ମେଟାଲ ଅର୍ଗାନିକ୍‌ ଫ୍ରେମ୍‌ଓ୍ବାର୍କ

ଚଳିତବର୍ଷର ରସାୟନ ବିଜ୍ଞାନ ନୋବେଲ ପୁରସ୍କାର ମିଳିତ ଭାବେ ପ୍ରାପ୍ତ ହୋଇଛନ୍ତି ଜାପାନର କିୟୋଟୋ ବିଶ୍ୱବିଦ୍ୟାଳୟର ସୁସୁମୁ କିଟାଗାଓ୍ବା, ମେଲବୋର୍ନ ବିଶ୍ୱବିଦ୍ୟାଳୟ (ଅଷ୍ଟ୍ରେଲିଆ)ର ରିଚାର୍ଡ ରୋବସନ୍‌ ଏବଂ ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ (ଆମେରିକା)ର ଓମାର ୟାଘି। ସେମାନଙ୍କ ମଧ୍ୟରେ ଏହାର ପୁରସ୍କାର ରାଶି ୧୧ ନିୟୁତ ସ୍ବିଡିଶ କ୍ରୋନ୍‌ (ସ୍ବିଡେନ୍‌ ମୁଦ୍ରା) ସମାନ ଭାବରେ ଭାଗ କରାଯିବ। ଏକ ନୂତନ ଶ୍ରେଣୀର ସଚ୍ଛିଦ୍ର ସଂରଚନାମାନ ଉଦ୍ଭାବନ ପାଇଁ ଏହି ତିନି ଜଣ ରସାୟନବିତ୍‌ଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ନିୟମିତ ଧାରାରେ ସ୍ଥାନିତ ହୋଇଥାଏ ବହୁ ସଂଖ୍ୟକ ବଡ଼ ବଡ଼ ଛିଦ୍ର। ଅତଏବ ତାହା ବାଷ୍ପ ଶୋଷଣ କରିବା ଏବଂ ଗଚ୍ଛିତ କରିବା ଠାରୁ ଶରୀର ମଧ୍ୟରେ ଔଷଧର ପ୍ରବାହ, ଉତ୍‌ପ୍ରେରକ ରୂପେ କାର୍ଯ୍ୟ କରିବା ଏବଂ ଆହୁରି ଅନେକ କାର୍ଯ୍ୟ ସମ୍ପାଦନ ଲାଗି ସମର୍ଥ। ତମ୍ବା, କୋବାଲଟ୍‌, ନିକେଲ ଆଦି ଧାତବ ଆୟନ ଚତୁଃପାର୍ଶ୍ୱରେ କେତେକ ଜୈବିକ ଲିଜେଣ୍ଡ ବା ସଂଯୋଜକ ସଜ୍ଜିତ ରହି ଏହାକୁ ଗଠନ କରିଥାଆନ୍ତି। ଏଣୁ ଏହାକୁ ଧାତବ-ଜୈବିକ ବ୍ୟବସ୍ଥା ବା ‘ମେଟାଲ-ଅର୍ଗାନିକ୍‌ ଫ୍ରେମ୍‌ଓ୍ବାର୍କ (ଏମ.ଏଫ.ଓ.) ରୂପେ ନାମିତ କରାଯାଇଛି।
ବ୍ୟବସ୍ଥାର ବିକାଶ: ପ୍ରଥମେ ରୋବସନ୍‌ ୧୯୮୦ ଦଶକରେ ହୀରାର ସଂରଚନା ଦ୍ୱାରା ପ୍ରଭାବିତ ହୋଇ ଏଥିପାଇଁ ଅନୁପ୍ରାଣିତ ହୋଇଥିଲେ। ସେ ତମ୍ବାଧାତୁର ଆୟନ ସହିତ ଏକ ଜୈବିକ ୪ଟି ଗ୍ରୁପ ଥିବା ‘ଲିଜେଣ୍ଡ’ ଅଣୁ ଯୋଡି ଏହା ପ୍ରସ୍ତୁତ କରିଥିଲେ। ଏହାର ସଂରଚନା ହୀରା ସହିତ ମେଳ ଖାଉଥିଲା। ତେବେ ସେଥିରେ ଥିଲା ବଡ଼ ବଡ଼ ରନ୍ଧ୍ର। ତତ୍ପରେ ସେ ଏକ ପ୍ରକାର ଆହୁରି ଅନେକ ଆଣବିକ ସଂରଚନାମାନ ପ୍ରସ୍ତୁତ କଲେ ଏବଂ ତାହାକୁ ନେଇ ୧୯୮୯ ମସିହାରେ ନିବନ୍ଧଟିଏ ପ୍ରକାଶ କଲେ ‘ଦ ଜର୍ନାଲ ଅଫ ଆମେରିକାନ୍‌ କେମିକାଲ ସୋସାଇଟି’। ତେବେ ତାଙ୍କର ଏହି ସଂରଚନାଗୁଡିକ ଭଙ୍ଗୁର ଥିଲା।
ତତ୍ପରେ କିଟାଗାଓ୍ବା ୧୯୯୦ ଦଶକର ପ୍ରାରମ୍ଭରେ ଏହି ଶ୍ରେଣୀର ଆଣବିକ ସଂରଚନାମାନ ପ୍ରସ୍ତୁତ କରି ତାହା ଅଧ୍ୟୟନ କରିବାକୁ ଲାଗିଲେ। ତାଙ୍କୁ ଏଥିରେ ବଡ ଧରଣର ସଫଳତା ମିଳିଲା। ସେ ୧୯୯୭ ମସିହାରେ ପ୍ରସ୍ତୁତ କଲେ କୋବାଲଟ ନିକେଲ କିମ୍ବା ଦସ୍ତା ଆୟନ ଏବଂ ୪.୪-ବାଇପିରିଡିନ ଜୈବିକ ଲିଜେଣ୍ଡ’ ବ୍ୟବହାର କରି ନାନାଦି ୩-ସ୍ତରୀୟ ଏଫ୍‌.ଏମ୍‌.ଓ.। ଏଗୁଡ଼ିକ ଅତ୍ୟନ୍ତ ସୁଦୃଢ଼ ଥିଲା ଏବଂ ୩୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ କରିପାରୁଥିଲା। ପୁନଶ୍ଚ ତାହା ଆକାର ପରିବର୍ତ୍ତନ ନ କରି ପ୍ରତ୍ୟାବର୍ତ୍ତୀ ଭାବେ ମିଥେନ୍‌, ଯବକ୍ଷାରଜାନ ଏବଂ ଅମ୍ଳଜାନ ଆଦି ବାଷ୍ପ ଶୋଷଣ କରି ପାରୁଥିଲା। ଏହାର ପ୍ରସ୍ତୁତି ଏବଂ ବିନିଯୋଗ ସମ୍ପର୍କରେ ସେ ୧୯୯୮ ମସିହାରେ ‘ଦ ବୁଲେଟିନ୍‌ ଅଫ ଦି କେମିକାଲ ସୋସାଇଟି ଅଫ ଜାପାନ’ ପ୍ରକାଶ କଲେ।
ଇତିମଧ୍ୟରେ ୟାଘି ଏ କ୍ଷେତ୍ରରେ ଆଉ ଏକ ପାଦ ଅଗ୍ରସର ହେଲେ। ସେ ଏବଂ ତାଙ୍କର ସହଯୋଗୀମାନେ ଏକ ନୂତନ ଶ୍ରେଣୀର ଏମ୍‌.ଓ.ଏଫ. ତିଆରି କରିବାକୁ ଲାଗିଲେ। ଏଗୁଡିକ ଥିଲା ଅଧିକ ଚଉଡା ଏବଂ ଅତ୍ୟନ୍ତ ମଜଭୁତ, ଯାହାକି ୩୦୦ ଡିଗ୍ରୀ ସେଲସିୟସ ତାପମାତ୍ରା ସହ୍ୟ କରିପାରୁଥିଲା। ଏହାକୁ ନେଇ ସେ ୨୦୦୨ ଏବଂ ୨୦୦୩ ମସିହାରେ ଯଥାକ୍ରମେ ‘ଦ ସାଇନ୍‌ସ’ ଏବଂ ‘ଦ ନେଚର’ ପତ୍ରିକାରେ ଦୁଇଟି ଗବେଷଣା ପତ୍ର ପ୍ରକାଶ କରିଥିଲେ। ତହିଁରେ ସେ ସୂଚିତ କରିଥିଲେ ଯେ ଭିନ୍ନ ଭିନ୍ନ ମୂଳବସ୍ତୁ ବ୍ୟବହାର କରି ନାନାପ୍ରକାର ଏମ.ଓ.ଏଫ.ମାନ ପ୍ରସ୍ତୁତ କରିବା ସମ୍ଭବ। ପୁନଶ୍ଚ ଏହା ନାନାକ୍ଷେତ୍ରରେ ବ୍ୟବହାର ପାଇଁ ଉପଯୋଗୀ।
ଏମ.ଓ.ଏଫ.କାହିଁକି ଗୁରୁତ୍ୱପୂର୍ଣ୍ଣ: ପ୍ରଥମେ ୟାଘି ଏବଂ ତାଙ୍କର ସହ ଗବେଷକଗଣ ନିର୍ମାଣ କରିଥିବା ଏମ. ଓ. ଏଫ.ଗୁଡିକ କେବଳ ବାଛି ବାଛି ଜଳକଣା ଶୋଷଣ କରିପାରୁଥିଲେ। ଏଣୁ ମରୁ ଅଞ୍ଚଳରେ ବାୟୁରୁ ଜଳୀୟ ବାଷ୍ପ ଗ୍ରହଣ କରି ତାହାକୁ ଜଳରେ ପରିଣତ କରିବାକୁ ଏହା ନିୟୋଜିତ ହେଉଥିଲା। କିନ୍ତୁ ବର୍ତ୍ତମାନ ଏଗୁଡିକର ବ୍ୟବହାର ଅତି ବ୍ୟାପକ ହେଲାଣି। ତାହା ଜଳରୁ ପ୍ରଦୂଷକ ଅଲଗା କରିବାଠାରୁ ଆରମ୍ଭ କରି ବିଭିନ୍ନ ବାଷ୍ପ ଶୋଷଣ ଓ ସଞ୍ଚୟ, ପରିସ୍ରବଣ, ବାୟୁମଣ୍ଡଳ ଓ କଳକାରଖାନାରୁ ନିର୍ଗତ ବାଷ୍ପରୁ ଅଙ୍ଗାରକାମ୍ଳ ଶୋଷଣ, ଉତ୍‌ପ୍ରେରଣ, ବିଦ୍ୟୁତ୍‌ ରସାୟନକ୍ଷେତ୍ର, ଫ୍ଲୋରେସେନ୍‌ସ ଭିତ୍ତିକ ଚିତ୍ରଗ୍ରହଣ ଆଦି କାର୍ଯ୍ୟରେ ନିୟୋଜନ କରାଯାଉଛି। ଏଣୁ ବିଭିନ୍ନ କମ୍ପାନୀମାନେ ଏହାର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିଦେଲେଣି। ଉଦାହରଣସ୍ବରୂପ, ଇଂଲଣ୍ଡର ‘ନୂଆଡା’ ନାମକ କମ୍ପାନୀ ଫଳ ଓ ପନିପରିବାକୁ ଦୀର୍ଘକାଳ ଧରି ଗଚ୍ଛିତ ରଖିବା ଲାଗି ଏହାର ଉପଯୋଗ କରୁଛି। ଏଥିରେ ସଞ୍ଚତ୍ତ ରହୁଛି ଏକ ରାସାୟନିକ ପଦାର୍ଥ, ଯାହାକି ସେଗୁଡିକୁ ସତେଜ ରଖୁଛି। ସେହିପରି ଆମେରିକାର ‘ନୂମାର୍ଟ’ ଏକ ପ୍ରକାର ଏମ.ଓ.ଏଫ. ତିଆରି କଲାଣି, ଯାହାକି ବିଭିନ୍ନ ଶିଳ୍ପରୁ ନିର୍ଗତ ପ୍ରଦୂଷଣକାରୀ ବାଷ୍ପରୁ ଅଙ୍ଗାରକାମ୍ଳ ଏବଂ ଅଲଗା ଅଲଗା ଭାବେ ଅନ୍ୟାନ୍ୟ ବାଷ୍ପ ଶୋଷଣ କରିପାରୁଛି। (କ୍ରମଶଃ..)

ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ : ୯୯୩୭୩୦୧୪୬୦

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?