Posted inଜାତୀୟ

ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ…

ନୂଆଦିଲ୍ଲୀ,୬।୬ : ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନ୍ୟ ଏକ ସାମୁଦ୍ରିକ ଝଡ଼ର ବିପଦ ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର କହିଛି ଗୁଜରାଟର ଦକ୍ଷିଣ ପୋରବନ୍ଦରରେ ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ଲଘୁଚାପ ଅଞ୍ଚଳ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହା ଏକ ସାଇକ୍ଲୋନିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି। ଏହି ଝଡକୁ ‘ବିପର୍ଯ୍ୟୟ’ ଭାବେ ନାମିତ କରାଯାଇଛି। ଏହି ନାମ ବାଂଲାଦେଶ ଦେଇଛି।

ପାଣିପାଗ ବିଭାଗ ଏକ ବୁଲେଟିନରେ କହିଛି ପୂର୍ବାହ୍ନ ସାଢ଼େ ୮ରେ ଲଘୁଚାପ ଅଞ୍ଚଳ ଦକ୍ଷିଣ-ପଶ୍ଚିମ ଗୋଆ ଠାରୁ ୯୫୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପଶ୍ଚିମ ମୁମ୍ବାଇ ଠାରୁ ୧୧୦୦ କିଲୋମିଟର, ଦକ୍ଷିଣ ପୋରବନ୍ଦର ଠାରୁ ୧,୧୯୦ କିଲୋମିଟର ଏବଂ ପାକିସ୍ଥାନର ଦକ୍ଷିଣ କରାଚି ଠାରୁ ୧୪୯୦ କିଲୋମିଟର ଦୂରରେ ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଡିପ୍ରେଶନ ଉତ୍ତର ଦିଗକୁ ଯିବାର ସମ୍ଭାବନା ଅଧିକ। ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଏବଂ ଦକ୍ଷିଣ-ପୂର୍ବ ଆରବ ସାଗର ଉପରେ ଏହା ଏକ ଝଡ଼ର ରୂପ ଧାରଣ କରିବାର ସମ୍ଭାବନା ଅଛି ।

ପାଣିପାଗ ବିଭାଗ କହିଛି ଗୁରୁବାର (ଜୁନ ୮) ସକାଳ ସୁଦ୍ଧା ଘଡ଼ରେ ପରିଣତ ହୋଇ ଶୁକ୍ରବାର (ଜୁନ ୯) ସନ୍ଧ୍ୟା ସୁଦ୍ଧା ଏକ ଭୟଙ୍କର ରୂପ ନେଇପାରେ। ଏହାର ସିଧାସଳଖ ପ୍ରଭାବ କେରଳ-କର୍ନାଟକ ଏବଂ ଲାକ୍ଷାଦ୍ୱୀପ-ମାଲଦ୍ୱୀପ ଉପକୂଳରେ ଦେଖାଯିବ। ଏହା ସହିତ ଜୁନ ୮ରୁ ୧୦ ପର୍ଯ୍ୟନ୍ତ କୋଙ୍କଣ-ଗୋଆ-ମହାରାଷ୍ଟ୍ର ଉପକୂଳରେ ସମୁଦ୍ରରେ ବହୁତ ଉଚ୍ଚ ଜୁଆର ସୃଷ୍ଟି ହେବାର ସମ୍ଭାବନା ଅଛି। ବିପଦକୁ ଦୃଷ୍ଟିରେ ରଖି ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା: ପ୍ରବଳ ବର୍ଷା ପାଇଁ ଜିଲା ପ୍ରଶାସନର ବଡ଼ ନିଷ୍ପତ୍ତି

କୋରାପୁଟ,୨୨।୯: ଜିଲାରେ ଜାରି ରହିଥିବା ଅବିଶ୍ରାନ୍ତ ବର୍ଷାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜିଲାର ସମସ୍ତ ସ୍କୁଲ୍‌କୁ ଆଗାମୀ…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?