ଋତୁସ୍ରାବ ଓ ବାଲ୍ୟ ବିବାହ

ଘାସିରାମ ପଣ୍ଡା

ଋତୁସ୍ରାବକୁ ନେଇ ସାଧାରଣରେ ବିଶେଷ ଆଲୋଚନା ହୁଏ ନାହିଁ। ପରମ୍ପରା ଓ ଧାର୍ମିକ ଧାରଣା ଦ୍ୱାରା ନିୟନ୍ତ୍ରିତ ହେବା କାରଣରୁ ଋତୁସ୍ରାବକୁ ନେଇ ଅନେକ ଭ୍ରମଧାରଣା ରହିଛି। ମହିଳାମାନଙ୍କୁ ଏହାର ପ୍ରତିକୂଳ ପ୍ରଭାବ ସହିବାକୁ ପଡୁଥିଲେ ବି ଲଜ୍ଜା ଓ ସଂକୋଚ କାରଣରୁ ଏଗୁଡ଼ିକ ଚର୍ଚ୍ଚାକୁ ଆସେ ନାହିଁ। ଏହା ମହିଳାମାନଙ୍କ ବ୍ୟକ୍ତିଗତ ବ୍ୟାପାର ବୋଲି ଧରି ନିଆଯାଇଛି। ସେହିପରି ପୁରୁଷମାନେ ଏ ବିଷୟରେ ଜାଣିବା ଓ କଥା ହେବାର ସମ୍ଭାବନା ପ୍ରାୟ ନ ଥାଏ। ଏସବୁ କାରଣରୁ ଋତୁସ୍ରାବଜନିତ ସ୍ବାସ୍ଥ୍ୟଗତ ଓ ସାମାଜିକ ସମସ୍ୟାକୁ ମହିଳାମାନେ ଅଭ୍ୟାସଗତ ଭାବେ ସହି ଆସୁଛନ୍ତି। କେହି କେହି ସମସ୍ୟାକୁ ଅନୁଭବ କରୁଥିଲେ ବି ପରମ୍ପରା ଓ ଧାର୍ମିକ ଧାରଣାକୁ ପ୍ରତିବାଦ କରିବା ଭଳି ସାହସ ଜୁଟାଇ ପାରୁନାହାନ୍ତି। ଋତୁସ୍ରାବଜନିତ ଶିକ୍ଷା ଓ ସଚେତନତାର ପ୍ରସାର ହେତୁ ସମଗ୍ର ବିଶ୍ୱରେ ମେ ୨୮କୁ ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଏ। ଦିବସ ପାଳନର ବ୍ୟାପକତା ଓ ବିଭିନ୍ନ ସ୍ତରରେ ଅଧିକରୁ ଅଧିକ ଆଲୋଚନା ହିଁ ଏ ସମ୍ପର୍କରେ ଭ୍ରମଧାରଣା ଦୂରୀକରଣରେ ସହାୟକ ହେବ।
ଋତୁସ୍ରାବ ସମୟରେ ଅସ୍ବାସ୍ଥ୍ୟକର ପରିବେଶ ଓ ଅପରିଚ୍ଛନ୍ନତା କାରଣରୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ଏହା ବ୍ୟତୀତ ଋତୁସ୍ରାବ କାରଣରୁ ଅନେକ ସାମାଜିକ ସମସ୍ୟା ମଧ୍ୟ ଉପୁଜିଥାଏ। ଅନେକ ଜାତି ଓ ଗୋଷ୍ଠୀରେ ବୟସ ନିର୍ବିଶେଷରେ ପ୍ରଥମ ଋତୁସ୍ରାବ ପରେ ବାଳିକାମାନଙ୍କୁ ବିବାହଯୋଗ୍ୟା ମନେକରାଯାଏ। ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ଏକ ଗାଁରେ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ପାଇଁ ଆମେ ଯେତେବେଳେ ପହଞ୍ଚିଲୁ ଗାଁରେ ନାଚ ଗୀତ, ଭୋଜିଭାତ ହେଉଥିଲା। କାରଣ କ’ଣ ପଚାରିବାରୁ ଜଣାପଡ଼ିଲା, ସୁମିତ୍ରା ଆଜି ବଡ଼ ହୋଇଯାଇଛି । ସେଇ କାରଣରୁ ତାଙ୍କ ଘର ଲୋକେ ଗ୍ରାମବାସୀ ତଥା ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ପୂର୍ବକ ଉତ୍ସବର ଆୟୋଜନ କରିଛନ୍ତି। କିଶୋରୀ ବୟସରେ ପ୍ରଥମ ଋତୁସ୍ରାବ ହେଲେ ଝିଅ ବଡ଼ ହେଲା ବୋଲି କୁହାଯାଏ। ପରିବାର, ବନ୍ଧୁବାନ୍ଧବ ସିନା ମଉଜ କରୁଥିଲେ ହେଲେ ଝିଅଟିକୁ ଗୁହାଳ ଘରେ ଅଖାକୁ ଘୋଡ଼େଇ ତିଆରି ହୋଇଥିବା ଏକ ସ୍ବତନ୍ତ୍ର ବଖରାରେ ଅତି ଅସୁରକ୍ଷିତ, ଅସ୍ବାସ୍ଥ୍ୟକର ଓ ଅପରିଚ୍ଛନ୍ନ ଭାବେ ରଖାଯାଇଥିଲା। ପ୍ରଥମ ଋତୁସ୍ରାବ ହେଲା ପରେ ଉତ୍ସବ ପାଳନର ପରମ୍ପରା ଅନେକ ଜାତି ଓ ଗୋଷ୍ଠୀରେ ଏବେ ବି ପ୍ରଚଳିତ ଅଛି। ଏମାନଙ୍କ ଭିତରୁ ଅନେକଙ୍କ ପରମ୍ପରାରେ ବୟସ ଜାଣିବା ବା ମନେରଖିବାକୁ ଗୁରୁତ୍ୱ ଦିଆଯାଏ ନାହିଁ। ଋତୁସ୍ରାବ ପୂର୍ବରୁ ବିବାହକୁ ଏମାନେ ବାଲ୍ୟ ବିବାହ ବୋଲି ବିବେଚନା କରନ୍ତି। ଏଣୁ ଋତୁସ୍ରାବ ହେଲେ ଭୋଜିଭାତ କରି ବିବାହ ହେବାର ଯୋଗ୍ୟା ହେଲା ବୋଲି ଘୋଷଣା କରନ୍ତି।
ୱାଟରଏଡ୍‌ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଭାରତରେ ୭୦ ଭାଗ ଝିଅ ପ୍ରଥମ ଋତୁସ୍ରାବ ବେଳକୁ ଏ ନେଇ ସମ୍ପୂର୍ଣ୍ଣ ଅଜ୍ଞ ଥାଆନ୍ତି। ସେମାନଙ୍କ ସହ କ’ଣ ଘଟୁଛି ସେମାନେ ଜାଣିପାରି ନ ଥାନ୍ତି; ଫଳରେ ଅପ୍ରସ୍ତୁତ ଅନୁଭବ କରନ୍ତି। ପ୍ରଥମ ଋତୁସ୍ରାବ ପରେ ସେମାନଙ୍କର ଜୀବନ ଶୈଳୀ ହଠାତ୍‌ ନିୟନ୍ତ୍ରିତ ହୋଇଯାଏ। ସେମାନଙ୍କର ବୁଲିବା, ପୁଅ ପିଲାଙ୍କ ସହ ସାଙ୍ଗ ହେବା, ପୋଷାକ ପିନ୍ଧିବା ପ୍ରଭୃତି ନିଜ ଇଚ୍ଛା ଅନୁସାରେ ହୁଏ ନାହିଁ। ଏ ନେଇ ସେମାନଙ୍କ ମନରେ ଆସୁଥିବା ପ୍ରଶ୍ନର ଉତ୍ତର ବଦଳରେ ଜବାବ ନ ଦେବା ପାଇଁ ତାଗିଦ୍‌ ମିଳେ। ଏହା ସେମାନଙ୍କୁ ମାନସିକ ଭାବେ ପ୍ରଭାବିତ କରେ। ଭାରତରେ ୨୩ ଭାଗ କିଶୋରୀ ଏଥିପାଇଁ ବିଦ୍ୟାଳୟ ଯିବା ବନ୍ଦ କରିଦିଅନ୍ତି। ଆମ ବିଦ୍ୟାଳୟଗୁଡ଼ିକରେ ଋତୁସ୍ରାବ ସମ୍ପର୍କରେ ଆଲୋଚନା ହୁଏ ନାହିଁ। ଋତୁସ୍ରାବ ହେଲେ ପରିଚ୍ଛନ୍ନ ପରିବେଶରେ ପ୍ୟାଡ୍‌ଟିଏ ବଦଳେଇବା ପାଇଁ ଜାଗାଟେ ନ ଥାଏ। ଏଥିପାଇଁ ମାସରେ ପ୍ରାୟ ପାଞ୍ଚ ଦିନ ଏମାନଙ୍କର ବିଦ୍ୟାଳୟ ଯିବା ପ୍ରଭାବିତ ହୁଏ। ଏହା କ୍ରମଶଃ କିଶୋରୀମାନଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ବାଧ୍ୟ କରେ। କିଶୋରୀ ବୟସରେ ବିଦ୍ୟାଳୟ ପରିସରରୁ ଥରେ ବାହାରି ଗଲେ ମାତାପିତାଙ୍କ ପାଇଁ ଝିଅ ବୋଝ ମନେହୁଏ। ସେମାନଙ୍କ ପାଇଁ ଝିଅଟିକୁ ବାହା କରେଇ ଦେବା ଏକମାତ୍ର ଲକ୍ଷ୍ୟ ହୋଇ ରୁହେ। ଝିଅ ମାତ୍ରେ ହିଁ ବିବାହ କରିବେ, ଛୁଆ ଜନ୍ମ କରିବେ ଏଭଳି ରୂଢ଼ିବାଦୀ ମାନସିକତାର ଏକ ସମାଜ ଭିତରେ ରହୁଥିବା ମାତାପିତା ପ୍ରଥମ ଋତୁସ୍ରାବ ପରେ ଝିଅକୁ ବିବାହଯୋଗ୍ୟା ବୋଲି ଭାବିବା ବାଲ୍ୟ ବିବାହକୁ ପ୍ରୋତ୍ସାହିତ କରେ। ଏହା ବ୍ୟତୀତ ଋତୁସ୍ରାବ କାରଣରୁ ପାଠପଢ଼ା ବ୍ୟାହତ ହେବା ଓ ଝିଅ ଘରେ ବସି ରହିବାକୁ ଅସୁରକ୍ଷିତ ମନେ କରାଯିବା କାରଣରୁ ବିବାହକୁ ଏକମାତ୍ର ବିକଳ୍ପ ଭାବେ ଦେଖାଯାଉଥିବାରୁ ବାଲ୍ୟ ବିବାହ ବଢୁଛି।
ଋତୁସ୍ରାବକୁ ଲଜ୍ଜା ଓ ସଂକୋଚ ଭିତରୁ ବାହାରକୁ ଆଣି ଏକ ସାଧାରଣ ଶାରୀରିକ ପ୍ରକ୍ରିୟା ଭାବରେ ଗ୍ରହଣୀୟତା ବଢ଼େଇବାକୁ ହେଲେ ଏ ସମ୍ପର୍କିତ ଚର୍ଚ୍ଚା ଓ ଆଲୋଚନାକୁ ପ୍ରୋତ୍ସାହନ ଦେବାକୁ ହେବ। ଏ ଦିଗରେ ପୁରୁଷମାନେ ପୁରୋଧା ହେଲେ ପୁରୁଷ ପ୍ରଧାନ ସମାଜର ରୂଢ଼ିବାଦକୁ ଆହ୍ବାନ ଦେବା ପାଇଁ ମହିଳାମାନେ ସାହସ ପାଇବେ। ବିଦ୍ୟାଳୟ ସ୍ତରରୁ ଏଥିପାଇଁ ପ୍ରୟାସ କରାଯିବା ଆବଶ୍ୟକ। ଋତୁସ୍ରାବଜନିତ ଅବଧାରଣା ଦୂର ହେଲେ ବାଲ୍ୟ ବିବାହକୁ ଅନେକ ମାତ୍ରାରେ ରୋକାଯାଇ ପାରିବ। ଏହା କିଶୋରୀ ଓ ମହିଳାଙ୍କୁ ସମ୍ମାନ ସହ ବଞ୍ଚିବାର ଅବକାଶ ସୃଷ୍ଟିରେ ସହାୟକ ହୋଇପାରିବ।
ମୋ-୭୯୭୮୭୪୬୮୫୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?