ପୁରୁଷ ଶୂନ୍ୟ ହୋଇଗଲା ପରିବାର

ରାଜନଗର, ୨୩।୩ (ଡି.ଏନ.ଏ.): ମୃତ୍ୟୁ କେତେବେଳେ ଆସେ କହିବା କଷ୍ଟକର। ସେ ବୁଢା କି ଯୁବକ ଦେଖେ ନାହିଁ। ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ବି ସେ ଛାଡେ ନାହିଁ। ସ୍ତ୍ରୀଠାରୁ ସ୍ବାମୀ, ମାଆଠାରୁ ପୁଅକୁ ସେ ଛଢାଇ ନିଏ। ଏମିତି ବର୍ଷକ ଭିତରେ ଡକା ଡକି ହୋଇ ବାପାଙ୍କ ପରେ ପୁଅ ଆରପାରିକୁ ଚାଲି ଯାଇଛନ୍ତି। ଫଳରେ ପରିବାର ପୁରୁଷ ଶୂନ୍ୟ ହୋଇପଡିଛି। ଏଭଳି ହୃଦୟ ବିଦାରକ ଦୁଃଖଦ ଘଟଣା ରାଜନଗର ବ୍ଲକ ଈଶ୍ୱରପୁର ପଞ୍ଚାୟତ ରାଜବିଜୟନଗର ଗଁାରୁ ଆସିଛି। ରାଜବିଜୟନଗର ଗାଁର ମିଥୁନ ପାତ୍ର (୨୫) ଭଦ୍ରକ ଅଞ୍ଚଳରେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିଲେ। ୭ଦିନ ତଳେ ଚିଙ୍ଗୁଡି ଘେରି ଖୋଳା ହେବା ବେଳେ ଟ୍ରାକ୍ଟର ଓଲଟି ପଡିବାରୁ ମିଥୁନଙ୍କ ମୃତ୍ୟୁ ଘଟିଥିଲା। ମିଥୁନଙ୍କ ବିୟୋଗ ପରେ ତାଙ୍କ ପରିବାରରେ କଳାର ବାଦଲ ଘୋଟି ଯାଇଛି। ବର୍ଷେ ତଳେ ରୋଗରେ ପଡି ବାପା ଚାଲି ଯାଇଥିଲେ। ପରିବାର ପୁରୁଷ ଶୂନ୍ୟ ହୋଇଯାଇଛି। ୯ ମାସ ତଳେ ବିବାହ କରିଥିବା ମିଥୁନଙ୍କ ସ୍ତ୍ରୀ ଏବେ ଗର୍ଭବତୀ ଅଛନ୍ତି। ଏବେ ପରିବାରରେ ମିଥୁନଙ୍କ ଗର୍ଭବତୀ ପତ୍ନୀ, ମା’ ଓ ଜେଜେମା’। ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅର ମୃତ୍ୟୁ ପରେ ୭ଦିନ ହେଲା ଘରେ ଚୁଲି ଜଳିନି। କାହାରି ମୁହଁରେ ଭାଷା ନାହିଁ। କାନ୍ଦି କାନ୍ଦି କାହାର ଚେତା ପଳାଉଛି ତ, ଆଉ କିଏ ମୂର୍ଚ୍ଛା ଯାଉଛି। ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଓ ଖାଇବା ଦୂରର କଥା, ମିଥୁନଙ୍କ ଶୁଦ୍ଧିକ୍ରିୟା ପାଇଁ ପରିବାର ପାଖରେ ଅର୍ଥ ନାହିଁ। ପରିବାର ଏବେ ପୁରୁଷ ଶୂନ୍ୟ ହୋଇପଡିଛି। ପ୍ରଶାସନ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅପରପକ୍ଷେ ଏହି ପରିବାରକୁ ରାଜନଗରର ଦୁଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri