ଫିନ୍‌କେୟାର ସହ ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କର ମିଶ୍ରଣ

ନୂଆଦିଲ୍ଲୀ,୬।୩: ଦେଶର ପ୍ରମୁଖ ଘରୋଇ ଆର୍ଥିକ ସଂସ୍ଥା ତଥା ଫିନ୍‌ କେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍‌ ଏବଂ ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କର ମିଶ୍ରଣକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଛି। ଏପରିକି ଏହି ମିଶ୍ରଣ ଭାରତୀୟ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବହନ କରୁଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଡିସେମ୍ବର ୩୧ ସୁଦ୍ଧା ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧କୋଟିରୁ ଅଧିକ ଗ୍ରାହକ, ୪୩,୫୦୦ ରୁ ଅଧିକ କର୍ମଚାରୀ ଏବଂ ୨,୩୫୦ରୁ ଅଧିକ ଫିଜିକାଲ ଟଚ୍‌ ପଏଣ୍ଟର ନେଟ୍‌ୱର୍କ ସହ ଏକ ଶକ୍ତିଶାଳୀ ସଂସ୍ଥା ସୃଷ୍ଟି ହୋଇଛି, ଯାହାର ଜମା ୮୯,୮୫୪ କୋଟି ଟଙ୍କା ଏବଂ ବାଲାନ୍ସ ସିଟ୍‌ ଆକାର ୧,୧୬,୬୯୫ କୋଟି ଟଙ୍କା ରହିଛି। ସେହିଭଳି ୨୦୨୩ ଅକ୍ଟୋବର ୨୯ରେ ଉଭୟ ଏୟୁ ଏସ୍‌ଏଫ୍‌ବି ଏବଂ ଫିନ୍‌ କେୟାର ଏସ୍‌ଏଫ୍‌ବିର ନିର୍ଦ୍ଦେଶକ ମଣ୍ଡଳୀ ମିଶ୍ରଣକୁ ଅନୁମୋଦନ ପ୍ରଦାନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଯଥାକ୍ରମେ ୨୦୨୩ ନଭେମ୍ବର ୨୭ ଏବଂ ନଭେମ୍ବର ୨୪ରେ ସେମାନଙ୍କର ସମ୍ପୃକ୍ତ ଅଂଶୀଦାରମାନେ ବୈଠକରେ ‘ସ୍କିମ୍‌ ଅଫ୍‌ ଆମାଲଗାମେଶନ’କୁ ଅନୁମୋଦନ ପ୍ରଦାନ କରିଥିଲେ। ସେହିପରି ୨୦୨୪ ଜାନୁଆରୀ ୨୩ରେ ପ୍ରସ୍ତାବିତ ମିଶ୍ରଣ ଯୋଜନାକୁ ପ୍ରତିଯୋଗିତା ଆଇନ, ୨୦୦୨ର ଧାରା ୩୧(୧)ର ବ୍ୟବସ୍ଥା ଅନୁଯାୟୀ ଭାରତୀୟ ପ୍ରତିଯୋଗିତା ଆୟୋଗଙ୍କ ଅନୁମୋଦନ ମିଳିଥିଲା।
ଏ ନେଇ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କର ପ୍ରତିଷ୍ଠାତା, ଏମ୍‌ଡି ଏବଂ ସିଇଓ ସଞ୍ଜୟ ଅଗ୍ରୱାଲ କହିଛନ୍ତି, ଆମ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଆମେ ଭାରତ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଧନ୍ୟବାଦ ଜଣାଉଛୁ । ସେହିଭଳି ଫିନ୍‌ କେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କର ଏମ୍‌ଡି ଏବଂ ସିଇଓ ରାଜୀବ ଯାଦବ କହିଛନ୍ତି, ଏୟୁ ଏସ୍‌ଏଫ୍‌ବି ସହିତ ମିଶ୍ରଣ ଆମ ସଂସ୍ଥା ପାଇଁ ଏକ ନୂତନ ଅଧ୍ୟାୟ ହୋଇଥିଲାବେଳେ ଏହା ଦୁଇଟି ସଫଳ ଏବଂ ସମ୍ମାନଜନକ ବ୍ୟାଙ୍କ ମଧ୍ୟରେ ଏକ ପରିବର୍ତ୍ତନଶୀଳ ମିଶ୍ରଣ ଭାବେ ପରିଣତ ହୋଇଛି, ଯାହା ଉଭୟ ଅଗ୍ରଣୀ ଅଭିବୃଦ୍ଧି ଏବଂ ଲାଭ ପାଇଁ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri