Categories: ଖେଳ

ବଟଲର, ଅମିନ ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ,୧୨ା୧୨: ନଭେମ୍ବର ମାସରେ ଉତ୍ତମ ପ୍ରଦର୍ଶନ ପାଇଁ ଇଂଲଣ୍ଡର ଟି୨୦ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଜୋସ୍‌ ବଟଲର ପ୍ରଥମ ଥର ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ପୁରୁଷ ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ପାକିସ୍ତାନର ସିଦ୍ରା ଅମିନ କ୍ରମାଗତ ଦ୍ୱିତୀୟ ଥର ମହିଳା ପ୍ଲେୟର ଅଫ୍‌୍‌ ଦି ମନ୍ଥ ବିବେଚିତ ହୋଇଛନ୍ତି। ଆୟର୍ଲାଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜ ବିଜୟରେ ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ବଟଲର ବର୍ତ୍ତମାନ ବିଶ୍ୱର ଜଣେ ଜଣାଶୁଣା ବ୍ୟାଟର ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି।

Share