ଭିନ୍ନ ମତ ରଖିଲେ ପୂଜା କମିଟି ସଦସ୍ୟ

କଟକ ଅଫିସ, ୧୮।୯: ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ପରଦା ଆଢୁଆଳରେ ପୂଜା କରିବା ପ୍ରସଙ୍ଗକୁ ନେଇ ଶୁକ୍ରବାର ସ୍ଥାନୀୟ ଦେଉଳସାହିସ୍ଥିତ ମୋନାଲିସା ପ୍ୟାଲେସ୍‌ରେ କଟକ ମହାନଗର ଓ ପୂର୍ବାଞ୍ଚଳ ଶାନ୍ତି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପୂଜାକମିଟି ସଦସ୍ୟ ଯୋଗଦେଇ ଭିନ୍ନଭିନ୍ନ ମତ ରଖିଥିଲେ। ଏମ୍‌ପି ଭର୍ତ୍ତୃହରି ମହତାବ ଯୋଗଦେଇ କହିଛନ୍ତି, ଉଭୟ ଶାନ୍ତ କମିଟି ଯାହା ନିଷ୍ପତ୍ତି ନେବ ତାହାକୁ ସମସ୍ତ କମିଟି ସଦସ୍ୟ ଗ୍ରହଣ କରିବେ। ହେଲେ ସରକାରଙ୍କ ୪ଫୁଟ ମୂର୍ତ୍ତି ଉଚ୍ଚତା ନିଷ୍ପତ୍ତି ସହ କେବେ ସହମତ ହୋଇପାରିବି ନାହିଁ ା ଆଶା ଓ ଆଶଙ୍କା ମଧ୍ୟରେ କଟକବାସୀ ଆଉ ରହିବାକୁ ଚାହୁଁ ନାହାନ୍ତି ବୋଲି ସେ କହିଛନ୍ତି ା ବୈଠକ ଶେଷ ନ ହେବା ପୂର୍ବରୁ ଉଭୟ ଶାନ୍ତି କମିଟି ସଭ୍ୟମାନେ ଉକ୍ତ ସ୍ଥାନ ଛାଡି ପଳାଇ ଯାଇଥିଲେ ା ଫଳରେ କୌଣସି ନିଷ୍କର୍ଷ ବାହାରିପାରିନାହିଁ। ଏନେଇ ମହାନଗର ଶାନ୍ତି କମିଟି ସମ୍ପାଦକ ଭିକାରୀ ଦାସ କହିଛନ୍ତି, ବୈଠକରେ ନିଷ୍କର୍ଷ ବାହାରିଲା ନାହିଁ। ହାଇକୋର୍ଟ ବାଲୁବଜାର ପୂଜା କମିଟିକୁ ଦେଇଥିବା ରାୟ ନେଇ ଆମେ ତର୍ଜମା କରୁଛୁ ା ଏନେଇ ଶନିବାର ଆମେ ନିଷ୍ପତ୍ତି ଶୁଣାଇବୁ ବୋଲି ସେ କହିଛନ୍ତି। ଉକ୍ତ ବୈଠକରେ କଂଗ୍ରେସ ନେତା ସୁରେଶ ମହାପାତ୍ର, ପୂର୍ବତନ ମନ୍ତ୍ରୀ ସମୀର ଦେ, ନଗର କଂଗ୍ରସ ସଭାପତି ଗିରିବାଳା ବେହେରା, ମହାନଗର ଶାନ୍ତି କମିଟି ସଭାପତି ପ୍ରଭାତ ତ୍ରିପାଠୀ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ମଣ୍ଡପରେ ୪ଫୁଟର ମୂର୍ତ୍ତି ନିର୍ମାଣ ଓ ପରଦା ଆଢୁଆଳରେ ପୂଜା କରିବା ପାଇଁ ନିଆଯାଇଥିବା ସରକାରୀ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କଟକ ମହାନଗର ଓ ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା। ୧୬ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ଏହି ଚିଠିର ଉତ୍ତର ଦେବେ ବୋଲି ଆଶା କରାଯାଇଥିଲା। ହେଲେ ଏହି ସମୟ ମଧ୍ୟରେ ଚିଠିର ଉତ୍ତର ନ ଆସିବାରୁ ଉକ୍ତ ବୈଠକ ଡକାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri