ମହିଳାଙ୍କ ଲୁହର ବାସ୍ନାରେ କମିଯାଏ ପୁରୁଷଙ୍କ ରାଗ! ଗବେଷଣାରୁ ହେଲା ସ୍ପଷ୍ଟ

ଜେରୁଜେଲମ,୨୨।୧୨: ଅନେକେ ବିଶ୍ୱାସ କରନ୍ତି ଯେ, ମହିଳାମାନେ ଛୋଟ ଛୋଟ ଝଗଡାରେ ଲୁହକୁ ହତିଆର ଭାବେ ବ୍ୟବହାର କରନ୍ତି। ଦମ୍ପତି କିମ୍ବା କୌଣସି କପୁଲଙ୍କ ମଧ୍ୟରେ ଝଗଡା ହେଲେ ମହିଳାମାନେ ସାଙ୍ଗେ ସାଙ୍ଗେ କାନ୍ଦି ଉଠନ୍ତି। କାନ୍ଦିବା ଦ୍ୱାରା ପୁରୁଷଙ୍କ ରାଗିବା କମି ଯାଇଥାଏ। ବାସ୍‌ ଝଗଡା ଶେଷ। କିନ୍ତୁ ଏଠାରେ ତ ଲୁହ ଦେଖିଲେ ପୁରୁଷଙ୍କ ମନ ବିଚଳିତ ହୋଇଉଠେ। ହେଲେ ଲୁହର ବାସ୍ନାରେ ମଧ୍ୟ ପୁରୁଷମାନେ ତରଳିଯା’ନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।

ପିଏଲଓଏସ ବାୟୋଲଜିରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ମହିଳାଙ୍କ ଲୁହର ଗନ୍ଧ
ପୁରୁଷଙ୍କ ଆକ୍ରୋଶକୁ ହ୍ରାସ କରିଥାଏ। ଇସ୍ରାଏଲର ୱାଇଜମ୍ୟାନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି କି, ମଣିଷ ଲୁହରେ ଏକ କେମିକାଲ ସିଗନାଲ ଥାଏ ଯାହା ମଣିଷର ରାଗକୁ କମ କରିଥାଏ।

ପୂର୍ବରୁ ୱାଇଜମ୍ୟାନ ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଥିଲା କି, ମହିଳା ମୂଷା କାନ୍ଦିବା ଦ୍ୱାରା ପୁରୁଷ ମୂଷାମାନେ ଝଗଡା କରି ନ ଥାନ୍ତି। ଲୁହ ଦେଖି ପୁରୁଷ ମୂଷାଙ୍କ ଆକ୍ରମଣାତ୍ମକ ହ୍ରାସ ପାଇଥାଏ। ବୈଜ୍ଞାନିକଙ୍କୁ ଅଧ୍ୟୟନରୁ ଜଣାପଡିଛି କି, ଲୁହର ବାସ୍ନାରେ ଟେଷ୍ଟୋଷ୍ଟେରୋନ ହ୍ରାସ ପାଇଥାଏ। ଲୁହକୁ ଆଘ୍ରାଣ କରିବା ମାତ୍ରେ ପୁରୁଷର ଟେଷ୍ଟୋଷ୍ଟେରେନ ସ୍ତର ହ୍ରାସ ପାଇବାରେ ଲାଗିଥାଏ।

ଏକ ଅଧ୍ୟୟନରେ ପୁରୁଷମାନଙ୍କୁ ଏକ କମ୍ପ୍ୟୁଟର ଗେମ୍‌ ଦିଆଯାଇଥିଲା। ଯାହାର ବ୍ୟବହାର ଅନ୍ୟ ଆକ୍ରେଶ ମୂଳକ ଅଧ୍ୟୟନରେ କରାଯାଇଥିଲା। ଗେମରେ ଖେଳି ବ୍ୟକ୍ତିଜଣକ ଟଙ୍କା ପାଇଥାନ୍ତି ଆଉ ସାମ୍ନାରେ ଥିବା ଖେଳାଳୀ ଏଥିରୁ ଟଙ୍କା ଚୋରାଇଥାନ୍ତି। ତେବେ ଏହି ସମୟରେ ଦେଖାଯାଇଥିଲା କି, ମହିଳାଙ୍କ ଲୁହ ଆଘ୍ରାଣ କରି ପୁରୁଷଙ୍କ ମଧ୍ୟରେ ଉକୁଟୁଥିବା ଆକ୍ରୋଶ ୪୩.୭ ଶତକଡା ହ୍ରାସ ପାଇ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Gen-Zଙ୍କ ପାଇଁ ବଡ଼ ପଦକ୍ଷେପ ନେଲା RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri