Posted inଖେଳ

ଆଜିଠାରୁ ନୂଆ ଫର୍ମାଟରେ ପୁରୁଷ ହକି

ଝାନ୍‌ସୀ, ୪ା୪: ହକି ଇଣ୍ଡିଆ ଜାତୀୟ ସିନିୟର ପୁରୁଷ ଚାମ୍ପିୟନଶିପ୍‌ର ୧୫ତମ ସଂସ୍କରଣ ଏଠାରେ ଶୁକ୍ରବାରଠାରୁ ଖେଳାଯିବ। ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ନୂଆ ଫର୍ମାଟରେ ଖେଳାଯିବ। ପୁରୁଷ ଟୁର୍ନାମେଣ୍ଟ ପ୍ରଥମ ଥର ମେଜର ଧ୍ୟାନଚାନ୍ଦ ହକି ଷ୍ଟାଡିୟମରେ ପୁଣି ନୂଆ ୩ଡିଭିଜନ ବିଶିଷ୍ଟ ଫର୍ମାଟରେ ଅନୁଷ୍ଠିତ ହେବ।

ମାର୍ଚ୍ଚରେ ଜାତୀୟ ସିନିୟର ମହିଳା ଚାମ୍ପିୟନଶିପ୍‌ ସମାନ ନୂଆ ଫର୍ମାଟରେ ଖେଳାଯାଇଥିଲା। ଘରୋଇ ପ୍ରତିଯୋଗିତାରେ ଏଣିକି ପ୍ରମୋଶନ ଓ ରିଲିଗେଶନ ଲଢ଼େଇ ସାମିଲ କରାଯାଇଛି। ଏହାକୁ ତିନୋଟି ଡିଭିଜନ ‘ଏ’, ‘ବି’ ଓ ‘ସି’ରେ ବିଭକ୍ତ କରାଯାଇଛି। ଡିଭିଜନ ‘ଏ’ରେ ଶ୍ରେଷ୍ଠ ଦଳଗୁଡ଼ିକ ସ୍ଥାନ ପାଇଛନ୍ତି। ଡିଭିଜନ ‘ବି’ରେ ସ୍ଥାନ ପାଇଥିବା ଦଳଗୁଡ଼ିକ ଆସନ୍ତା ସିଜନରେ ଡିଭିଜନ ‘ଏ’ରେ ସ୍ଥାନ ପାଇବା ପାଇଁ ଚେଷ୍ଟା କରିବେ। ଡିଭିଜନ ‘ବି’ରେ ଥିବା ଦଳଗୁଡ଼ିକ ପରବର୍ତ୍ତୀ ସଂସ୍କରଣରେ ଡିଭିଜନ ‘ବି’ରେ ସ୍ଥାନ ପାଇବା ପାଇଁ ଚେଷ୍ଟା କରିବେ।

ଡିଭିଜନ ‘ବି’ ଓ ‘ସି’ ମ୍ୟାଚଗୁଡ଼ିକ ଏପ୍ରିଲ ୪ରୁ ଆରମ୍ଭ ହେବାକୁଥିବା ବେଳେ ଡିଭିଜନ ‘ଏ’ ମ୍ୟାଚ ଏପ୍ରିଲ ୮ରୁ ଖେଳାଯିବ। ଡିଭିଜନ ‘ଏ’ରେ ଗତଥରର ଚାମ୍ପିୟନ ଓ ରନର ଅପ୍‌ ହରିୟାଣା ସ୍ଥାନ ପାଇଛନ୍ତି। ବର୍ଷ ବର୍ଷ ଧରି ସେମାନଙ୍କ ଓଭରଅଲ୍‌ ପ୍ରଦର୍ଶନ ଭିତ୍ତିରେ ସେମାନଙ୍କୁ ସ୍ଥାନ ମିଳିଛି।

ଡିଭିଜନ ‘ଏ’ରେ ସ୍ଥାନ ପାଇଥିବା ଅନ୍ୟ ଦଳଗୁଡ଼ିକ ହେଲେ ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ତାମିଲନାଡୁ, ବେଙ୍ଗଲ, ହକି କର୍ନାଟକ ଓ ପୁଡୁଚେରୀ। ସେମାନଙ୍କୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଦଳ ସେମାନଙ୍କ ଗ୍ରୁପ୍‌ର ପ୍ରତ୍ୟେକ ଦଳ ସହିତ ଥରେ ଲେଖାଏ ଖେଳିବେ। ଏହା ଏକମାତ୍ର ଡିଭିଜନ, ଯେଉଁଥିରେ ଏକ ନକ୍‌ଆଉଟ ପର୍ଯ୍ୟାୟ ରହିଛି।

ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ କ୍ୱାର୍ଟରଫାଇନାଲରେ ପ୍ରବେଶ କରିବେ। ଏହା ଏପ୍ରିଲ ୧୨ରେ ଖେଳାଯିବ। ଏପ୍ରିଲ ୧୩ରେ ସେମିଫାଇନାଲ ଏବଂ ଫାଇନାଲ ଓ ୩ୟ/୪ର୍ଥ ସ୍ଥାନ ପାଇଁ ମୁକାବିଲା ଏପ୍ରିଲ ୧୫ରେ ହେବ। ଡିଭିଜନ ‘ଏ’ର ନିମ୍ନ ସ୍ଥାନରେ ରହିଥିବା ଦୁଇ ଦଳ ତଳପାହ୍ୟାକୁ ଖସି ପରବର୍ତ୍ତୀ ସଂସ୍କରଣରେ ଡିଭିଜନ ‘ବି’ରୁ ଖେଳିବେ। ଡିଭିଜନ ‘ବି’ରେ ସ୍ଥାନ ପାଇଥିବା ୧୦ଟି ଦଳ ଡିଭିଜନ ‘ଏ’ରେ ସ୍ଥାନ ପାଇଁ ଲଢ଼େଇ କରିବେ। ଏଥିରେ ସ୍ଥାନ ପାଇଥିବା ଦଳଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି।

ଏଥିରେ ଗୋଟିଏ ଗ୍ରୁପ୍‌ରେ ଚଣ୍ଡିଗଡ଼ ଗୋଆ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଉତ୍ତରାଖଣ୍ଡ ସ୍ଥାନ ପାଇଥିବା ବେଳେ ଅନ୍ୟଟିରେ ଦିଲ୍ଲୀ, ମିଜୋରାମ, ଦାଦ୍ରା ନଗର ହାବେଳୀ ଓ ଡାମନ ଡିଉ, କେରଳ, ଆସାମ ଆଦି ସ୍ଥାନ ପାଇଛନ୍ତି। ଡିଭିଜନର ‘ବି’ର ଶ୍ରେଷ୍ଠ ଦୁଇ ଦଳ ପଦୋନ୍ନତି ପାଇ ପରବର୍ତ୍ତୀ ସଂସ୍କରଣରେ ଡିଭିଜନ ‘ଏ’ରୁ ଖେଳିବେ।

ଡିଭିଜନ ‘ସି’ରେ ୮ଟି ଦଳ ପ୍ରତିଯୋଗିତାରେ ଭାଗ ନେବେ। ସେମାନଙ୍କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗୋଟିଏ ଗ୍ରୁପ୍‌ରେ ରାଜସ୍ଥାନ, ଅରୁଣାଚଳ ପ୍ରଦେଶ, ଜମ୍ମୁ କଶ୍ମୀର ଓ ତ୍ରିପୁରା ରହିଥିବା ବେଳେ ଅନ୍ୟଟିରେ ଛତିଶଗଡ଼, ହିମାଚଳ ପ୍ରଦେଶ, ବିହାର ଓ ଗୁଜରାଟ ରହିଛନ୍ତି। ଡିଭିଜନ ‘ସି’ର ଶ୍ରେଷ୍ଠ ଦୁଇ ଦଳ ଡିଭିଜନ ‘ବି’କୁ ପଦୋନ୍ନତି ପାଇବେ। ତିନୋଟି ଡିଭିଜନରେ ପଏଣ୍ଟ ବ୍ୟବସ୍ଥା ସମାନ ରହିଛି। ଗୋଟିଏ ବିଜୟ ଲାଗି ୩ ଏବଂ ଡ୍ର ପାଇଁ ୧ପଏଣ୍ଟ ବ୍ୟବସ୍ଥା ରହିଥିବା ବେଳେ ପରାଜିତ ଦଳକୁ ପଏଣ୍ଟ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ପ୍ରଶଂସକଙ୍କ ପାଇଁ ଖୁସିଖବର: ଦକ୍ଷିଣ ଆଫ୍ରିକା ODI ସିରିଜ ପରେ ଟି-୨୦କୁ ଫେରିବେ ରୋହିତ!

ନୂଆଦିଲ୍ଲୀ,୫।୧୨: ରୋହିତ ଶର୍ମା ଭାରତୀୟ ଘରୋଇ କ୍ରିକେଟ ପ୍ରତି ଏତେ ପ୍ରତିବଦ୍ଧତା ଦେଖାଉଛନ୍ତି ଯେ ସେ କେବଳ ଲିଷ୍ଟ ଏ କ୍ରିକେଟ ନୁହେଁ ବରଂ ଟି-୨୦...

ଓ୍ବାସିମ ଆକ୍ରମଙ୍କୁ ଟପିଲେ ଷ୍ଟାର୍କ

ବ୍ରିସବେନ,୫ା୧୨: ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଆଶେସ ଟେଷ୍ଟ ଆରମ୍ଭ ହୋଇଯାଇଛି। ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ସବୁଠୁ ସଫଳ ବାମହାତୀ...

ସାମ୍ନାକୁ ଆସିଲା ବିରାଟ-ରୋହିତଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ଟିମଙ୍କ ସହ ବୁଲିଲେ ଅପରାଧି!

ରାୟପୁର,୫।୧୨: ରାୟପୁରରେ ଖେଳାଯାଇଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ସମୟରେ ଖେଳାଳିଙ୍କ ସୁରକ୍ଷାରେ ବଡ଼ ଅବହେଳାର ପର୍ଦ୍ଦାଫାସ ହୋଇଛି। ଏହି...

IPL ନିଲାମ ପୂର୍ବରୁ ମାତ୍ର ୪ଟି ମ୍ୟାଚ ଖେଳିବା ପାଇଁ ଏତେ କୋଟି ଟଙ୍କା ମାଗିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି, ଜାଣିଲେ…

ନୂଆଦିଲ୍ଲୀ,୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୯, ୨୦୨୫ରୁ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସମସ୍ତେ ଏହି ସିରିଜ ସମୟରେ...

ସ୍ମୃତି-ପଲାଶଙ୍କ ବିବାହ ସ୍ଥଗିତ ରହିବା ପରେ ପ୍ରଥମ ଥର ଏମିତି କହିଲେ ଭଉଣୀ ପଲକ, କଲେ ବଡ଼ ଖୁଲାସା

ମୁମ୍ବାଇ,୫।୧୨: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ବିଶ୍ୱକପ ବିଜୟୀ ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହକୁ ନେଇ ବହୁତ ଆଲୋଚନା...

ବାରବାଟୀ ଟି୨୦ ପାଇଁ ଆଜିଠୁ ଅଫଲାଇନ ଟିକେଟ ବିକ୍ରି: ରାତିରୁ ଅସମ୍ଭାଳ ଭିଡ଼

କଟକ,୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): ଆଜିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ। ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ଅସମ୍ଭାଳ ଭିଡ଼ ଦେଖାଯାଇଛି। ଦିନ ୯ଟାରୁ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri