ଋତୁସ୍ରାବ ଓ ଅନ୍ଧବିଶ୍ୱାସ

ଆମେ ଏପରି ଏକ ଦୁନିଆରେ ବାସ କରୁଛୁ, ଯେଉଁଠାରେ ଜନସଂଖ୍ୟାର ପ୍ରାୟ ୫୦% ମହିଳା। ଏହି ମହିଳା ଏବଂ ବାଳିକାମାନଙ୍କ ମଧ୍ୟରୁ ପ୍ରାୟ ୨୬% ଋତୁସ୍ରାବ ବୟସରେ ଥା’ନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ କଥା ଯେ, ମାସିକ ଋତୁସ୍ରାବକୁ ସୃଷ୍ଟ ିଏବଂ ନାରୀଶକ୍ତିର ପ୍ରତୀକ ଭାବରେ ଦେଖିବା ସହ ଏହାକୁ ଏକ ପ୍ରାକୃତିକ ପ୍ରକ୍ରିୟା ଭାବରେ ସମ୍ମାନ ଏବଂ ଗ୍ରହଣ କରିବା ପାଇ ଁମହିଳାମାନେ ସମାଜ ସହ ଆଜିଯାଏ ସଂଘଷ କର୍ରିଆସୁଛନ୍ତି।
ଦୁର୍ଭାଗ୍ୟବଶତଃ, ଜଣେ ମହିଳାଙ୍କ ଜୀବନର ବିଭିନ୍ନ ଦିଗ ପରି ଯାହାକୁ ସେମାନେ ନିଜ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ, ଯାହାକି ଏକ ଗଣତାନ୍ତ୍ରିକ ଦେଶ ତଥା ଏକ ଆଧୁନିକ ସମାଜ ପାଇଁ ଅତ୍ୟଧିକ ନିନ୍ଦିତ ବିଷୟ। ପ୍ରାଚୀନ କାଳରୁ ମହିଳାମାନେ ଯେଉଁସବୁ ରୂଢ଼ିବାଦୀ ଚିନ୍ତାଧାରା, ଅନ୍ଧବିଶ୍ୱାସ ଏବଂ କୁସଂସ୍କାରଗୁଡ଼ିକ ଉପରେ ନିଜ ଜୀବନକୁ ସୀମିତ କରିଆସିଛନ୍ତି, ସେମାନଙ୍କ ମଧ୍ୟରୁ ଋତୁସ୍ରାବ ସମ୍ବନ୍ଧୀୟ ରୂଢ଼ିବାଦୀ ଚିନ୍ତାଧାରା, ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ସବୁଠାର ୁଅସନ୍ତୋଷଜନକ।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କରୋଲ ୧୯ ଅକ୍ଟୋବର ୨୦୨୪ ଦିନ ଭାରତରେ ମହିଳାମାନେ ମାସିକ ଋତୁସ୍ରାବ ସମୟରେ କିପରି ଦୁଃଖଦ ଅବସ୍ଥା ସହ ଗତି କରୁଛନ୍ତି, ତାହା ସେ ତାଙ୍କ ବକ୍ତବ୍ୟରେ ପ୍ରଥମ ଅନ୍ତର୍ଜାତୀୟ ସୁପ୍ରିମକୋର୍ଟ ଆଡ୍‌ଭୋକେଟ ଅନ୍‌ ରେକର୍ଡ ଆଶୋସିଏଶନ (SCAORA) ଆଇନ ସମ୍ମିଳନୀରେ ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ଜଷ୍ଟିସ୍‌ କରୋଲ ମଧ୍ୟ ୨୦୨୩ରେ ଉଠାଇଥିବା ଏକ ଫଟୋ ଦେଖାଇଥିଲେ, ଯେଉଁଥିରେ ମହିଳା ଜଣକ ଏକ ତମ୍ବୁ ତଳେ ଘର ବାହାରେ ଋତୁସ୍ରାବ ସମୟରେ ଅଲଗା ହୋଇ ରହୁଥିଲେ। ସେ କହିଥିଲେ ଯେ, ”ମୁଁ ଏକ ଦୂର ଗ୍ରାମରୁ ନେଇଥିବା ଏହି ଫଟୋଗ୍ରାଫ୍‌। ଏହ ିଫଟୋଗ୍ରାଫ୍‌ ଜଣେ ମହିଳାଙ୍କର, ଯେତେବେଳେ ସେ ଶାରୀରିକ ପରିବର୍ତ୍ତନ ମାସିକ ଋତୁସ୍ରାବ ଦେଇ ଗତି କରୁଛନ୍ତି, ସେହି ପାଞ୍ଚଦିନ ତାଙ୍କ ଘରେ ପ୍ରବେଶ କରିବାକୁ ବାରଣ କରାଯାଇଛି।’ ଏହା ହେଉଛି ଭାରତ। ଏପରି ସମାଜରେ ଆମେ ରହୁଛୁ। ଆମକୁ ଏହି ଲୋକମାନଙ୍କ ନିକଟରେ ପହଞ୍ଚତ୍ବାକୁ ପଡ଼ିବ।
ଋତୁସ୍ରାବ ହେଉଛି ଜଣେ ମହିଳାଙ୍କ ନୀତିଦିନ ଜୀବନର ଏକ ଗ୍ରହଣୀୟ ବାସ୍ତବତା, ଯାହା ଭୁଲ୍‌ ଧାରଣା ଏବଂ ଅସମ୍ପୂର୍ଣ୍ଣ ଜ୍ଞାନ ହେତୁ ଶେଷରେ ଲଜ୍ଜା ଏବଂ ଘୃଣାର ଭାବନା ସହିତ ଜଡ଼ିତ। ବିଶ୍ୱର ବିଭିନ୍ନ ପ୍ରାନ୍ତର ରୂଢ଼ିବାଦୀ ଚିନ୍ତାଧାରା ଋତୁସ୍ରାବକୁ ଅପବିତ୍ରର ସଙ୍କେତ ଏବଂ ଅପରିଷ୍କାର ବୋଲି ଭାବନ୍ତି। ରୂଢ଼ିବାଦୀ ଚିନ୍ତାଧାରା, ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ଯାହା ଋତୁସ୍ରାବ ସହିତ ଜଡ଼ିତ କେବଳ ଅଯୁକ୍ତିଯୁକ୍ତ ନୁହେଁ ବରଂ ସେମାନଙ୍କ ମଧ୍ୟରୁ କେତେକ ଅତ୍ୟନ୍ତ ହାସ୍ୟାସ୍ପଦ। ଋତୁସ୍ରାବ କରୁଥିବା ମହିଳାମାନେ ଖାଦ୍ୟ ରାନ୍ଧିବା କିମ୍ବା ଛୁଇଁବା ଉଚିତ ନୁହେଁ, ବିଶେଷତଃ ଖଟା ଛୁଇଁବାକୁ ବାରଣ କରାଯାଏ, କାରଣ ଖଟା ନଷ୍ଟ ହୋଇଯିବ। ଏହି ବିଶ୍ୱାସ ଭିତ୍ତିହୀନ। କାରଣ ଋତୁସ୍ରାବ ଜଣେ ମହିଳାର ଖାଦ୍ୟ ପରିଚାଳନା କରିବାର କ୍ଷମତାକୁ ପ୍ରଭାବିତ କରେ ନାହିଁ। ପୁରୁଣାକାଳିଆ ଚିନ୍ତାଧାରାଟି ସ୍ବଚ୍ଛତା ଏବଂ ଅତୀତରେ ପରିଷ୍କାର ସୁବିଧାଗୁଡ଼ିକର ଅଭାବ ପରିପ୍ରେକ୍ଷୀରେ ଉତ୍ପନ୍ନ ହୋଇଥିଲା, କିନ୍ତୁ ଆଧୁନିକ ସ୍ବଚ୍ଛତା ଅଭ୍ୟାସ ଏହି ଧାରଣାକୁ ଆଜିଯାଏ ଜାବୁଡ଼ି ଧରିବା ସମ୍ପୂର୍ଣ୍ଣ ଏକ ଶିକ୍ଷିତ ନାଗରିକ ସମାଜ ପାଇଁ ଯୁକ୍ତିଯୁକ୍ତ ନୁହେଁ। ସେହିପରି ଆଫଗାନିସ୍ତାନରେ ମହିଳାମାନେ ଗାଧୋଇବାକୁ ବାରଣ କରାଯାଇଥିବାବେଳେ ଜାପାନରେ ମହିଳାମାନଙ୍କୁ ମାସିକ ଋତୁସ୍ରାବ ସମୟରେ ସୁଶି (ଜାପାନର ଏକ ଖାଦ୍ୟ) ତିଆରି କରିବାକୁ ବାରଣ କରାଯାଇଥାଏ। କାରଣ ଏହା ଏକ ଅସନ୍ତୁଳିତ ସ୍ବାଦର କାରଣ ହୋଇପାରେ। ନେପାଳର ‘ଛଉପାଡ଼ି’ ପ୍ରଥା, ଯଦିଓ ଏହା ନେପାଳରେ ନିଷେଧ, ତଥାପି ସେଠାରେ କେତେକ ଗ୍ରାମାଞ୍ଚଳରେ ଏହାକୁ ମାନୁଛନ୍ତି, ଯେଉଁଠାରେ ଋତୁସ୍ରାବ କରୁଥିବା ମହିଳାମାନେ ନିଜ ପରିବାରକୁ ଦୁର୍ଭାଗ୍ୟ ଆଣିବେ ବୋଲି ବିଶ୍ୱାସ ହେତୁ ସେମାନଙ୍କ ଋତୁସ୍ରାବ ସମୟରେ ଅଲଗା ଘରେ ରହିବାକୁ ଦିଆଯାଏ। ଋତୁସ୍ରାବକୁ ଘେରି ରହିଥିବା ରୂଢ଼ିବାଦୀ ଚିନ୍ତାଧାରା ଏବଂ ଅନ୍ଧବିଶ୍ୱାସ ଯୋଗୁ ଭାରତରେ ଝିଅମାନଙ୍କ ଶିକ୍ଷାକୁ ବହୁତ ପ୍ରଭାବିତ କରିଥାଏ। ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଉପଯୁକ୍ତ ପରିମଳ ସୁବିଧା ଅଭାବ, ସାମାଜିକ ଲଜ୍ଜା ଏବଂ ମାସିକ ଋତୁସ୍ରାବ ସ୍ବଚ୍ଛତା ପରିଚାଳନା ଅଭାବରୁ ଭାରତରେ ପ୍ରାୟ ୨୩% ବାଳିକା ଋତୁସ୍ରାବ ଆରମ୍ଭ କରିବା ପରେ ବିଦ୍ୟାଳୟ ଅଧାରୁ ଛାଡ଼ିଥା’ନ୍ତି।
