ଋତୁସ୍ରାବ ବ୍ୟତିକ୍ରମର କାରଣ କୋଭିଡ୍‌ ‘ଷ୍ଟ୍ରେସ୍‌’

ନ୍ୟୁୟର୍କ: କୋଭିଡ୍‌ ମହାମାରୀ କାରଣରୁ ବ୍ୟକ୍ତି ବିଶେଷଙ୍କ ଜବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଯାଉଛି। ମହିଳା, ପୁରୁଷ, ଶିଶୁ, ଯୁବକ, କିଶୋର ଏବଂ ବୃଦ୍ଧ ପ୍ରତ୍ୟେକ ବୟସ୍କ ବର୍ଗଙ୍କ କ୍ଷେତ୍ରରେ ପୂର୍ବ ଅପେକ୍ଷା ମାନସିକ ଚାପ ବୃଦ୍ଧି ଘଟିଥିବା ପିଟର୍ସବର୍ଗ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି। ବଢ଼ିଥିବା ଷ୍ଟ୍ରେସ୍‌ ଯୋଗୁ ମହିଳା ଓ କିଶୋରୀଙ୍କ ମାସିକ ଋତୁସ୍ରାବରେ ବିଭିନ୍ନ ପ୍ରକାର ବ୍ୟତିକ୍ରମ ଦେଖାଯାଇଛି। ମେନ୍‌ଷ୍ଟ୍ରୁଆଲ ସାଇକେଲ୍‌ ଲେନ୍‌ଥରେ ମଧ୍ୟ ବହୁ ପରିବର୍ତ୍ତନ ଘଟିଥିବା ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି। ଏହି କାରଣରୁ ମହିଳାଙ୍କ ପ୍ରଜନନ କ୍ଷେତ୍ରରେ ମଧ୍ୟ ବହୁ ପରିବର୍ତ୍ତନ ଦେଖାଯାଇଛି।
ଅଧ୍ୟୟନରେ ସାମିଲ ହୋଇଥିବା ମହିଳା ଓ ଯୁବତୀମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟା ଅନୁସାରେ, କୋଭିଡ୍‌ ପରେ ମେନ୍‌ଷ୍ଟ୍ରୁଆଲ ସାଇକେଲ୍‌ରେ ବହୁ ପରିବର୍ତ୍ତନ ହୋଇଛି। ଅଧ୍ୟୟନର ମୁଖ୍ୟ ପ୍ରଫେସର୍‌ ମାର୍ଟିନା ଆଣ୍ଟୋ ଓକ୍‌ରାହ କହିଛନ୍ତି, ମହିଳାଙ୍କଠାରେ ଦେଖାଯାଉଥିବା ଏହି ମାସିକ ନିୟମିତ କ୍ରିୟାରେ ପରିବର୍ତ୍ତନ ଦେଖାଯିବା ପଛରେ ମୁଖ୍ୟ କାରଣ କରୋନା ମହାମାରୀ ଯୋଗୁ ବଢ଼ିଥିବା ମାନସିକ ଚାପ।
ଏ ନେଇ ଦୁଇ ପ୍ରକାର ସର୍ଭେ କରିଛନ୍ତି। ବିଶେଷ କରି ୨୦୨୦ ମାର୍ଚ୍ଚରୁ ୨୦୨୧ ମେ ମଧ୍ୟରେ ମାସିକ ଋତୁସ୍ରାବରେ ବହୁ ପରିବର୍ତ୍ତନ ପରିଲଖିତ ହୋଇଥିବା ଗବେଷକମାନେ କହିଛନ୍ତି। ୩୫୪ ଜଣ ମହିଳା ଯେଉଁମାନେ ଉଭୟ ସର୍ଭେରେ ଭାଗ ନେଇଥିଲେ ସେହିମାନଙ୍କଠାରେ ଷ୍ଟ୍ରେସ୍‌ର ମାତ୍ରା ସର୍ବାଧିକ ୧୦.୫ ପ୍ରତିଶତ ରହିଥିବା ଜଣାପଡ଼ିଛି। ସେହିମାନଙ୍କ ଋତୁସ୍ରାବରେ ପରିବର୍ତ୍ତନ ଦେଖାଯାଇଛି। କେତେଜଣଙ୍କ କ୍ଷେତ୍ରରେ ଅଧିକମାତ୍ରାରେ ରକ୍ତପ୍ରବାହ ହେଉଥିବାବେଳେ କେତେଜଣଙ୍କର ଅନିର୍ର୍ଦ୍ଦିିଷ୍ଟ ସମୟରେ ସାଇକେଲ୍‌ ଆରମ୍ଭ ହେଉଥିବା ଅଧ୍ୟୟନରୁ ଜଣାପଡ଼ିଛି। ଚାକିରି କରିଥିବା ଓ ଗୃହିଣୀମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଛି। ଏପରିସ୍ଥଳରେ ପରିଷ୍କାର ପରିଚ୍ଛନ୍ନତାକୁ ଦୃଷ୍ଟିରେ ରଖୁଥିବା ମହିଳା ସାନିଟାରୀ ନାପ୍‌କିନ୍‌ଠାରୁ ଆରମ୍ଭ କରି ହାଇଜିନ ପାଇଁ ବ୍ୟବହୃତ ସମସ୍ତ ପ୍ରଡକ୍ଟ ଅଧିକମାତ୍ରାରେ କିଣିବାକୁ ଲାଗିବେ, ଯାହାର ପ୍ରଭାବ ସେମାନଙ୍କ ପର୍ସ ଉପରେ ପଡ଼ିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ।...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ...

ଝାଡାବାନ୍ତି ହେଉଥିଲେ…କେମିତି ନେବେ ଯତ୍ନ

ସାଧାରଣତଃ ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା...

ସନ୍ତୁଳିତ ଓଜନ ଲାଗି…ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ଓଜନ ବୃଦ୍ଧି ବା ଓବେସିଟି ଏକ ସାଧାରଣ କଥା ପାଲଟି ଗଲାଣି। ଖାଦ୍ୟପେୟ, ନିୟମିତ ବ୍ୟାୟାମ ନ କରିବା, ଅସନ୍ତୁଳିତ ଜୀବନଶୈଳୀ ଏହାର କେତୋଟି...

ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ

ଡାଳିମ୍ବରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଭିଟାମିନ୍‌ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ଡାଳିମ୍ବ। ଏଥିରେ ଥିବା...

ଲାଞ୍ଜ ହଜିବା ରହସ୍ୟ

”ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି...

ଖର୍ଚ୍ଚ ବଢ଼ୁଛି, ଘରେ ଲାଗି ରହୁଛି କି କଳହ? ବାସ୍ତୁଦୋଷ ହୋଇପାରେ କାରଣ, ଜାଣନ୍ତୁ ପ୍ରତିକାର…

ଅନେକଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri