ବଂଶଧାରା ଉପରମୁଣ୍ଡରେ ଆନିକଟ ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର, ନିର୍ଭର ପ୍ରତିଶ୍ରୁତି ଦେଇ…

ଗୁଣପୁର,୧ା୫(ସୁଜାତା ପାଢ଼ୀ): ବଂଶଧାରା ନଦୀ ଉପରମୁଣ୍ଡରେ ଆନିକଟ ନିର୍ମାଣ ପାଇଁ ବଂଶଧାରା ଅବବାହିକା ସୁରକ୍ଷା ସମିତି ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ାଗସ୍ତରେ ଥିବା କେନ୍ଦ୍ର ଗ୍ରାମୀଣ ଉନ୍ନୟନ ତଥା କୃଷି ଓ କୃଷକ ସଶକ୍ତିକାରଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନୟନ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଭେଟି ବଂଶଧାରା ଉପର ମୁଣ୍ଡରେ ଆନିକଟ ନିର୍ମାଣ ଏକସୂତ୍ରୀ ଦାବିପତ୍ର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ସରକାର ଅବଗତ ଅଛନ୍ତି ଏବଂ ଏହା୍‌କୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ସେହିପରି କେନ୍ଦ୍ରମନ୍ତ୍ରୀ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଦାବିପତ୍ର ପ୍ରଦାନ ବେଳେ ବଂଶଧାରା ଅବବାହିକା ସୁରକ୍ଷା ସମିତିର କାର୍ଯ୍ୟକାରୀ ସଭାପତି ଅକ୍ଷୟ ଦାଶ, ସମିତିର ସଦସ୍ୟ ତଥା ଭାଜପା ରାଷ୍ଟ୍ରୀୟ ପରିଷଦର ସଦସ୍ୟ ଓ୍ବାଇ. ଗଣପତି,ଜିଲ୍ଲା ସୱତନ୍ତ୍ର ଉନୟନ ପରିଷଦ ର ଅଧକ୍ଷ ବିଦ୍ୟାଧର ଶବର, ଏମପି ପ୍ରାର୍ଥି କାଳୀରାମ ମାଝୀ ଓ ଯୁବ ନେତା ଅମର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share