ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ସ୍ଥାନୀୟ ମହିଳା ସାମାଜିକ କର୍ମୀମାନେ ଉକ୍ତ ମହିଳାଙ୍କୁ ସ୍ୱାଭାବିକ ଅବସ୍ଥାରେ ଦେଖିଥିଲେ। ତେବେ ବୁଧବାର ସକାଳେ ମହିଳାଙ୍କ ଦେହ କ୍ଷତବିକ୍ଷତ ହୋଇଥିବା, ଦାନ୍ତ ଭାଙ୍ଗିଯାଇଥିବା ଏବଂ ପିନ୍ଧା ପୋଷାକ ଫାଟିଯାଇଥିବା ଦେଖିବାକୁ ମିଳିଥିଲା। ସାମାଜିକ କର୍ମୀମାନେ ତାଙ୍କୁ ଉଦ୍ଧାର କରି ଗାଧୋଇ ଦେବା ସହ ଶରୀରରେ ଗୁରୁତର କ୍ଷତ ଚିହ୍ନ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ।

ରାତି ସାଢ଼େ ୧୦ଟାରେ ମହିଳାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (RGH)କୁ ଅଣାଯାଇଥିଲା। ସେଠାରେ ଡାକ୍ତରୀ ଯାଞ୍ଚ ପରେ ମହିଳା ଜଣକ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି। ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ପୋଲିସ ସକ୍ରିୟତା ଦେଖାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ପୂରା ସତ୍ୟତା ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି।

Dharitri – Odisha’s No.1 Odia Daily

Share