Posted inଖେଳ

ସଚିନଙ୍କୁ ଆଉଟ୍‌ କରିବା ପରେ ଅଟୋଗ୍ରାଫ୍‌ ପାଇଁ ଆସିଥିଲେ ବ୍ରାଡ୍‌ ହଗ୍‌; ବାର୍ତ୍ତା ଦେଖି ହୋଇଥିଲେ ଚକିତ

ନୂଆଦିଲ୍ଲୀ,୧୨।୫: ଭାରତର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ବହୁତ ପ୍ରଶଂସକ ଅଛନ୍ତି। ସାଧାରଣ ଲୋକଟିଏ ହେଉ ଅଥବା କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତି ସଚିନଙ୍କ ଗୋଟିଏ ଅଟୋଗ୍ରାଫ୍‌କୁ ଚାହିଁ ବସିଥାନ୍ତି। ୨୦୦୭ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସଚିନ୍‌ ଜଣେ ଖେଳାଳିଙ୍କୁ ନିଜର ଏକ ଅଟୋଗ୍ରାଫ ଦେଇଥିଲେ। ଅଟୋଗ୍ରାଫ ଦେବା ସମୟରେ ସଚିନ ଏଭଳି କଥା ଲେଖିଥିଲେ ଯାହା ଉକ୍ତ ଖେଳାଳିଙ୍କୁ ଚକିତ କରିଥିଲା।

ଘଟଣାଟି ଏପରି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏକଦୀବସୀୟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଖେଳାଯାଉଥିଲା। ଏଥିରେ ଅଷ୍ଟ୍ରେଲିୟା ଭାରତକୁ ୨୯୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ସଚିନ ଗମ୍ଭୀରଙ୍କ ସହ ଇନିଂସ ଆରମ୍ଭ କରିଥିଲେ। ୨୭ ଓଭରରେ ଅଷ୍ଟ୍ରେଲିୟ ବୋଲର୍‌ ବ୍ରାଡ୍‌ ହଗ୍‌ ତାଙ୍କୁ ଆଉଟ୍‌ କରି ଦେଇଥିଲେ। ହେଲେ ମ୍ୟାଚ୍‌ ପରେ ସେ ସଚିନଙ୍କ ଅଟୋଗ୍ରାଫ ନେବା ପାଇଁ ଯାଇଥିଲେ। ସଚିନ ବେଶ୍‌ ଖୁସି ହୋଇ ସରଳତାର ସହ ଅଟୋଗ୍ରାଫ ଦେଇଥିଲେ। ଏଥିରେ ଏକ ବାର୍ତ୍ତା ଥିଲା। ‘ଆଉ କେବେ ଏଭଳି ଘଟିବ ନାହିଁ ହଗ୍‌’ବୋଲି କାଗଜରେ ଲେଖାଯାଇଥିଲା। ପରବର୍ତ୍ତୀ ସମୟରେ ତାହା ହିଁ ହୋଇଥିଲା। ହଗ୍‌ ଆଉ କେବେ ସଚିନଙ୍କୁ ଆଉଟ୍‌ କରିପାରି ନ ଥିଲେ। ମାତ୍ର ଆଜି ବି ସେ ଉକ୍ତ ଅଟୋଗ୍ରାଫକୁ ସାଇତି ରଖିଛନ୍ତି।
ଏକ ସାକ୍ଷାତକାରରେ ହଗ୍‌ ନିଜ ସ୍ମୃତି ବଖାଣିଛନ୍ତି। ସଚିନଙ୍କ ବିପକ୍ଷରେ ଖେଳିବା ସମ୍ମାନର କଥା। ତାଙ୍କୁ ବୋଲିଂ କରିବା ସୁଖଦାୟକ ଅନୁଭବ। ଉକ୍ତ ମ୍ୟାଚ୍‌ ସହ ଜଡ଼ିତ ଏହି ସ୍ମୃତି ତାଙ୍କୁ ସବୁବେଳେ ମନେ ରହିବ ବୋଲି ହଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri