ପହଞ୍ଚିଲେ ଧୋନୀ

ରାଞ୍ଚି,୨୧।୧:ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ନିଜ ସହ ସହର ରାଞ୍ଚିରେ ପରିବାର ସହ ସମୟ ବିତାଉଛନ୍ତି। ଆଇପିଏଲ ପୂର୍ବରୁ ସେ...

ଅନ୍ଧବିଶ୍ୱାସୀ ଥିଲେ ସଚିନ

କ୍ରିକେଟ ଇତିହାସର ସବୁଠୁ ବଡ଼ ନାମ ସଚିନ ତେନ୍ଦୁଲକର। ଦିନିକିଆ ହେଉ କିମ୍ବା ଟେଷ୍ଟ ଫର୍ମାଟର ପ୍ରାୟ ସମସ୍ତ ରେକର୍ଡ ତାଙ୍କ ନାମରେ ରହିଛି। ନିଜର...

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ଆୟୋଜନ ଅଧିକାର ହରାଇଲା ଭାରତ

ନୂଆଦିଲ୍ଲୀ, ୨୯ା୪ (ପି.ଟି.)- ଆୟୋଜକ ଫି’ ଦାଖଲ କରିପାରି ନ ଥିବାରୁ ଭାରତ ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ୨୦୨୧ ଆୟୋଜନ ଅଧିକାର ହରାଇଛି। ଇଭେଣ୍ଟର...

Advertisement
Archives

Model This Week