Posted inଖେଳ

ଦୁର୍ଘଟଣା ଘଟାଇ ମେଣ୍ଡିସ୍‌ ଗିରଫ

କଲମ୍ବୋ,୫।୭(ପି.ଟି.): ରାସ୍ତା ଦୁର୍ଘଟଣା ଘଟାଇ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁଶଲ ମେଣ୍ଡିସ୍‌ ରବିବାର ପୋଲିସ୍‌ ଦ୍ୱାରା ଗିରଫ ହୋଇଛନ୍ତି। ରାସ୍ତରେ ଚାଲୁଥିବା ଜଣେ ୭୪ ବର୍ଷୀୟ ବୃଦ୍ଧ ବ୍ୟକ୍ତି ତାଙ୍କ କାର ଦ୍ୱାରା ଧକ୍କା ଖାଇ ପ୍ରାଣ ହରାଇଛନ୍ତି। କଲମ୍ବୋ ସବର୍ବର ପାନାଡୁରାରେ ଏହି ର୍ଦୁ୍‌ଘଟଣା ଘଟିଥିଲା। ମେଣ୍ଡସ୍‌ଙ୍କୁ ରବିବାର ମ୍ୟାଜିଷ୍ଟ୍ରେଟ୍‌ଙ୍କ ସମ୍ନାରେ ହାଜର କରାଯାଇଛି ଓ ଏ ନେଇ ତଦନ୍ତ ଚାଲୁ ରହିଛି ବୋଲି ପୋଲିସ୍‌ ତରଫରୁ କୁହାଯାଇଛି।
୨୫ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ମେଣ୍ଡିସ୍‌ ଶ୍ରୀଲଙ୍କା ତରଫରୁ ପ୍ରତିନିଧିତ୍ୱ କରି ୪୪ଟି ଟେଷ୍ଟ ଖେଳି ୩୭ ହାରରେ ୨,୯୯୫ ରନ ସଂଗ୍ରହ କରିଛନ୍ତି। ସେହିପରି ସେ ୭୬ଟି ଦିନିକିଆ ମ୍ୟାଚ୍‌ ଖେଳି ୮୪.୭ ରନ ହାରରେ ୨,୧୬୭ ରନ ସଂଗ୍ରହ କରିଛନ୍ତି। ୨୬ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳି ସେ ୧୮.୬ ହାରରେ ୪୮୪ ରନ ସଂଗ୍ରହ କରିଛନ୍ତି। କୋଭିଡ୍‌-୧୯ ମହମାରୀ ପାଇଁ ଲକ୍‌ଡାଲନ ଶେଷ ହେବା ପରେ ମେଣ୍ଡିସ୍‌ ଟ୍ରେନିଂ ଆରମ୍ଭ କରିଥିବା ଶ୍ରୀଲଙ୍କା ଦଳର ସଦସ୍ୟ ଥିଲେ। ଏହି ମହାମାରୀ କାରଣରୁ ଶ୍ରୀଲଙ୍କାର ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ବର୍ତ୍ତମାନ ପାଇଁ ବାତିଲ ହୋଇଛି। ଭାରତର ଶ୍ରୀଲଙ୍କା ଗସ୍ତ ମଧ୍ୟ ଏହି କାରଣରୁ ବାତିଲ ହୋଇଛି। ଉଲ୍ଲେଖଥାଉ କି, ପୂର୍ବତନ ଶ୍ରୀଲଙ୍କା ସ୍ପିନର କୌଶାଲ ଲୋକୁଆରାଚଚି ୨୦୦୩ରେ ଏହି ଭଳି ଦୁର୍ଘଟଣା ଘଟାଇ ୪ ବର୍ଷ ବାସନ୍ଦ ହେବା ଜେଲ୍‌ଦଣ୍ଡ ଭୋଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri