ମେଟା ପଢୁଛି ଆପଣଙ୍କ ହ୍ୱାଟ୍ସଆପ୍ ମେସେଜ୍, ପୂର୍ବତନ କର୍ମଚାରୀ କଲେ ଖୁଲାସା

ନୂଆଦିଲ୍ଲୀ, ୨୫ା୧: ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ହ୍ୱାଟ୍ସଆପ୍‌ର ମାଲିକାନା ସଂସ୍ଥା ‘ମେଟା’ ୟୁଜରମାନଙ୍କ ମେସେଜ ପଢ଼ୁଥିବା ସାଙ୍ଘାତିକ ଅଭିଯୋଗ ଲାଗିଛି। ଆମେରିକାର ଏକ କୋର୍ଟରେ ଏନେଇ ମାମଲା ରୁଜୁ ହୋଇଛି।

ସାନ୍ ଫ୍ରାନ୍ସିସ୍କୋର ଏକ କୋର୍ଟରେ ଭାରତ, ଅଷ୍ଟ୍ରେଲିଆ, ବ୍ରାଜିଲ୍, ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକାର ୟୁଜରମାନଙ୍କ ଏକ ସମୂହ ଏହି ମାମଲା ଦାୟର କରିଛନ୍ତି।

ଏଥିରେ କୁହାଯାଇଛି ହ୍ୱାଟ୍ସଆପ୍ ‘ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍’ ନାମରେ ବ୍ୟବହାରକାରୀଙ୍କୁ ଭୁଆଁ ବୁଲାଉଛି। କମ୍ପାନୀ ଦାବି କରେ ଯେ କେବଳ ମେସେଜ ପଠାଇବା ଲୋକେ ଏବଂ ଗ୍ରହଣକାରୀ ହିଁ ମେସେଜ୍ ପଢ଼ିପାରିବେ। କିନ୍ତୁ ବାସ୍ତବରେ ମେଟା ଏହି ଚାଟ୍‌ଗୁଡ଼ିକୁ ସଂରକ୍ଷିତ କରିବା ସହ ବିଶ୍ଳେଷଣ ମଧ୍ୟ କରିପାରୁଛି।

ମାମଲାରେ ଅଭିଯୋଗ କରାଯାଇଛି ଯେ ମେଟା ଗୁପ୍ତରେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ବାର୍ତ୍ତାଳାପକୁ ଦେଖିପାରୁଛି। ଏହାର କର୍ମଚାରୀମାନେ ଚାହିଁଲେ ଏହି ତଥ୍ୟ ପାଇପାରିବେ। କେତେକ ପୂର୍ବତନ କର୍ମଚାରୀ ବା ହ୍ୱିସଲ୍‌ବ୍ଲୋଅର୍‌ଙ୍କ ସୂଚନାକୁ ଆଧାର କରି ଏହି ଅଭିଯୋଗ କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଗୋପନୀୟତା ରକ୍ଷା କରାଯାଉନାହିଁ।

ତେବେ ମେଟା ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। କମ୍ପାନୀର ଜଣେ ପ୍ରବକ୍ତା କହିଛନ୍ତି, “ଏହି ମାମଲା ଭିତ୍ତିହୀନ। ହ୍ୱାଟ୍ସଆପ୍‌ର ‘ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍’ ବ୍ୟବସ୍ଥା କମ୍ପାନୀକୁ ମେସେଜ୍ ପଢ଼ିବାକୁ ଅନୁମତି ଦିଏ ନାହିଁ। ଆମେ କୋର୍ଟରେ ନିଜର ପକ୍ଷ ଦୃଢ଼ ଭାବରେ ରଖିବୁ।”


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରେ ଭାଜପା-ଟିଏମସି କର୍ମୀ ମୁହାଁମୁହିଁ: ପରସ୍ପରର କାର୍ଯ୍ୟକ୍ରମରେ ଭଙ୍ଗାରୁଜା

କୋଲକାତା, ୨୫ା୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ରବିବାର ସନ୍ଧ୍ୟାରେ କୋଲକାତାର ସାଖେରବଜାର ଏବଂ ବେହାଲା ପଶ୍ଚିମ ଅଞ୍ଚଳରେ ଭାଜପା…

ବିଶ୍ୱ ପାଇଁ ଭାରତ ଶାନ୍ତିର ଦୂତ: ୭୭ତମ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ, ୨୫ା୧: ୭୭ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା…

ଅଭିଷେକ, ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ: ୩-୦ରେ ଭାରତର ଆଗୁଆ ସିରିଜ୍‌ ବିଜୟୀ

ଗୁଆହାଟୀ,୨୫ା୧- ଅଭିଷେକ ଶର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚ୍‌କୁ ଭାରତ ୮…

ପାରିବାରିକ କଳହର କରୁଣ ପରିଣତି, ଗୋଟିଏ ପରିବାରର ୩ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଆନନ୍ଦପୁୁର/ହାଟଡିହି,୨୫।୧(ସୁଶାନ୍ତ କୁମାର ସାହୁ/ ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ଖାଳିଆମେଣ୍ଟା ପଞ୍ଚାୟତ ଅଧୀନ ନିଆଳିଝରଣ ଗ୍ରାମରେ ଜମିବାଡ଼ି ବିବାଦରୁ ରବିବାର ସନ୍ଧ୍ୟାରେ ଟ୍ରିପଲ…

ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଆଡ଼କୁ ବଢୁଛି ଭାରତ: କିନ୍ତୁ ମୁଣ୍ଡପିଛା ଆୟରେ ପଛରେ କାହିଁକି?

ନୂଆଦିଲ୍ଲୀ, ୨୫ା୧: ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି, କିନ୍ତୁ ବଢୁନାହିଁ ମୁଣ୍ଡପିଛା ଆୟ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରିପୋର୍ଟ ଅନୁଯାୟୀ ଭାରତର ଜିଡିପି…

ATMରୁ ଟଙ୍କା ବାହାରିଲାନାହିଁ, ହେଲେ ଆକାଉଣ୍ଟରୁ କଟିଲା ଟଙ୍କା? ମନେ ରଖନ୍ତୁ RBIର ଏହି ନିୟମ… 

ନୂଆଦିଲ୍ଲୀ,୨୫।୧:ଆମର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ, ଆମକୁ ପ୍ରାୟତଃ ନଗଦ ଟଙ୍କା ଆବଶ୍ୟକ ହୁଏ। ହେଲେ ସବୁବେଳେ ନଗଦ ଟଙ୍କା ରଖିବା କଷ୍ଟକର। ତେଣୁ ଆମେ…

ସରକାରଙ୍କ ବଡ଼ ଘୋଷଣା, ରୋହିତ ଶର୍ମା ଏବଂ ହରମନପ୍ରୀତ କୌରଙ୍କୁ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୨୫।୧:  ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ, ଭାରତ ସରକାର ପଦ୍ମ ପୁରସ୍କାର ପାଇଁ ମନୋନୀତ ୧୩୧ ଜଣଙ୍କ ତାଲିକା ପ୍ରକାଶ କରିଛନ୍ତି । ୧୩୧ ଜଣଙ୍କ ମଧ୍ୟରେ ୯…

ଟ୍ରମ୍ପଙ୍କ ଭୟରେ ବଙ୍କରରେ ଲୁଚିଲେ ଖାମେନେଇ; ଜାଣନ୍ତୁ ଏବେ କାହା ହାତରେ ଇରାନର ଦାୟିତ୍ୱ…?

ତେହରାନ,୨୫।୧: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ସମୟରେ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ତେହରାନରେ ନିର୍ମିତ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri