ମେଶିନରେ ହେଉଛି ଏମ୍‌ଜିଏନ୍‌ଆରଇଜିଏସ୍‌ କାମ

ଆଳି,୩୦ା୬(ଡି.ଏନ.ଏ.): କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଶ୍ରମିକ ମାନଙ୍କୁ ଶହେ ଦିନର କାର୍ଯ୍ୟ ଯୋଗାଇ ଦେବା ଉଦେଶ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଏହି ଯୋଜନାକୁ ବାଟମାରଣା କରିବାରେ ଲାଗି ପଡିଛନ୍ତି ସରକାରୀ ଅଧିକାରୀ ଓ ସରପଞ୍ଚ। ଏମ୍‌ଜିଏନ୍‌ଆରଇଜିଏସ୍‌ରେ ହେଉଥିବା କାର୍ଯ୍ୟ ଶ୍ରମିକମାନେ କରିବାର ନିୟମ ଥିବାବେଳେ ଆଳି ବ୍ଲକରେ କିନ୍ତୁ ମେଶିନ ଦ୍ୱାରା କରାଯାଉଛି। ଲକ୍ଷାଧିକ ଟଙ୍କା ବିଲ୍‌ କରିବାରେ ଲାଗି ପଡିଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସରପଞ୍ଚ ଓ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ। ସମସ୍ତଙ୍କ ସହଯୋଗରେ ଏହି ଏମ୍‌ଜିଏନ୍‌ଆରଇଜିଏସ୍‌ କାମ ମେଶିନରେ ହେଉଥିବା ବେଳେ ବ୍ଲକ ପ୍ରଶାସନ ଓ ଜିଲା ପ୍ରଶାସନ ସବୁ ଦେଖି ଆଖି ବୁଜି ଦେଇଛି। ଲକ୍ଷାଧିକ ଟଙ୍କାର ପ୍ରକଳ୍ପକୁ ମେଶିନ ସାହାଯ୍ୟରେ ମାତ୍ର କେତେ ଘଣ୍ଟା କାମ କରି କିପରି ଭାବେ ହଡ଼ପ କରାଯାଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଳକାଟି ପଞ୍ଚାୟତରେ। ବାଳକାଟି ପଞ୍ଚାୟତ ଖଣ୍ଡିଆପାଟଣା ଛକରୁ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ସଂଯୋଗ ନିମନ୍ତେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଏକ ମାଟି ରାସ୍ତା ନିର୍ମାଣ ହେଉଛି। ଯାହାର ବ୍ୟୟ ଅଟକଳ ମୂଲ୍ୟ ରହିଛି ୧୨ ଲକ୍ଷ ଟଙ୍କା। ୧୨ ଲକ୍ଷ ଟଙ୍କାରେ ହେବାକୁ ଥିବା ଏହି ମାଟି ରାସ୍ତାକୁ ଜବ୍‌କାର୍ଡଧାରୀଙ୍କ ଦ୍ୱାରା ନ କରି ମେଶିନ ସାହାଯ୍ୟରେ କରାଯାଉଛି। କାର୍ଯ୍ୟ ସ୍ଥାନରେ ସୂଚନା ଫଳକ ରହିଛି। ମାତ୍ର ସୂଚନା ଫଳକରେ ସବୁକିଛି ତଥ୍ୟ ଉଲ୍ଲେଖ ଥିବା ବେଳେ କାର୍ଯ୍ୟ କେବେ ଆରମ୍ଭ ଓ କେବେ ଶେଷ ହେବ ତାହାର କୌଣସି ସୂଚନା ଦିଆଯାଇନାହିଁ। ଯାହାକି ଏହି ଯୋଜନାକୁ ସମ୍ପୂର୍ଣ୍ଣ ଭାବେ ବାଟମାରଣା କରାଯାଉଥିବା ସ୍ପଷ୍ଟ ବାରି ହୋଇପଡୁଛି। କନିଷ୍ଠଯନ୍ତ୍ରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କ ଅନୁପସ୍ଥିତିରେ ଚାଲିଥିବା ଏହି ରାସ୍ତା କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି। ରାଜ୍ୟ ସରକାର ଜବ୍‌କାର୍ଡ ହିତାଧିକାରୀଙ୍କ ଦ୍ୱାରା ଏହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ କନିଷ୍ଠଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଓ ଗ୍ରାମ ରୋଜଗାର ସେବକ ଏହାକୁ ମେଶିନ ମାଧ୍ୟମରେ କରୁଛନ୍ତି। ଯାହାଫଳରେ ଜବ୍‌କାର୍ଡଧାରୀ କାମ ନ ପାଇ ଘରେ ବସୁଥିବା ବେଳେ ସରକାରୀ ଅଧିକାରୀମାନେ ଯୋଜନାକୁ ହଡ଼ପ କରିବାରେ ଲାଗିଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ବିଡିଓ ଦ୍ୱିବେନ୍ଦୁ ଦାସଙ୍କୁ ପଚାରିବାରେ ଏହି ରାସ୍ତା କାମକୁ ଗଁା ଲୋକ ଚାନ୍ଦା କରି କରୁଛନ୍ତି। ଯଦି ଏହି କାର୍ଯ୍ୟ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ମୋ ଅଗୋଚରରେ ହେଉଥାଏ, ତାହାଲେ ଏହାର ବିଲ୍‌ କରାଯିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri