Categories: ଖେଳ

ବିଜୟ ଲକ୍ଷ୍ୟରେ ଦିଲ୍ଲୀ-ମୁମ୍ବାଇ

ନୂଆଦିଲ୍ଲୀ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ମଙ୍ଗଳବାର ଦିଲ୍ଲୀସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମଠାରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)ମୁହାଁମୁହିଁ ହେବେ। ଉଭୟ ଟିମ୍‌ ଏ ପର୍ଯ୍ୟନ୍ତ ବିଜୟ ଖାତା ଖୋଲି ପାରିନାହାନ୍ତି। ଦିଲ୍ଲୀ ୩ଟି ମ୍ୟାଚ ଖେଳି ୩ଟିରେ ପରାଜିତ ହୋଇଥିବା ବେଳେ ମୁମ୍ବାଇ ୨ ମ୍ୟାଚ ଖେଳି ୨ରେ ପରାଜିତ ହୋଇଛି। ଫଳରେ ଉଭୟ ଦଳ ଟେବୁଲର ଶେଷ ଦୁଇ ସ୍ଥାନରେ ରହିଛନ୍ତି। ଏଭଳି ପରିସ୍ଥିତିରେ ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ କେଉଁ ଦଳ ବିଜୟ ହେବ ତାହା ଦେଖିବାକୁ ବାକି ରହିଛି।

 

Share