ଖସୁଛି ପାରଦ: ଜି.ଉଦୟଗିରିରେ ୭.୬ ଡିଗ୍ରୀ

ଜି.ଉଦୟଗିରି,୨୮ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ପ୍ରବଳ ଥଣ୍ଡା ସହ ଜାଡ଼ ଅନୁଭୂତ ହେଉଛି। ସାରୁ ସକାଳ ୯ଟା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ କୁହୁଡ଼ି ଘେରରେ ଥିବା ଦେଖିବାକୁ ମିଳୁଛି। କୋହଲା ପବନ ସାଙ୍ଗକୁ ଅସହ୍ୟ ଶୀତ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ବିଶେଷକରି ବୃଦ୍ଧାବୃଦ୍ଧ, ଛୋଟପିଲାମାନେ ଶୀତରୁ ରକ୍ଷା ପାଇବାକୁ ନିଆଁ ଜାଳି ବସୁଛନ୍ତି। ପ୍ରବଳ ଥଣ୍ଡା ଯୋଗୁ ସ୍ଥାନୀୟ ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ ରହୁଛି। ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଜି.ଉଦୟଗିରିରେ ଶନିବାର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ରହିଥିବା ବେଳେ ଶୁକ୍ରବାର ୮.୬ ଡିଗ୍ରୀ ତାପମାତ୍ରା ଥିବା ରେକର୍ଡ ହୋଇଛି। ଗ୍ରାମାଞ୍ଚଳର ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ଆହୁରି କମ ରହୁଥିବା ନେଇ ଅଞ୍ଚଳବାସୀ କହିଛନ୍ତି।

Share