କଂଗ୍ରେସ ନେତା ତଥା ସାମାଜିକ କର୍ମୀ ଜୟା ଠାକୁରଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ମାଗଣା ସାନିଟାରି ପ୍ୟାଡ୍‌ ଯୋଗାଇବା ଏବଂ ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଏବଂ ଆବାସିକ ବିଦ୍ୟାଳୟରେ ପୃଥକ୍‌ ମହିଳା ଶୌଚାଳୟ ସୁବିଧା ସୁନିଶ୍ଚିତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ”ବିଦ୍ୟାଳୟ ଯାଉଥିବା ବାଳିକାମାନଙ୍କ ପାଇଁ ମାସିକ ସ୍ବଚ୍ଛତା ନୀତି“ ପ୍ରସ୍ତୁତ କରିବାକୁ କେନ୍ଦ୍ର ସୋମବାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି। ୧୦ ଏପ୍ରିଲ ୨୦୨୩ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ କେନ୍ଦ୍ର ଏହାର ପକ୍ଷ ରଖି କହିଛନ୍ତି ଯେ, କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମହିଳା, ସ୍କୁଲ ପିଲାମାନଙ୍କ ମାସିକ ଧର୍ମ ସ୍ବଚ୍ଛତା ଉପରେ ନୀତି ପ୍ରସ୍ତୁତ କରିଛି, ଯାହା ୨ ନଭେମ୍ବର ୨୦୨୪ରେ ସମ୍ପୃକ୍ତ ମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହୋଇସାରିଛି। ଋତୁସ୍ରାବଜନିତ ଅନ୍ଧବିଶ୍ୱାସ ଦୂର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ନୀତିର କାର୍ଯ୍ୟକାରିତା ଋତୁସ୍ରାବ ସମ୍ବନ୍ଧୀୟ ଭୁଲ୍‌ ଧାରଣାକୁ ଭାଙ୍ଗିବାରେ ତୃଣମୂଳ ସ୍ତରରେ ପ୍ରମୁଖ ଭୂମିକା ନିର୍ବାହ କରିବ। ଏହା ପରିମଳ ସୁବିଧା ସୁନିଶ୍ଚିତ କରିବା ସହ ସଚେତନତା ବୃଦ୍ଧି କରିପାରିବ। ଏହି ନୀତି ଏକ ଅଧିକ ସମାବେଶୀ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେଉଁଠାରେ ଝିଅମାନେ ଭୟ କିମ୍ବା ପ୍ରତିବନ୍ଧକ ବିନା ସେମାନଙ୍କ ଦୈନନ୍ଦିନ କାର୍ଯ୍ୟକଳାପରେ ମୁକ୍ତ ଭାବରେ ଅଂଶ ଗ୍ରହଣ କରିପାରିବେ। କିନ୍ତୁ କେତେଦୂର ଏ ନୀତି କାର୍ଯ୍ୟକାରୀ କରାଯାଇପାରୁଛି, ଏହା ଭବିଷ୍ୟତରେ ଜଣାପଡ଼ିବ।
ଋତୁସ୍ରାବ ସ୍ବଚ୍ଛତା ପରିଚାଳନା ଯୋଜନା ଉପରେ ସଚେତନ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଯେତେ ସରକାରୀ ସ୍ତରରେ ହେଲେ ମଧ୍ୟ ଯଦି ଋତୁସ୍ରାବକୁ ପ୍ରଥମେ ଘର ଏବଂ ପରିବାର ମଧ୍ୟରେ ସ୍ବାଭାବିକ ଭାବେ ନ ନେଇଛନ୍ତି, ସମାଜରୁ ଏହି ପୁରୁଣାକାଳିଆ ଚିନ୍ତାଧାରା, କୁସଂସ୍କାର ଏବଂ ଅନ୍ଧବିଶ୍ୱାସର ଶେଷ ହୋଇ ପାରିବନି। ଋତୁସ୍ରାବଜନିତ ଶିକ୍ଷା କେବଳ ଝିଅମାନଙ୍କ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ଋତୁସ୍ରାବ ବିଷୟରେ ପୁଅ ଏବଂ ପୁରୁଷମାନଙ୍କୁ ଶିକ୍ଷାଦେବା ଅତ୍ୟନ୍ତ ଜରୁରୀ, ଯାହାକି ଏହାକୁ ନେଇଥିବା ରୂଢ଼ିବାଦୀ ଚିନ୍ତାଧାରା କିଛି ମାତ୍ରାରେ କମିପାରିବ। ବିଦ୍ୟାଳୟଗୁଡ଼ିକ ଛାତ୍ରୀଛାତ୍ରମାନଙ୍କ ପାଇଁ ପାଠ୍ୟକ୍ରମରେ ଋତୁସ୍ରାବ ସ୍ବାସ୍ଥ୍ୟ ଶିକ୍ଷା ଅନ୍ତର୍ଭୁକ୍ତ କରିବା ଉଚିତ।
ମୋ: ୭୦୦୮୧୨୦୬୭୩


Enter your email to get our daily news in your inbox.

All Right Reserved By Dharitri.Com

ଭାରତର କ୍ଷତରେ ଲୁଣ ଲଗାଇଲା ଇଂଲଣ୍ଡ, ଅଧିନାୟକ ହ୍ୟାରି ବ୍ରୁକ କହିଲେ, ‘ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି…’

ନୂଆଦିଲ୍ଲୀ,୧୦।୭: ବ୍ରିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତୀୟ କ୍ରିକେଟ ଦଳକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୩-୦ରେ ସିରିଜ…

ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବା ଝିଅ ଦେଲେ ଏମିତି ସଙ୍କେତ; ପଛକୁ ବୁଲି ଚାହିଁଲେ ମୋଦି, ଆଉ ତାପରେ…

ନୂଆଦିଲ୍ଲୀ,୧୦।୭:ଅଷ୍ଟ୍ରେଲିଆର ମେଲବୋର୍ନର ମାର୍ଭେଲ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରୁଥିବା ସମୟରେ ଏକ ଅନନ୍ୟ ଦୃଶ୍ୟ ଦେଖାଯାଇଥିଲା। ଭାଷଣ ସମୟରେ, ମଞ୍ଚ ଉପରେ ତାଙ୍କ…

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଜିଲାସ୍ତରୀୟ ୭୭ତମ ବନମହୋତ୍ସବ: ୨ ବନ ସଂରକ୍ଷଣ ସମିତିକୁ ମିଳିଲା ଏତିକି ଟଙ୍କାର ପୁରସ୍କାର

ଭବାନୀପାଟଣା,୧୦।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଟାଉନ ହାଇସ୍କୁଲରେ ଗୁରୁବାର ଜିଲାସ୍ତରୀୟ ୭୭ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି…

ଅଦିନିଆ ରଥଯାତ୍ରା ଉପରେ ରୋକ: ନିର୍ଦ୍ଦେଶ ଦେଲେ ଜିଲାପାଳ

ଭୁବନେଶ୍ୱର,୧୦।୭: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଯାଇଛି। ସିକର ଜିଲ୍ଲା ମାଜିଷ୍ଟ୍ରେଟ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଅଦିନ ରଥଯାତ୍ରା…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ, ବିଶ୍ୱର ୯୨% ଲୋକଙ୍କ ଉପରେ ପଡ଼ୁଛି କର୍କଟ ରୋଗର ପ୍ରଭାବ

ନୂଆଦିଲ୍ଲୀ,୧୦ା୭(ପି.ଟି.): ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୨% ଲୋକ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ପକ୍ଷେ ଥରେ କର୍କଟ ରୋଗ ବା କ୍ୟାନ୍‌ସରର ସିଧାସଳଖ କିମ୍ବା ପରୋକ୍ଷ ପ୍ରଭାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri