Posted inଫୁରସତ

ଅନନ୍ୟ ଅନୁଭୂତି: ଶ୍ରୀଅରବିନ୍ଦ ଆଶ୍ରମ

ପଣ୍ଡିଚେରୀ ଯାହା ଏବେ ପୁଡୁଚେରୀ ଭାବେ ପରିଚିତ। ଏଠାରେ ରହିଛି ଶ୍ରୀଅରବିନ୍ଦଙ୍କ ଆଶ୍ରମ, ଯାହାକି ଏକ ପବିତ୍ର ଆଧ୍ୟାତ୍ମିକସ୍ଥଳୀ। ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କୁ ଏଠାରେ ଆରାଧନା କରାଯାଇଥାଏ। ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସନ୍ତି। ମୁଁ ମଧ୍ୟ ୨/୩ ଥର ଚେଷ୍ଟା କରିଥିଲି ଏହି ଆଶ୍ରମକୁ ବୁଲିଯିବା ପାଇଁ, କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁ ଯାଇପାରି ନଥିଲି। ସେତେବେଳେ ମୁଁ ଅବିବାହିତା ଥିଲି ଓ ଚାକିରି କରୁଥିଲି। ୨୦୧୭ ଫେବୃୟାରୀରେ ମୋତେ ପୁଣିଥରେ ସୁଯୋଗ ଆସିଲା, ଏଥର କିନ୍ତୁ ନିଷ୍ପତ୍ତି ନେଲି ଚାକିରି ଛାଡ଼ିବାକୁ ହେଲେ ହେବ ପଛେ, ମୁଁ ଶ୍ରୀମାଙ୍କ ସାନ୍ନିଧ୍ୟ ନିମନ୍ତେ ପଣ୍ଡିଚେରୀ ନିଶ୍ଚୟ ଯିବି। କାରଣ ଶ୍ରୀମାଙ୍କ ଜନ୍ମଦିନ ଫେବୃୟାରୀ ୨୧ ତାରିଖରେ ପଡ଼େ। କେବଳ ସେହିଦିନ ହିଁ ଶ୍ରୀମାଙ୍କ କୋଠରି ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାରୁହେ। ତେଣୁ ବହୁତ ଉତ୍ସାହିତ ଥିଲି, ଭାଗ୍ୟବଶତଃ ଅଫିସ୍‌ରୁ ବି ଛୁଟି ମିଳିଗଲା। ବାପା ବୋଉ ଓ ନନା (ଭାଇ)ଙ୍କର କିଛି କାମ ଥିବାରୁ ସେମାନେ ଯାଇପାରିଲେ ନାହିଁ। ମୋତେ ଏକା ଯିବାକୁ ପଡ଼ିଲା। ନନା ଫେବୃୟାରୀ ୧୪ ତାରିଖ ମଙ୍ଗଳବାର ଦିନ ଭୁବନେଶ୍ୱର-ପୁଡୁଚେରୀ ସୁପରଫାଷ୍ଟ ଟ୍ରେନ୍‌ର ଟିକେଟ୍‌ କାଟି ମୋତେ ଟ୍ରେନ୍‌ରେ ବସାଇଦେଲେ। ଟ୍ରେନ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଓଡ଼ିଆ, ତେଣୁ ମୋତେ ବେଶି ଡର ଲାଗିଲା ନାହିଁ। ଶ୍ରୀମାଙ୍କ କଥା ଭାବିବା ଆଉ ସାଙ୍ଗରେ ନେଇଥିବା କିଛି ବହିକୁ ପଢ଼ିବାରେ ସମୟ କେମିତି ଅତିବାହିତ ହୋଇଗଲା ଜଣାପଡ଼ିଲା ନାହିଁ। ବୁଧବାର ମଧ୍ୟାହ୍ନ ସମୟରେ ଟ୍ରେନ୍‌ ପଣ୍ଡିଚେରୀରେ ଲାଗିଲା। ସେଠାରେ ରହୁଥିବା ମୋ ଭାଉଜ ଆସିଥିଲେ ମୋତେ ନେବାକୁ। ଭାଉଜଙ୍କ ଘରେ ଫ୍ରେଶ୍‌ ହୋଇ ଆଶ୍ରମ ଆଡେ ବୁଲି ବାହାରିଲି। ଆଶ୍ରମର ପ୍ରବେଶଦ୍ୱାରରେ ଥିବା ଜୋତା ଷ୍ଟାଣ୍ଡରୁ ଜଣାପଡୁଥିଲା ଆଶ୍ରମ ଭିତରେ ବହୁତ ଭିଡ଼ ହୋଇଥିବ। କିନ୍ତୁ ଭିତରକୁ ଯିବାମାତ୍ରେ ଏ କ’ଣ, ଭିଡ଼ ଆଦୌ ନଥିଲା। ସମସ୍ତେ ଧ୍ୟାନମଗ୍ନ ଥିଲେ ନିଜ ନିଜ ସ୍ଥାନରେ। ସମ୍ପୂର୍ଣ୍ଣ ପରିବେଶ ଶାନ୍ତ ଥିଲା। ଲାଗୁଥିଲା ସତେଯେମିତି ଛୁଞ୍ଚତ୍ଟିଏ ପଡ଼ିଲେ ବି ଶବ୍ଦ ଶୁଣାଯିବ। ଆଶ୍ରମ ପରିସର ଏବଂ ଆଶ୍ରମ ନିକଟରେ ଯାହା ଯାହା ଦେଖିଥିଲି ତାହା ନିମ୍ନରେ ଉଲ୍ଲେଖ କରୁଛି…

ଆଶ୍ରମ ପରିସର: ଆଶ୍ରମକୁ ପ୍ରବେଶ କରିବା ମାତ୍ରେ ଏକ ସୁନ୍ଦର ଫୁଲ ବଗିଚା ପଡ଼େ। ମଣିଷର ମନ ଫୁଲଠାରୁ କୋମଳ ବୋଲି ଏ ଗଛ ହିଁ ଦେଇଥାଏ ପ୍ରଥମବାର୍ତ୍ତା। ତା’ପରେ ପରିଚୟ ହୁଏ ହଜାର ହଜାର ଆଶ୍ରମ ଅନ୍ତେବାସୀଙ୍କ ସହ। ଲାଗେ ସତେଯେମିତି ସେମାନେ ଆମକୁ ସ୍ବାଗତ କରୁଛନ୍ତି। ତା’ସହ ଆଶ୍ରମ ପରିସରରେ ଦେଖିବାକୁ ମିଳେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ପାଇଁ ଉଦ୍ଦିଷ୍ଟ କୋଠରି, ସମାଧିପୀଠ, ବିଦ୍ୟାଧ୍ୟୟନ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟ, ରୋଗୀ ନିରାକରଣ କେନ୍ଦ୍ର, ବୟନଶିଳ୍ପର ଆଧାର ସୂତାମିଲ୍‌, ପେପର୍‌ ମିଲ୍‌, ବାଟିକ୍‌ ଡିପାର୍ଟମେଣ୍ଟ, ଆୟୁର୍ବେଦିକ ଔଷଧ କେନ୍ଦ୍ର, ପରଫ୍ୟୁମ୍‌ ତଥା ଡାଇନିଂ ପ୍ରସ୍ତୁତିର ବିଭାଗ ଭଳି ପ୍ରାୟ ୮୦ଟି ସୁଶୃଙ୍ଖଳିତ ବିଭାଗ। ଆଉ ତାହା ସହିତ ଅନୁବନ୍ଧିତ ହୋଇ ରହିଛି ଫାର୍ମ, ଗାର୍ଡେନ୍‌, ଗେଷ୍ଟହାଉସ୍‌, ସ୍ବାସ୍ଥ୍ୟ ଓ ଇଞ୍ଜିନିୟରିଂ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ। କେବଳ ସେତିକି ନୁହେଁ, ଦୂରରୁ ଆସୁଥିବା ପର୍ଯ୍ୟଟକଙ୍କ ସହଯୋଗ ନିମନ୍ତେ ଏଠାରେ ରହିଛି ଆଶ୍ରମର ବ୍ୟୁରୋ ସେଣ୍ଟର।

