Categories: ଖେଳ

ଏବେ ବି କ୍ୱାଲିଫାଏ କରିପାରେ ମୁମ୍ବାଇ

ଶାରଜା, ୮।୧୦: ଚଳିତ ଆଇପିଏଲ୍‌ ସିଜନରେ ଡିଫେଣ୍ଡିଂ ଚାମ୍ପିୟନ ତଥା ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ଲେ-ଅପ୍‌ ଆଶା ପ୍ରାୟତଃ ଶେଷ ହୋଇଯାଇଛି। କିନ୍ତୁ ଦଳ ଏବେ ବି ପ୍ଲେ-ଅପ୍‌କୁ କ୍ୱାଲିଫାଏ କରିପାରେ।

ଗୁରୁବାର ରାଜସ୍ଥାନ ରୟାଲ୍ସକୁ ୮୬ ରନ୍‌ରେ ହରାଇଥିବା କୋଲକାତା ନାଇଟ୍‌ ରାଇଡର୍ସ ପାଖରେ ଏବେ ୧୪ ପଏଣ୍ଟ ଅଛି। ତା’ଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଦଳର ନେଟ୍‌ ରନରେଟ୍‌ ୦.୫୮୭ରେ ପହଞ୍ଚିଛି। ପଏଣ୍ଟର ସମ୍ମକକ୍ଷ ହେବା ମୁମ୍ବାଇ ପାଇଁ କଷ୍ଟକର କଥା ନୁହେଁ। କିନ୍ତୁ କେକେଆରର ନେଟ୍‌ ରନରେଟ୍‌କୁ ପଛରେ ପକାଇବା ଲାଗି ମୁମ୍ବାଇକୁ ୧୭୦ରୁ ଅଧିକ ରନ୍‌ର ବ୍ୟବଧାନରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇବାକୁ ପଡ଼ିବ। ମୁମ୍ବାଇ ଯଦି ପ୍ରଥମେ ବ୍ୟାଟିଂ କରେ, ତାହା ହେଲେ ଏହା ସମ୍ଭବ। ନ ହେଲେ ମ୍ୟାଚ୍‌ର ଫଳାଫଳ ପ୍ଲେ-ଅପ୍‌ ଲାଇନଅପ୍‌କୁ ବିଗାଡ଼ି ପାରିବ ନାହିଁ।

Share