ଅବତାର ଆବଶ୍ୟକ

ଯେଉଁ ଅବତାର ନ ଆସିଥିଲେ ଆଜିର ମାନବ ସମାଜ ଦାନବ ସମାଜ ପାଲଟିଯାଇଥାନ୍ତା, ଯିଏ ଅବତରୀ ନ ଥିଲେ ମାନବ ଜାତିର ଉତ୍ତରଣ ସମ୍ଭବ ହୋଇ ନ ଥାନ୍ତା, ଯିଏ ଆବିର୍ଭାବ ହୋଇ ନ ଥିଲେ ଧର୍ମଗୁରୁମାନେ ତାଙ୍କ ଶିଷ୍ୟବର୍ଗଙ୍କୁ ମାର୍ଗଦର୍ଶନ କରାଇପାରି ନ ଥାନ୍ତେ, ଯିଏ ଉଚିତ ସମୟରେ ଉପଯୁକ୍ତ ଶକ୍ତି ସାମର୍ଥ୍ୟସମ୍ପନ୍ନ ଐଶ୍ୱର୍ଯ୍ୟ ଧାରଣକରି ଯଦି ଆସି ନ ଥାନ୍ତେ ଅନୈତିକ ଚାକଚକ୍ୟରେ ଆକର୍ଷିତ ହୋଇଯାଉଥିବା ଜନମାନସକୁ ପୁନଃ ଧର୍ମାନୁମୋଦିତ ସଂସ୍କୃତିସମ୍ପନ୍ନ କରାଇବା ଅସମ୍ଭବ ହୋଇଥାନ୍ତା। ଯିଏ ନ ଆସିଥିଲେ ପରିବାରର ସଦସ୍ୟମାନେ ସେମାନଙ୍କ ସମୁଚିତ କର୍ତ୍ତବ୍ୟ କ’ଣ ଜାଣିପାରି ନ ଥାନ୍ତେ। ଯିଏ ନ ଆସିଥିଲେ ତଥାକଥିତ ପଣ୍ଡିତମାନେ ଆପ୍ତବାକ୍ୟର ପ୍ରକୃତ ଅର୍ଥ ବ୍ୟାଖ୍ୟାକରି ନ ପାରି ତାହାକୁ କଦର୍ଥ କରୁଥାନ୍ତେ। ଯାହାଙ୍କ ଅନୁପସ୍ଥିତିରେ ମଣିଷ କେବଳ ଆକାର ମଣିଷ ହୋଇ ଅମଣିଷ ଭଳି ଅପକର୍ମଗୁଡ଼ିଏ କରୁଥାନ୍ତା। ଯାହାଙ୍କ ଆଗମନ ହୋଇ ନ ଥିଲେ ଏ ଭୂଖଣ୍ଡରେ ଥିବା ବହୁ ସହସ୍ର ଦେବଦେବୀ ମନ୍ଦିରରେ ଦିଅଁମାନେ ସେମାନଙ୍କର ପ୍ରାପ୍ୟ ପୂଜା ଆରାଧନା ହରାଇ ବସିଥାନ୍ତେ। ଅବତାର ତାଙ୍କର ଅଲୌକିକ ଶକ୍ତି ବଳରେ ଆଖି ଥାଇ ଅନ୍ଧ ପାଲଟିଥିବା ମାନବ ସମାଜକୁ ପୁନଃ ଦୃଷ୍ଟିଶକ୍ତି ପ୍ରଦାନକରି ତାଙ୍କର କର୍ତ୍ତବ୍ୟ ପ୍ରତି ସଚେତନ କରାଇ ପୁରୁଷ ପରେ ପୁରୁଷ ଧରି ଯେଉଁ ସଦୟ କୃପା ପ୍ରଦାନ କରନ୍ତି ତାହା ଅଚିନ୍ତନୀୟ। ପରିବାରର ପବିତ୍ରତା, ମାନବ ବସତିର ନିରୋଳ ଭକ୍ତିପୂର୍ଣ୍ଣ ବାତାବରଣ, ଗୁରୁଜନମାନଙ୍କର ସ୍ନେହପୂର୍ଣ୍ଣ ଶାସନ, ଯୁବକମାନଙ୍କ ଦାବି ସହିତ ସେମାନଙ୍କର ଦାୟିତ୍ୱଜ୍ଞାନ, ମହିଳାମାନଙ୍କଠାରେ ଥିବା ସହଜାତ କୋମଳତା, ସେବା ଭାବ, ଅତିଥି ପରାୟଣତା, ଶିଶୁମାନଙ୍କଠାରେ ଆଜ୍ଞାନୁବହତା, ଅଧ୍ୟବସାୟ, ଶିକ୍ଷା ଆହରଣ କରିବାର ଉତ୍ସୁକତା ଅବତାରଙ୍କ ବ୍ୟତୀତ କିଏ ପୁନଃ ସ୍ଥାପନ କରାଇପାରନ୍ତା?
ପୃଥିବୀରେ ବିଭିନ୍ନ ଦେଶର ପୂର୍ବଜମାନଙ୍କ ସାଧନା ବଳରେ ତାଙ୍କ ଭୂଖଣ୍ଡର ଯେ ଗୋଟାଏ ସଂସ୍କୃତି ଅଛି ଏବଂ ତାହାର ପାଳନ ଓ ଅନୁସରଣ ସେ ଦେଶବାସୀଙ୍କୁ ନିଜ ପିତାଙ୍କ ଭଳି ସୁରକ୍ଷା ପ୍ରଦାନକରେ ତାହାର ବିପରୀତ ହେଲେ ତାହା ପରିଣାମ କିପରି ବିଷମୟ ହୁଏ ସେ ଶିକ୍ଷା କିଏ ଦେଇଥାନ୍ତା? ନିଜ ନିଜର ସଂସ୍କୃତିକୁ ଭଲ ପାଇବା ଓ ତାହାର ପ୍ରଭାବରେ ନିଜେ ସଂସ୍କାରିତ ହେବାର ଦୀକ୍ଷା ଦେବା ଭଳି ଦାୟିତ୍ୱ ଅବତାରଙ୍କ ବ୍ୟତୀତ କିଏ ଆପଣା ଛାଏଁ ବହନ କରନ୍ତା?
ଭଗବାନଙ୍କର ଏ ସୃଷ୍ଟି ଏହାର ଅନ୍ତରାଳରେ ନିହିତ ଥିବା ସେ ସତ୍ୟକୁ ଜାଣିବା ଓ ବୁଝିବାର ଶକ୍ତି, ସତ୍ୟକୁ ବୁଝି ତାହାକୁ ଦୈନନ୍ଦିନ ଜୀବନରେ ପାଳି ସେଥିରୁ ଲାଭବାନ ହେବା ପରିଶେଷରେ ଏକ ଲାଭପ୍ରଦ ମୃତ୍ୟୁ ହାସଲ କରିବାର କଳା ଅବତାରଙ୍କ ଭିନ୍ନ ଆଉ କିଏ ଶିଖାଇ ଦେଉଥାନ୍ତା। ମାନବ ଜୀବନ, ମାନବ ଶରୀର, ମାନବ ଜନ୍ମ ଲାଭ କରିବାର ଉଦ୍ଦେଶ୍ୟ, ଜୀବନର ଲକ୍ଷ୍ୟ, ଲକ୍ଷ୍ୟ ହାସଲ କରିବାର ପଥ ନିର୍ବାଚନ ସେ ପଥର ଆବଶ୍ୟକ ରକ୍ଷଣାବେକ୍ଷଣ ଓ ମରାମତି କରାଇ ଅବାଟରେ ଯାଉଥିବା ଲୋକମାନଙ୍କୁ ଠିକ୍‌ ମାର୍ଗରେ ଚଳାଇବା ଭଳି ଦୁରୂହ ବ୍ୟାପାର କାହାକୁ ସରଳ ମନେହୁଅନ୍ତା ଅବତାରଙ୍କ ବିନା।
ପୁରାକାଳର ଦିବ୍ୟଦ୍ରଷ୍ଟା ଯୋଗୀଋଷିମାନେ ତାଙ୍କ ତପସ୍ୟା ବଳରେ ଯେଉଁ ଦୁର୍ଲଭ ଅଭିଜ୍ଞତା ହାସଲ କରିଥିଲେ, ଯେଉଁ ଅବ୍ୟର୍ଥ ମନ୍ତ୍ରମାନ ହାସଲ କରିଥିଲେ, ମାନବ ସମାଜର ଉପକାର ପାଇଁ ଅକାତରେ ନିଃସ୍ବାର୍ଥ ଭାବ ସହ ପ୍ରଦାନ କରିଦେଇଯାଇଛନ୍ତି। ତାହା ସବୁ ଅବମାନିତ ହୋଇ ଅନାବଶ୍ୟକ ତତ୍ତ୍ୱ ହିସାବରେ ମାନବ ସମାଜର ଅଗୋଚରରେ ନଷ୍ଟ ହୋଇଯିବାକୁ ବସିଥିଲାବେଳେ ଅବତାର ପୁରୁଷମାନେ ଆସି ତାହାର ପୁନର୍ବାର ପ୍ରବର୍ତ୍ତନ କରାଇ ମଣିଷର ଅଶେଷ ଉପକାର ସାଧନ କରାଇଥାନ୍ତି। ଉପନିଷଦ, ସଂହିତା, ସ୍ମୃତିଶାସ୍ତ୍ର ଓ ବିଭିନ୍ନ ସ୍ଥାନୀୟ ଭାଷାରେ ଲିଖିତ ବହୁ ଅମୂଲ୍ୟରତ୍ନ ସାଉଣ୍ଟି ଆଣି ପୁନର୍ବାର ଲୋକ ସମାଜରେ ପ୍ରବର୍ତ୍ତନ କରାଇ ଲୋକ ମର୍ଯ୍ୟାଦା, ଋଷି ମର୍ଯ୍ୟାଦା, କବି ମର୍ଯ୍ୟାଦା, ଶାସ୍ତ୍ର ମର୍ଯ୍ୟାଦା, ମନ୍ତ୍ର ମର୍ଯ୍ୟାଦାକୁ ଫେରାଇ ଆଣି ପୁରାତନକୁ ସନାତନ କରାଇବାର କ୍ଷମତା କେବଳ ଅବତାରଙ୍କର ହିଁ ଥାଏ। ଏହାଦ୍ୱାରା ସେ ତାଙ୍କ ନିଜ ସୃଷ୍ଟିର ପରମ ମଙ୍ଗଳ ସାଧନ କରିବା ସହ ଯୁଗ ଯୁଗ ପାଇଁ ପୂଜନୀୟ ଓ ସ୍ମରଣୀୟ ହୋଇ ଅମରତ୍ୱ ପ୍ରାପ୍ତ ହୋଇଯାଆନ୍ତି। ପର୍ବପର୍ବାଣି ପାଳନ ଅନ୍ତରାଳରେ ଥିବା ନିହିତ ତାତ୍ପର୍ଯ୍ୟ ଜ୍ଞାପନ କରାଇ ଲୋକମାନଙ୍କ ଜୀବନଯାପନର ଶୈଳୀ ତ୍ୱରାନ୍ବିତ କରାଇ ଆଧ୍ୟାତ୍ମିକ ଉତ୍ତରଣକୁ ସୁନଶ୍ଚିତ କରାଇ ମର୍ତ୍ତ୍ୟଲୋକ ତଥା ଦେବଲୋକରେ ଭଗବାନଙ୍କ ପ୍ରିୟ ହେବାର କଳାକୌଶଳ ଅବତାରଙ୍କ ବିନା କିଏ ବା ଶିଖାଇ ପାରିଥାନ୍ତା।
ଅଲିଶା ବଜାର, କଟକ
ମୋ: ୯୩୩୭୨୪୨୯୫୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?