ଶ୍ରୀ ସ୍ମୃତି: ଏହା ହେଉଛି ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ସଂଗ୍ରହାଳୟ। ଏଠାରେ ଶ୍ରୀମା ଶ୍ରୀଅରବିନ୍ଦ ବ୍ୟବହାର କରିଥିବା ଜିନିଷ ଯଥା: ପୋଷାକ, ଡାଏରୀ, ପେନ୍‌, ଜୋତା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ଏପରିକି ଶ୍ରୀମାଙ୍କୁ ଉପହାର ସ୍ବରୂପ ମିଳିଥିବା ଅନେକ ଜିନିଷ ଇତ୍ୟାଦିକୁ ଆଗନ୍ତୁକ ଦେଖିପାରିବେ। ସେହିପରି ଶ୍ରୀମା ଶ୍ରୀଅରବିନ୍ଦଙ୍କ ଛୋଟରୁ ବଡ଼ ହେବା ବେଳର ବହୁ ଫଟୋ ମଧ୍ୟ ଏଠାରେ ରହିଛି। ଏହା ଦେଖିବା ନିମନ୍ତେ ସକାଳ ୯ଟାରୁ ୧୧ଟା ଯାଏ ଖୋଲାରୁହେ।

ପଣ୍ଡିଚେରୀ ସଂଗ୍ରହାଳୟ: ଆଶ୍ରମ ନିକଟରେ ରହିଛି ଏହି ସଂଗ୍ରହାଳୟଟି। ଏଠାରେ ବହୁ ପୁରୁଣା ଅସ୍ତ୍ରଶସ୍ତ୍ର, ମୁଦ୍ରା, ମୂର୍ତ୍ତି, ବିଭିନ୍ନ ଦେଶର ପ୍ରଚଳିତ ମୁଦ୍ରା ତଥା ଡୁପ୍ଲେକ୍ସ ନାମକ ଜଣେ ରାଜାଙ୍କ ଅମଳର ସୋଫା ଓ ନିତ୍ୟ ବ୍ୟବହୃତ ଜିନିଷ ଆଦିକୁ ଏଠାରେ ସଂଗୃହୀତ କରି ରଖାଯାଇଛି।

ପଣ୍ଡିଚେରୀ ସମୁଦ୍ର: ଆଶ୍ରମ ପାଖରେ ରହିଛି ଏହି ସମୁଦ୍ର। ସନ୍ଧ୍ୟା ୫ଟାରୁ ସକାଳ ୭ଟା ଯାଏ ସମୁଦ୍ରପାଖ ଅଞ୍ଚଳରେ ଗାଡ଼ି ଚଳାଚଳକୁ ପ୍ରାୟତଃ ବନ୍ଦ କରିଦିଆଯାଏ। କାରଣ ଥଣ୍ଡାପବନ ସହ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟର ଅପୂର୍ବ ଶୋଭାକୁ ଉପଭୋଗ କରିବାକୁ ଏଠାରେ ସନ୍ଧ୍ୟାଠାରୁ ସକାଳ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଜମିଥାଏ।

ଫ୍ରେଞ୍ଚ କଲୋନୀ: ଆଶ୍ରମ ନିକଟରୁ ସମୁଦ୍ର ପର୍ଯ୍ୟନ୍ତ ଏହି କଲୋନୀଟି ବିସ୍ତାର। ଏହି କଲୋନୀରେ ରହିଛି ପ୍ରାୟ ୪୦୦ ପକ୍କାଘର, ଯାହା କେବଳ ଧଳା ଓ ଧୂସର ରଙ୍ଗରେ ରଙ୍ଗାୟିତ।

ରାଜ ନିବାସ (ଗଭର୍ନର୍ସ ପ୍ୟାଲେସ୍‌): ବର୍ତ୍ତମାନ ଏହା ପୁଡୁଚେରୀ ଲ୍ୟୁଟ୍‌ନାଣ୍ଟ ଗଭର୍ନରଙ୍କ ସରକାରୀ ନିବାସ ରୂପେ ବ୍ୟବହୃତ ହେଉଛି। ଭାରତ ଓ ଫ୍ରେଞ୍ଚ ଉଭୟ ଶୈଳୀର ବାସ୍ତୁକଳା ମିଶ୍ରଣରେ ଏହା ନିର୍ମାଣ ହୋଇଛି। ଜାନୁୟାରୀ ୨୬ରେ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଏ।

ଅନ୍ୟାନ୍ୟ ଆକର୍ଷଣ: ଆଶ୍ରମ ପାଖରେ ରହିଛି ଗଣେଶ ମନ୍ଦିର। ଶ୍ରୀଗଣେଶଙ୍କୁ ଏଠାରେ ସମସ୍ତେ ପ୍ରତ୍ୟକ୍ଷ ଦେବତା ଭାବେ ବିଶ୍ୱାସ କରିଥାନ୍ତି। ସେହିପରି ପଣ୍ଡିଚେରୀଠାରୁ ପ୍ରାୟ ୧୦ କି.ମି. ଦୂରରେ ରହିଛି ଅରୋଭିଲ୍‌। ଏହା ହେଉଛି ସ୍ଥାନୀୟ ଏକ ପବିତ୍ର ତୀର୍ଥସ୍ଥଳୀ।

ଜାଣିବା କଥା
ଏହି ଆଶ୍ରମ ଆଗନ୍ତୁକଙ୍କ ଦର୍ଶନ ନିମନ୍ତେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଏବଂ ପୁନର୍ବାର ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିଥାଏ। ଏଠାକୁ ପ୍ରବେଶ ନିମନ୍ତେ ଆଗନ୍ତୁଙ୍କଠାରୁ କୌଣସି ଶୁଳ୍କ ନିଆଯାଏ ନାହିଁ ସତ ହେଲେ ୩ ବର୍ଷରୁ କମ୍‌ ବୟସର ଶିଶୁ ଆଶ୍ରମକୁ ପ୍ରବେଶ କରିପାରିବେ ନାହିଁ। ଉକ୍ତ ଆଶ୍ରମରେ ଫଟୋ ଉଠାଇବା ପାଇଁ କାହାରିକୁ ଅନୁମତି ନ ଥାଏ। ଏଠାରେ ଶାନ୍ତି, ଶୃଙ୍ଖଳା, ନୀରବତା ଓ ସ୍ବଚ୍ଛତା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ। ତେଣୁ ପର୍ଯ୍ୟଟକଙ୍କୁ ଏଠାରେ କୋଳାହଳ ନ କରି ନୀରବତା ରକ୍ଷା କରିବାକୁ ପଡ଼ିଥାଏ। ତା’ଛଡ଼ା ଆଶ୍ରମ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କୁ ସେମାନଙ୍କର ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଅବା ସାଇଲେଣ୍ଟ ମୋଡ୍‌ରେ ରଖିବାକୁ ହୋଇଥାଏ। ଏଠାରେ ଧ୍ୟାନ ଓ ଯୋଗ ସମ୍ପର୍କିତ ଅନେକ ପୁସ୍ତକ (ଉଭୟ ଭାରତୀୟ ଓ ବିଦେଶୀ ଲେଖକଙ୍କ ଦ୍ୱାରା ଲିଖିତ) ମଧ୍ୟ ଉପଲବ୍ଧ ଅଛି। ପର୍ଯ୍ୟଟକ ଚାହିଁଲେ ସୁଲଭ ମୂଲ୍ୟରେ ଏହି ପୁସ୍ତକକୁ ଏଠାରୁ କିଣିପାରିବେ।

ତେବେ ଏମିତି ସବୁ ବୁଲିବା ଭିତରେ ସପ୍ତାହେ କେମିତି ବିତିଗଲା ଜଣା ପଡ଼ିଲାନି। ଆଶ୍ରମ, ଶ୍ରୀମାଙ୍କ କକ୍ଷ ଏବଂ ସନ୍ଧ୍ୟାରେ ସମୁଦ୍ରତଟର ଦୃଶ୍ୟକୁ ଛାଡ଼ି ଆସିବାକୁ ଇଚ୍ଛା ନ ଥିଲେ ମଧ୍ୟ ମୋତେ ମୋ ଗନ୍ତବ୍ୟସ୍ଥଳ ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଲା।

-ସ୍ନିଗ୍ଧା ତ୍ରିପାଠୀ, ପୁଣେ, ମହାରାଷ୍ଟ୍ର

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri