ମେଟା ଉପରେ ୨ ଅରବରୁ ଅଧିକ ଜରିମାନା, ଆମେରିକାର ନିର୍ବାଚନ ବିଜ୍ଞାପନରେ ଗଡବଡକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ

ୱାଶିଂଟନ,୨୮ ।୧୦: ଆମେରିକାରେ ନିର୍ବାଚନ ବିଜ୍ଞାପନ ସହ ଜଡିତ ଗଡବଡକୁ ନେଇ ୱାଶିଂଟନ ରାଜ୍ୟର ଏକ ଅଦାଲତ ବୁଧବାର ଫେସବୁକର ମୂଳ କମ୍ପାନୀ ମେଟା ଉପରେ ପ୍ରାୟ ୨.୫ କୋଟି ଆମେରିକୀୟ ଡଲାର ବା ୨ ଅରବରୁ ଅଧିକ ଟଙ୍କାର ଜରିମାନା ଲଗାଇଛନ୍ତି । ଏହା ଆମେରିକା ଇତିହାସରେ ରାଜନୈତିକ ପ୍ରଚାର ଅଭିଯାନରେ ଜଡିତ ସବୁଠାରୁ ବଡ ଆର୍ଥିକ ଦଣ୍ଡ ବୋଲି କୁହାଯାଉଛି ।

କିଙ୍ଗ କାଉଣ୍ଟି ସୁପରିୟର କୋର୍ଟର ବିଚାରପତି ଡଗଲସ ନର୍ଥ ୱାଶିଂଟନର ଫେୟାର କ୍ୟାମ୍ପେନ ପ୍ରୋକ୍ଟିସ ଆକ୍ଟ ଆଧାରରେ ମେଟାକୁ ରାଜନୈତିକ ବିଜ୍ଞାପନଦାତାଙ୍କ ନାମ ଓ ଠିକଣା ପ୍ରକାଶ ନ କରିବା ଅଭିଯୋଗରେ ଏହି ଜରିମାନା କରିଛନ୍ତି । ଏ ସମସ୍ତ ଘଟଣାକୁ ନେଇ ମେଟା କୌଣସି ଜବାବ ଦେଇ ନାହିଁ । ୱାଶିଂଟନର ପାରଦର୍ଶିତା ଆଇନ ଅନୁଯାୟୀ, ମେଟାକୁ ରାଜନୈତିକ ବିଜ୍ଞାପନଦାତାଙ୍କ ନାମ ଠିକଣା ଜଣାଇବା ଜରୁରୀ ।
କମ୍ପାନୀ ଯେ କୌଣସି ୟୁଜର୍ସଙ୍କ ଦାବି ମୁତାବକ ବିଜ୍ଞାପନଦାତାଙ୍କ ନାମ ଓ ଠିକଣା ଦେବାକୁ ହୋଇଥାଏ । ହେଲେ ମେଟା ବାରମ୍ବାର ଏହାକୁ ନେଇ କୋର୍ଟରେ ଆପତ୍ତି ଉଠାଇଥିଲା । ଫେସବୁକ ରାଜନୈତିକ ବିଜ୍ଞାପନର ଆର୍କାଇଭ ରଖିଛି, ଯାହାକୁ ଏହା ପ୍ରସାରିତ କରିଥାଏ, ହେଲେ ଏହି ଆଇନ ଆଧାରରେ ସୂଚନାକୁ ଜରୁରୀ ସମୟରେ ସାର୍ବଜନିକ କରିବା ନିୟମକୁ ପାଳନ କରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

ଚର୍ଚ୍ଚାରେ ପ୍ରଶାସନ, ଡାକ୍ତରଙ୍କୁ ମିଳିଲା ହସ୍ପିଟାଲରୁ କୁକୁର ଘଉଡ଼ାଇବା ପାଇଁ ଦାୟିତ୍ୱ

ଜୟପୁର,୯।୨: ରାଜସ୍ଥାନର ଜୟସଲମେର ଜିଲ୍ଲାର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ସରକାରୀ ଜବାହାର ହସ୍ପିଟାଲରେ କୁକୁର ହଟାଇବା ଅଭିଯାନ ଚାଲିଛି । ହସ୍ପିଟାଲ ପ୍ରଶାସନ ଦ୍ୱାରା ଜାରି…

୧୦୦ ଟପିବ ପେଟ୍ରୋଲ ଦର? ଟ୍ରମ୍ପଙ୍କ ଯୋଗୁ ଗୋଟିଏ ଝଟକାରେ ହୁ ହୁ ହୋଇ ବଢ଼ିବାକୁ ଯାଉଛି ମୂଲ୍ୟ…!

ନୂଆଦିଲ୍ଲୀ,୯।୨: ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ ହୋଇଥିବା ଟ୍ରେଡ୍‌ ଡିଲ(ବାଣିଜ୍ୟ ଚୁକ୍ତି) ନେଇ ଜୋରଦାର ଚର୍ଚ୍ଚା ହେଉଛି। କାରଣ ଏହା ଭାରତର ସାଧାରଣ ନାଗରିକଙ୍କୁ ମହଙ୍ଗା…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ଟି-୨୦ ବିଶ୍ୱକପ୍: ବଡ଼ ଦଳଙ୍କୁ ନାକେଦମ୍ କଲେଣି ‘ଅଣ୍ଡରଡଗ୍ସ’, ଚର୍ଚ୍ଚାରେ ଏସବୁ ମ୍ୟାଚ୍

ନୂଆଦିଲ୍ଲୀ,୯।୨: ଚଳିତ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସପ୍ତାହ କ୍ରିକେଟ ଜଗତର ସମସ୍ତ ପୁରୁଣା ସମୀକରଣକୁ ବଦଳାଇ ଦେଇଛି। ଯେଉଁ ଛୋଟ ଦଳମାନଙ୍କୁ ଦିନେ ‘ଦୁର୍ବଳ’ ବୋଲି କୁହାଯାଉଥିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri