ମାନସିକତା

ଥରେ ମୁଁ ଓ ମୋର ଜଣେ ଘନିଷ୍ଠ ବାନ୍ଧବୀ ଜଣେ ସାଧୁ ଦେଉଥିବା ପ୍ରବଚନକୁ ଶୁଣିବାକୁ ଯାଇଥିଲୁ। ପ୍ରଥମ ଦିନ ସାଧୁ କହିଥିଲେ, ସାହସିକତା ଓ ଆତ୍ମବିଶ୍ୱାସ ମଣିଷକୁ ବଡ଼ କରି ତୋଳେ କିନ୍ତୁ ଭୟଭ୍ରାନ୍ତି ମଣିଷର ଦୁଇ ଶତ୍ରୁ ଓ ସେମାନେ ମଣିଷର ସଫଳତାରେ ବାଧକ ହୋଇଥାନ୍ତି। ଦ୍ୱିତୀୟ ଦିନ କହିଥିଲେ, ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି ଓ ଭଗବାନଙ୍କ ନିକଟରେ ସମସ୍ତ ସମସ୍ୟା ସମାଧାନର ବାଟ ରହିଛି। ସାହସିକତା, ଆତ୍ମବିଶ୍ୱାସ କିପରି ସଫଳତାର ଚାବିକାଠି ତାହାକୁ ବୁଝାଇବାକୁ ଯାଇ ସେ କଲମ୍ବସ, ଲୁଇସପାଶ୍ଚର, ମିଲଟନ, ବେଥୋଭେନ, ହେଲେକେଲରଙ୍କର ଉଦାହରଣ ଦେଇଥିଲେ। ସେ କହିଥିଲେ, ସିଂହର ଭୟ ନ ଥାଏ ଓ ଭୟ ଥିବା ଜୀବକୁ ସିଂହ କୁହାଯାଇ ପାରେନା।
ମୁଁ ମୋର ବାନ୍ଧବୀକୁ ପଚାରିଲି ଆଜିର ପ୍ରବଚନ କିପରି ଲାଗିଲା। ସେ କହିଲା କହିବା ଓ ଶୁଣିବା ବଡ଼ ସହଜ କିନ୍ତୁ ଦୈନନ୍ଦିନ ଜୀବନରେ ଏହାକୁ ପାଳନ କରିବା ଅତ୍ୟନ୍ତ କଷ୍ଟକର। ତୃତୀୟ ଦିନ ପ୍ରବଚନରେ ସାଧୁ କହିଲେ, ମା’ସର୍ବଂସହା, ସତ୍ୟ, ଗର୍ଭଧାରିଣୀ ମମତାମୟୀ। କାଳଚକ୍ରରେ ସେ କନ୍ୟା, ଭଗ୍ନୀ, ପତ୍ନୀ, ବନ୍ଧୁ, ଶାଶୁ ପ୍ରଭୃତି ଭୂମିକାରେ ଅଭିନୟ କରିଥାଏ। କିନ୍ତୁ ଆଜିକାଲି ମା’ପାଇଁ ଉତ୍ସର୍ଗୀକୃତ ଦିନଟି ଛଡ଼ା ଅନ୍ୟ ଦିନଗୁଡ଼ିକରେ ପିଲାମାନେ ମା’ଙ୍କୁ ମନେପକାଉ ନାହାନ୍ତି।
ତା’ ପରଦିନ ପ୍ରବଚନ ଶୁଣିବାକୁ ଯିବା ପୂର୍ବରୁ ମୋର ବାନ୍ଧବୀ ମୋତେ ତାଙ୍କର ଘରର ପୋଖରୀକୂଳକୁ ନେଇଗଲେ। ସେ ପୋଖରୀରେ ବଡ଼ ବଡ଼ ମାଛଥାଆନ୍ତି। ବାନ୍ଧବୀ କହିଲା ଯେ ପ୍ରବଚନରୁ ତୁ ଯଦି କିଛି ଶିକ୍ଷା କରିଥାଉ ତେବେ ଭଗବାନଙ୍କ କୃପାରୁ ତାହା ଏଠାରେ ପ୍ରତିଫଳିତ ହେବ। ତା’ର କଥା ସରିଚି ନା ନାହିଁ ଗୋଟିଏ ବଡ଼ ମାଛ କୂଳ ପାଖକୁ ଆସିଲା ଓ ସେଠାରେ ବୁଲୁଥିବା ଗୋଟିଏ ଛୋଟ ମାଛକୁ ଗିଳିଦେଲା। ବାନ୍ଧବୀ କହିଲା, ଏପରି ଏକ ଦୃଶ୍ୟକୁ ଦେଖି ଦିନେ ବୁଦ୍ଧଙ୍କ ମନ ତରଳି ଯାଇଥିଲା। ଏହାକୁ ଦେଖି ତୋର ମନରେ ନିରାମିଷାଶୀ ହେବାର ବାସନା ଉଦ୍ରେକ ହେଉଛି କି? ମୁଁ କହିଲି ନା, କାରଣ ଆମିଷ ଭକ୍ଷଣ କରିବାକୁ ମତେ ଖୁବ୍‌ ଭଲ ଲାଗୁଥିଲା।
ଏହାପରେ ଆମେ ପ୍ରବଚନ ଶୁଣିବାକୁ ଗଲୁ। ବାଟରେ ଯାଉଥିବା ସମୟରେ ଗୋଟିଏ ଗାଡ଼ିରେ କୁକୁଡ଼ାଗୁଡ଼ିକ ଲଦା ହୋଇ ଆସୁଥିଲେ। ଆଉ ଗୋଟିଏ ଗାଡ଼ିରେ ଛେଳି ଓ ଗୋ ମାତାମାନେ କଂସେଇଖାନାକୁ ବୋଝେଇ ହୋଇ ଆସୁଥିଲେ। ଏହା ଦେଖି ବାନ୍ଧବୀ କହିଲା, ଦେଖ ତୋର ଅତି ପ୍ରିୟ ଖାଦ୍ୟମାନେ କିପରି ଲଦା ହୋଇ ଯାଉଛନ୍ତି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସେମାନଙ୍କୁ କଷ୍ଟ ହେଉଥିବ। କହିଲୁ ଦେଖି ଛୁଆ କୁକୁଡାଟି ଆଗରେ ତାର ମା’କୁକୁଡ଼ାକୁ ଯେତେବେଳେ ହତ୍ୟା କରାଯାଉଥିବ ଛୁଆ କୁକୁଡ଼ା ମନରେ କ’ଣ ଭାବନା ଉଦ୍ରେକ ହେଉଥିବ। ମୁଁ କହିଲି, ପଶୁମାନଙ୍କର ଏପରି ଉନ୍ନତ ଭାବନା ନ ଥାଏ, ନ ହେଲେ ମା’ ଆଗରେ ଶିଶୁର ହତ୍ୟା ଓ ଶିଶୁ ଆଗରେ ମା’ର ହତ୍ୟା ନିଶ୍ଚୟ ବୀଭତ୍ସଜନକ।
ସେ ଦିନ ସାଧୁ ତାଙ୍କ ପ୍ରବଚନରେ କହିଲେ, ମାଂସ କଟାଯାଉଥିବା ସ୍ଥାନରେ ଗୋଟିଏ ପରିବାରର ବାପା, ମା’ ଓ ଛୋଟ ପିଲାମାନେ ଏକାଠି ଠିଆ ହୋଇଥାନ୍ତି। ସେଠାରେ ତାଙ୍କ ପରି ଅନ୍ୟ ପରିବାରର ଲୋକମାନେ ମଧ୍ୟ ଗହଳି କରୁଥାନ୍ତି। ସମସ୍ତେ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରୁଥାନ୍ତି ଯେ କିପରି ଭାବେ ଆଗ ମାଂସ ନେଇ ଘରକୁ ଫେରିବେ। ମାଂସ କଟାଳି ଗୋଟିଏ ଛେଳିକୁ ହାଣି କାଟି ତା’ର ଗୋଡ ଦୁଇଟିକୁ ଭାଙ୍ଗି ଦଉଡ଼ିରେ ଟାଙ୍ଗି ଦେଲା। ତା’ର ଦେହରୁ ସମସ୍ତ ଚମଡ଼ାକୁ ଛଡ଼ାଉ ଥିବା ବେଳେ ରକ୍ତ ଟପ ଟପ ହୋଇ ଝରି ପଡ଼ୁଥିଲା। ଏହି ସମୟରେ ଅନ୍ୟ ଛେଳିଙ୍କର ବେଦନାକୁ ଗ୍ରାହକମାନେ ଶୁଣି ପାରି ନ ଥିଲେ। ଚାଲିଥିଲା ପ୍ରତିଯୋଗିତା। କିଏ କହୁଥାଏ ମୋର କିଲେ, କିଏ କହୁଥାଏ ମୋର ଅଧକିଲୋ ଏହିପରି। ସାଧୁ କହିଲେ, କହିଲ ଦେଖି ଯେଉଁମାନେ ମାଂସ କିଣିବାକୁ ଆସିଥିଲେ ଓ ଯେଉଁମାନେ ମାଂସ ଭକ୍ଷଣ କରନ୍ତି ସେମାନେ କି ପ୍ରବୃତ୍ତିର ଲୋକ ହୋଇଥିବେ? ମଣିଷ ନା ଅସୁର।
ସେ ଦିନର ଏକଥା ଆଜି ପର୍ଯ୍ୟନ୍ତ ମୋର ମନେଅଛି। ଆଜି ପ୍ରବଚନ ନୁହେଁ ବରଂ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଆମିଷ ଭକ୍ଷଣରୁ ବଞ୍ଚତ୍ତ ହୋଇଛି। ବିଭିନ୍ନ ରୋଗ ଯୋଗୁ ମତେ ଏସବୁଥିରୁ କ୍ଷାନ୍ତ ହେବାକୁ ପଡ଼ିଛି ଓ ମୁଁ ଅନୁଭବ କରିପାରୁଛି ସମସ୍ତ ଜୀବନ୍ତ ଜୀବମାନଙ୍କ ମଧ୍ୟରେ ଭଗବାନ ବିଦ୍ୟମାନ ଓ ପ୍ରତ୍ୟେକ ପ୍ରାଣୀର ଏ ପୃଥିବୀରେ ବଞ୍ଚତ୍ ରହିବାର ଅଧିକାର ଅଛି। ‘ଜୀବେ ଦୟା’ ଏହା ଆମର ପ୍ରଧାନ ମନ୍ତ୍ର ହେବା ଦରକାର।

– ଅନୀତା ପଟ୍ଟନାୟକ
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସିଡିଏ, କଟକ
ମୋ :୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri