Categories: ରାଜ୍ୟ

ଏମ୍‌ପି ଅନୁଭବ ମହାନ୍ତିଙ୍କୁ ମହିଳା କମିଶନଙ୍କ ନୋଟିସ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ)-କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଏବେ ଚରମ ସୀମାରେ ପହଞ୍ଚତ୍ଛି। ଗତ ୧୫ ତାରିଖରେ ବର୍ଷା ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇ ନିର୍ଯାତନା ଅଭିଯୋଗ ଆଣିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତିକରି କମିଶନ ସୋମବାର ଅନୁଭବଙ୍କ ସମେତ ତାଙ୍କ ମା’ ଓ ବାପାଙ୍କୁ ନୋଟିସ୍‌ କରିଛନ୍ତି। ଆସନ୍ତା ୨୯ ତାରିଖରେ ସମସ୍ତେ ମହିଳା କମିଶନରେ ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।