ବ୍ୟବସାୟୀଙ୍କୁ ଡକାୟତି ଘଟଣାର ପର୍ଦ୍ଦାଫାଶ: ନଗଦ ୧ ଲକ୍ଷ ୧୨ ହଜାର ଟଙ୍କା ଜବତ, ୬ ଗିରଫ

କେସିଙ୍ଗା,୧୮ା୬(ତୁମେଶ୍ୱର ସାହୁ): କେସିଙ୍ଗାର ଜଣେ ବ୍ୟବସାୟୀ ଡକାୟତି ଘଟଣାରେ କେସିଙ୍ଗା ପୋଲିସକୁ ସଫଳତା ମିଳିଛି। ୬ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କଠାରୁ ୧ ଲକ୍ଷ ୧୨ ହଜାର ଟଙ୍କା, ଡକାୟତିରେ ବ୍ୟବହାର ହୋଇଥିବା ୨ଟି ମୋଟରସାଇକେଲ, ୪ଟି ଫୋନ, ଛୁରି, ଲୁହାରଡ଼, ସ୍କ୍ରୁ ଡ୍ରାଇଭର ଜବତ କରିଛି ପୋଲିସ।

ଗତ ମଇ ୨୮ ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା କେସିଙ୍ଗାର ୯ ନମ୍ବର ଓ୍ବାର୍ଡ ଜଗନ୍ନାଥ ପଡ଼ାର ସୁବାସ ଚନ୍ଦ୍ର ଅଗ୍ରଓ୍ବାଲଙ୍କ ଘର ପଛପଟ କବାଟର ତାଲାଭାଙ୍ଗି ୯ ଜଣ ମୁଖାଧାରୀ ଡକାୟତ ଘର ଭିତରକୁ ପଶିଥିଲେ। ଛୁରିଦେଖାଇ ଜୀବନରେ ମାରିଦେବାକୁ ଭୟଭୀତ କରାଇ ସୁବାସ ଚନ୍ଦ୍ର ଅଗ୍ରଓ୍ବାଲ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଦଉଡ଼ିରେ ବାନ୍ଧି ପକାଇଥିଲେ। ତା’ପରେ ଆଲମିରା, ଡ୍ର ଓ ଲକର ଭାଙ୍ଗି ଡକାୟତମାନେ ୬ ଲକ୍ଷ ଟଙ୍କା, ଗୋଟିଏ ସୁନା ହାର, ଗୋଟିଏ ସୁନା ମୁଦି, ହୀରାର ଗୋଟିଏ ବ୍ରେସ୍‌ଲେଟ୍‌, ଦୁଇଟି ମୋବାଇଲ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ କରି ପଳେଇ ଯାଇଥିଲେ। ମଇ ୨୯ରେ ସୁବାସଙ୍କ ଅଭିଯୋଗ କ୍ରମେ କେସିଙ୍ଗା ଥାନାରେ ଧାରା ୪୫୭ ଓ ୩୯୫ରେ ଏକ ମାମଲା ରୁଜୁ କରି କେସିଙ୍ଗା ପୋଲିସ ଡକାୟତି ଘଟଣାର ତଦନ୍ତ ଆରମ୍ଭ କରି ୬ ଜଣ ଡକାୟତ କେସିଙ୍ଗା ଥାନା ଅନ୍ତର୍ଗତ ଗୁର୍ଜିମୁଣ୍ଡାର ଖିତିସ ରଣା ଓ ରୁକମନ ରଣା, କୁଣ୍ଡାବନ୍ଧ ଗ୍ରାମର ଦୈତାରୀ କରୁଆଁ ଓ ବବଲୁ ଦୀପ, କିକିଆର ଧୋବା ଖର୍ସେଲ ଓ ମଦନପୁର ରାମପୁର ଥାନା ଅନ୍ତର୍ଗତ ମଦନପୁରର ସୁବିଧା ରଣାଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୧ ଲକ୍ଷ ୧୨ ହଜାର ଟଙ୍କା ସହ ଡକାୟତିରେ ବ୍ୟବହାର ହୋଇଥିବା ମୋଟର ସାଇକେଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ବୋଲି କଳାହାଣ୍ଡି ଏସ୍‌ପି ଅଭିଳାଷ ଜୀ ଏକ ପ୍ରେସ୍‌ ବିବୃତ୍ତିରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଡକାୟତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri