Categories: ଖେଳ

ଉଦ୍‌ଘାଟନୀ ମ୍ୟାଚ ପରିଚାଳନା କରିବେ ମେନନ, ଧର୍ମସେନା

ଦୁବାଇ, ୯ା୯: ଅକ୍ଟୋବର ୫ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁଥିବା ବିଶ୍ୱକପ୍‌ କ୍ରିକେଟ ଉଦ୍‌ଘାଟନୀ ମ୍ୟାଚର ପରିଚାଳନା କରିବେ ଭାରତର ନୀତୀନ ମେନନ ଓ ଶ୍ରୀଲଙ୍କାର କୁମାର ଧର୍ମସେନା। ପୂର୍ବତନ ପେସ୍‌ ବୋଲର ଜାଭାଗଲ ଶ୍ରୀନାଥ ମ୍ୟାଚ ରେଫରି ଦାୟିତ୍ୱ ତୁଲାଇବେ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କହିଛି। ଅହମଦାବାଦରେ ଶୁକ୍ରବାର ଖେଳାଯାଇଥିବା ଟୁର୍ନାମେଣ୍ଟ ଓପନର ପାଇଁ ପଲ୍‌ ଓ୍ବିଲସନ ଓ ସାଇକାତ୍‌ଙ୍କୁ ଯଥାକ୍ରମେ ଟିଭି ଅମ୍ପାୟର ଓ ଚତୁର୍ଥ ଅମ୍ପାୟର ଭାବେ ମନୋନୀତ କରାଯାଇଛି। ଟୁର୍ନାମେଣ୍ଟର ୧୩ତମ ସଂସ୍କରଣରେ ମ୍ୟାଚ ପରିଚାଳନା ପାଇଁ ୧୬ ଅମ୍ପାୟର ମନୋନୀତ କରାଯାଇଛି। ଅମ୍ପାୟର ତାଲିକା: ଖ୍ରିସ୍‌ ବ୍ରାଉନ୍‌, କୁମାର ଧର୍ମସେନା, ମାରାଇସ ଇରାସମସ, ଖ୍ରିସ୍‌ ଗାଫାନି, ମାଇଲେକ ଗଫ୍‌, ଆଡ୍ରିଆନ ହୋଲ୍ଡଷ୍ଟକ୍‌, ରିଚାର୍ଡ ଏଲିଙ୍ଗଓ୍ବର୍ଥ, ରିଚାର୍ଡ କେଟେଲବୋରୋ, ନୀତୀନ ମେନନ, ଏହସାନ ରାଜା, ପଲ୍‌ ରିଫିଲ, ସାଫ୍ରୁଦୋଲା ଇବନି ଶାଇଦ, ରଡ୍‌ ଟକର, ଆଲେକ୍ସ ହ୍ବାର୍ଫ, ଜୋଏଲ ଓ୍ବିଲସନ ଏବଂ ପଲ୍‌ ଓ୍ବିଲସନ।

Share