ମାନସିକ ଦୁଶ୍ଚିନ୍ତା

ଡକ୍ଟର ତ୍ରିନାଥ ପଟ୍ଟନାୟକ

ଅଧିକାଂଶ ମଣିଷ ପଚାଶ ବର୍ଷ ବୟସରେ ପହଞ୍ଚତ୍ଲେ ଅଧିକ ଚିନ୍ତିତ ହୋଇଯାଆନ୍ତି। ସତେ ଯେମିତି କିଏ ତାଙ୍କର ଗତିପଥକୁ ପଛରୁ ଭିଡ଼ିଧରୁଛି। ସେମାନେ ୨୦/୨୫ ବର୍ଷ ତଳର କ୍ରିୟାଶୀଳ ଜୀବନର ତାରୁଣ୍ୟକୁ ମନେପକାନ୍ତି। ପଛକୁ ଚାହିଁ ଆଗକୁ ଯିବା ପାଇଁ ସାହସ କୁଳେଇବେ କ’ଣ? ବିଷାଦ ଅନୁଭବ କରନ୍ତି। କେମିତି କେମିତି ଅସମଞ୍ଜସତା ଅନୁଭବ କରନ୍ତି। ସବୁ କାର୍ଯ୍ୟକୁ ପାହାଡ଼ ଭଳି ଅନୁଭବ କରନ୍ତି। କାର୍ଯ୍ୟ କରିବା ପାଇଁ ଆଗ୍ରହ ଆସେ ନାହିଁ। ଆମତ୍ବିଶ୍ୱାସ ହରେଇ ବସନ୍ତି। କୌଣସି ନିର୍ଦ୍ଦିଷ୍ଟ ନିର୍ଣ୍ଣୟ ନେବା ଦିଗରେ ବେଳେ ବେଳେ କୁଣ୍ଠାବୋଧ କରନ୍ତି। ନିଜର ପିଲାଛୁଆ, ବନ୍ଧୁ ବାନ୍ଧବଙ୍କ ପ୍ରତି ବୀତସ୍ପୃହ ହୋଇ ଉଠନ୍ତି। ଏପରି କି ନିଜ ଜୀବନର ସାଥୀଙ୍କୁ ମଧ୍ୟ ଠିକ ଭାବେ ବୁଝିପାରନ୍ତି ନାହିଁ କି ବୁଝାଇଲେ ମଧ୍ୟ ବୁଝିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ବିଭିନ୍ନ ଚିନ୍ତା ମନରେ ଆସି ଘର ବାନ୍ଧି ରୁହେ। କାଳ୍ପନିକ ଭୟ ବାରବାର ମନକୁ ଆସେ।
ଏହି ଅବସ୍ଥାକୁ ଆମେ ପ୍ରୌଢ଼ାବସ୍ଥା ବୋଲି କହୁ। ବେଳେ ବେଳେ ବିଫଳ ଯୌନଚିନ୍ତା ଆସେ, ନିଜର ସଫଳତା ବିଷୟରେ ମନରେ ସନ୍ଦେହ ଆସେ। ଏଥିରେ ନୂତନତା କ’ଣ ବା ଅଛି। ବୟସ ବଢ଼ିଲେ ତ ସାଧାରଣତଃ ଯୌନ ଅସଫଳତା ଅଧିକାଂଶ ବ୍ୟକ୍ତିଙ୍କ ଜୀବନରେ ଆସେ। ଏଥିରେ ଚିନ୍ତିତ ହେବାର କିଛି ନାହିଁ। ପ୍ରୌଢ଼ାବସ୍ଥାରେ ପୁରୁଷ ଯୌନ ଶକ୍ତିରେ ଏକ ପରିବର୍ତ୍ତନ ଅବଶ୍ୟ ଆସେ କିନ୍ତୁ ଗ୍ରନ୍ଥିରେ କୌଣସି ବିକାର ଦେଖା ଦେବ ସେମିତି କିଛି କଥା ନାହିଁ। ମାନସିକ ସ୍ତରରେ ଲୋକ କୁହାକୁହିର କିଛିଟା ପ୍ରଭାବ ପଡ଼େ। ପଚାଶବର୍ଷ ମନୁଷ୍ୟର ଅର୍ଦ୍ଧ ବିରାଗ ସମୟ। କ୍ରମାଗତ ଭାବେ ଜୀବନକୁ ଉପଭୋଗ କରିବା ପରେ, ଜୀବନର ଗତି ଏଇଠି ଟିକିଏ ଅଟକିଗଲା ଭଳି ଲାଗେ। ବିରକ୍ତି ଭାବ ବି ମନରେ ଆସେ। ଅତୀତ ଜୀବନଯାତ୍ରାର ସମୀକ୍ଷା କରିବାକୁ ଇଚ୍ଛା ହୁଏ। କିଛି ପାଇଥିଲେ ସୁଦ୍ଧା ଆଉ କିଛି ପାଇବାକୁ ଲକ୍ଷ୍ୟ ରୁହେ। ଆଉ କିଛି ପାଇ ନ ଥିଲେ ମନରେ କ୍ଷୋଭ ଆସେ, ଅବସୋସ ବି ରହେ।
ଅସଫଳ ମଣିଷ ବେଳେବେଳେ ଆମତ୍ବିଶ୍ୱାସ ହରେଇ ବସେ। ଭୁଲବାଟରେ ଯିବାପାଇଁ ଇଚ୍ଛା କରେ। ସର୍ବଦା ପ୍ରସନ୍ନ ଚିତ୍ତହୋଇ ଅବଶିଷ୍ଟ ସମୟକୁ ସାଥିରେ ନେଇ ଅଗ୍ରସର ହୁଅନ୍ତୁ। ନିଶ୍ଚୟ ସଫଳତା ପାଇବେ। ଆଜିର ସମୟ ଭିନ୍ନ। ମଣିଷର ହାରାହାରି ବୟସ ସୀମା ୭୦ବର୍ଷ ହୋଇଗଲାଣି। ଯୁବକମାନେ କର୍ମ କ୍ଷେତ୍ରରେ ପ୍ରବେଶ କରୁ କରୁ ୩୫ବର୍ଷ ବ୍ୟତୀତ ହୋଇଯାଉଛି। ଏଣୁ ଏବର ସରକାର କର୍ମଚାରୀମାନଙ୍କର ଅବସର ବୟସ ସୀମାକୁ ଷାଠିଏ ବର୍ଷ କରିଦେଇଛନ୍ତି। ଡାକ୍ତର ଓ କେତେକ ପ୍ରଫେସରଙ୍କର ଅବସର ବୟସ ସୀମା ୬୫ ବର୍ଷକୁ ବଢ଼େଇ ଦେଇଛନ୍ତି। ଦ୍ୱିତୀୟ ମହାସମର ପରେ ପରେ ମଣିଷ ଶୀଘ୍ର ଶୀଘ୍ର ପ୍ରୌଢ଼ ହୋଇଗଲା। ଏବେ ସେ ସମୟ ନାହିଁ। ଏବର ୪୦ବର୍ଷର ବ୍ୟକ୍ତି ପ୍ରୌଢ଼ ନୁହେଁ, ଯୁବକ ଭଳି କାର୍ଯ୍ୟକ୍ଷମ।
ଅବଶ୍ୟ ପ୍ରୌଢ଼ାବସ୍ଥା ଆସିଲେ ମନୁଷ୍ୟ ଶରୀରରେ ବିଭିନ୍ନ ସମସ୍ୟା ଦେଖାଯାଏ। ପରିବାର ପୋଷଣ ଭାର ନିଜ ଉପରେ ପଡ଼ୁଥିବାରୁ ରୋଜଗାର ନିମନ୍ତେ ପରିଶ୍ରମ କରିବାକୁ ପଡ଼ିଥାଏ। ଖର୍ଚ୍ଚବଢ଼େ, ଚିନ୍ତା ବି ବଢ଼େ। ବୟସ ଢଳିଲେ ମନକୁ ଏକା ଏକା ବୋଧ ଆସେ କାହିଁକି ନା ପିଲାମାନେ ବଡ଼ ହୋଇଗଲା ପରେ ବୁଢ଼ାଲୋକ ଖୁସିବାସୀ ଆନନ୍ଦ ଟିକିଏ ପାଇବା ପାଇଁ ଲାଳାୟିତ ହୁଏ। ଦେହ ସହେନାହିଁ କି ଅନ୍ୟମାନେ କେତେକ କ୍ଷେତ୍ରରେ ସହଯୋଗ କରନ୍ତି ନାହିଁ। ଡାକ୍ତରଙ୍କ ପଛରେ ଗୋଡ଼ାଇବାକୁ ପଡ଼େ। ଔଷଧ ଖିଆ ଜୀବନ ବାସ୍ତବରେ ସରସ ଜୀବନ ନୁହେଁ। ତଥାପି ମଣିଷ ବାଧ୍ୟ ହୁଏ। ବୃଦ୍ଧାବସ୍ଥା ଆସିଲେ କେତେକ ନିର୍ଦ୍ଦିଷ୍ଟ ଯୋଗ ବ୍ୟାୟାମ, ପ୍ରାତଃ ଭ୍ରମଣ, ପ୍ରକୃତିକୁ ଅନୁଭବ କରିବା ଓ ଆଧ୍ୟାମତ୍ିକ ଚିନ୍ତା ଚେତନାରେ ମଜ୍ଜିଯିବା ଉଚିତ। ଭଲ କଥା ଦେଖ ଭଲ କଥା ଶୁଣ। ଏହା ହେଉଛି ବୃଦ୍ଧାବସ୍ଥାରେ ମଣିଷର ଆନନ୍ଦ ଅନ୍ବେଷଣର ଉପାୟ।
ଯେଉଁମାନେ ଯୌବନାବସ୍ଥାରେ ଅନିୟମିତ ଜୀବନ ଶୈଳୀର ଦାସ ହୋଇଛନ୍ତି, ଅପ୍ରାକୃତିକ ଯୌନ ସମ୍ପର୍କ, ଦୂଷିତ ଖାଦ୍ୟ, ମାଦକ ଦ୍ରବ୍ୟ ସେବନ ଆଦିର ଅଧୀନ ହୋଇଛନ୍ତି, ସେମାନଙ୍କ ନିମନ୍ତେ ବୃଦ୍ଧାବସ୍ଥା ଅଧିକ ଦୁଃଖ ପ୍ରଦ ହୋଇଥାଏ। ବୃଦ୍ଧାବସ୍ଥାରେ ଶାରୀରିକ କଷ୍ଟକୁ ସହ୍ୟ କରିବା ନିମନ୍ତେ କଦାପି କୌଣସି ମାଦକ ଦ୍ରବ୍ୟର ସାହାଯ୍ୟ ନେବା ଉଚିତ ନୁହେଁ। ସେ ସବୁ ମାନସିକ ଶାନ୍ତି କି ଆନନ୍ଦ ଦେବେ ନାହିଁ ବରଂ ବିଷାଦରେ ଗୌହରକୁ ଟାଣି ନେବେ। ୨୦/୨୫ ବର୍ଷର ବ୍ୟକ୍ତି କଦାପି ତା’ର ସ୍ବାସ୍ଥ୍ୟ ବିଷୟରେ ଚିନ୍ତାକରି ନ ଥାଏ। ୩୫ ବର୍ଷ ବେଳକୁ ତା’ର ସ୍ବାସ୍ଥ୍ୟ ବିଷୟରେ ସଚେତନ ହୋଇ ଉଠେ। ସେହି ସମୟରୁ ସେ ଯଦି ସତ୍‌ସଙ୍ଗ କରେ, ନିଶାମୁକ୍ତ ରୁହେ, ସତ୍‌ ଜୀବନଶୈଳୀକୁ ଆପଣେଇ ନିଏ ତେବେ ବି କିଛି ଅଂଶରେ ମୁକ୍ତି ପାଇଯିବ। ପ୍ରୌଢ଼ାବସ୍ଥା ବାସ୍ତବରେ ଚିନ୍ତନ ଅବସ୍ଥା। ସ୍ଥବିର ସମୟ। ଯାହା ବାଲ୍ୟ କିଶୋରରେ ସମ୍ଭବ ହୋଇ ନ ଥିଲା ଏବେ ସମ୍ଭବ ହେବ, ଯଦି ମାନସିକ ବିଷାଦକୁ ଦୂରକରି କର୍ମତପତ୍ର ହେବ।
ନିଆଳି, କଟକ
ମୋ- ୯୯୩୭୮୪୦୩୮୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri