ମେଳଣ ପଡ଼ିଆ

ନିମାଇଁ ଚରଣ ଲେଙ୍କା

ଜୀବନ ଶୁଦ୍ଧ ଓ ନିର୍ମଳ ହେବା ପାଇଁ, ଆତ୍ମାର ବିକାଶ ପାଇଁ, ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ ପାଇଁ ଧର୍ମୀୟ ଜୀବନଯାପନ କରିବା ବିଧେୟ। ଏପରି ମହତ୍ତ୍ୱାକାଂକ୍ଷା ଉତ୍ତମ ଓ ଆବଶ୍ୟକ। କିନ୍ତୁ ଅନେକ ବ୍ୟକ୍ତି ଅଭିମାନବଶତଃ ପୂଜା, ପ୍ରତିଷ୍ଠା, ଉପହାର ବା ପୁରସ୍କାର ପାଇବା ପାଇଁ, ଜୟଜୟକାର, ଆତ୍ମପ୍ରଶଂସା ଓ ସ୍ତୁତି ଶୁଣିବା ପାଇଁ ବ୍ୟାକୁଳ ହୁଅନ୍ତି। ସେମାନେ ଯାହାନୁହନ୍ତି, ତା’ଠାରୁ ଅଧିକ ଯୋଗ୍ୟଭାବେ, ଗୁଣ ନ ଥାଇ ବି ମହାନ୍‌ ଗୁଣୀଭାବେ ପ୍ରଶଂସିତ ହୋଇ ନିଜକୁ କୃତ୍ୟକୃତ୍ୟ ମନେକରନ୍ତି। କୌଣସି କାର୍ଯ୍ୟ ନ ଥାଇ ସେମାନେ ସାଧାରଣ ବା ଇତର ବୋଲି ଭାବୁଥିବା ଲୋକଙ୍କୁ କାର୍ଯ୍ୟବ୍ୟସ୍ତତାର ବାହାନା କରନ୍ତି, କିନ୍ତୁ ସମାଜର ପ୍ରତ୍ୟେକ ସ୍ତରରେ ଅନଧିକାର ପ୍ରବେଶ କରିବାକୁ ଚେଷ୍ଟାକରନ୍ତି ଏବଂ ନିଜକୁ ସବୁଠାରୁ ଅଧିକ ଜ୍ଞାନୀ, କାର୍ଯ୍ୟବ୍ୟସ୍ତ ଓ ବିଖ୍ୟାତ ବୋଲି ବଡ଼ିମା ଦେଖାନ୍ତି। କିନ୍ତୁ ”ଯିଏ କହେ ସେ ଜାଣେନି, ଯିଏ ଜାଣେ ସେ କହିପାରେନି। ‘ଜଡା’ ଗୁଡ଼ ଖାଇଲାପରି ଖାଲି ମୁରୁକି ମୁରୁକି ହସୁଥାଏ“(ନାମାଚାର୍ଯ୍ୟ)। ”ସଂସାର ସେମାନଙ୍କ ସକାଶେ ଚାଲିଛି, ନଚେତ ଭାସିଯିବ“ ବୋଲି ସେମାନଙ୍କ ମନରେ ଦମ୍ଭଥାଏ। କିନ୍ତୁ ସେମାନେ ଗଲାପରେ ମଧ୍ୟ ସଂସାର ରହେ। ଏଭଳି ମିଥ୍ୟା ଅହଂକାର କରି, ସ୍ତୁତି ଓ ପ୍ରଶଂସା ଶୁଣିଶୁଣି ଅନେକ ମହାନ୍‌ ବ୍ୟକ୍ତିଙ୍କର ପତନ ଘଟିଛି। ସେଥିପାଇଁ କୁହାଯାଇଛି, ”ଅଭିମାନ-ସୁରାପାନ, ଗୌରବ-ରୌରବନର୍କ, ପ୍ରତିଷ୍ଠା-ଶୁକରୀବିଷ୍ଠା“।
ବ୍ୟକ୍ତିମାନେ ନିଜ ଜୀବନରୂପୀ ସୁନ୍ଦର ଉଦ୍ୟାନଟିକୁ ଏକଖୋଲା ‘ମେଳଣ ପଡ଼ିଆ’ କରିଦିଅନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ, ଯଦିି ଫୁଲଫଳଭରା କିଛି ବୃକ୍ଷଥିବା ଗୋଟିଏ ଜମିକୁ ଉତ୍ତମରୂପେ ବାଡ଼ବନ୍ଦୀ କିମ୍ବା ପ୍ରାଚୀର ନିର୍ମାଣ କରାଯାଇ ସୁରକ୍ଷିତ ରଖାଯାଏ, ତେବେ ତାହାର ବାସ୍ତୁଶକ୍ତି ଓ ମର୍ଯ୍ୟାଦା ବହୁଗୁଣ ବଢ଼ିଯାଏ ଏବଂ ଲୋକେ ତାହାକୁ ବଗିଚା, ବାଟିକା, ଉଦ୍ୟାନ ଆଦି କ଼ହନ୍ତି। ଜମିମାଲିକ ମଧ୍ୟ ସେଥିରୁ ପ୍ରଚୁର ଫୁଲଫଳ ପାଇପାରନ୍ତି। କିନ୍ତୁ ସେହିଜମି ଯଦି ସମ୍ପୂର୍ଣ୍ଣ ଅସୁରକ୍ଷିତ ବା ଉଜୁଡା ହୋଇଯାଏ, ଲୋକେ ତାକୁ ‘ମେଳଣ ପଡ଼ିଆ’ ବୋଲି କହନ୍ତି। ତାହା ସମସ୍ତଙ୍କ ପାଇଁ ଖୋଲାମେଲା ବା ଶସ୍ତା ହୋଇଯାଇ ତା’ର ମର୍ଯ୍ୟାଦା ହରାଇ ଥାଏ। ଯେପରି ଜଣେ ସ୍ଥାୟୀଦୋକାନୀଠାରୁ ବୁଲାବିକାଳିର ମର୍ଯ୍ୟାଦା ଊଣା ହୋଇଥାଏ, ଏହା ଠିକ୍‌ ସେହିପରି। ଶସ୍ତା ଲୋକପ୍ରିୟତା ଆଶାକରୁଥିବା ବ୍ୟକ୍ତିଙ୍କର ଏହି ଅବସ୍ଥା ହିଁ ହୁଏ। ଆମେ ସବୁଦିନ ପାଇଁ ଏହି ପୃଥିବୀକୁ ଆସିନାହୁଁ କିମ୍ବା ଆମର ଏ ଭୂମିକା ସ୍ଥାୟୀ ନୁହେଁ। ଯେଉଁମାନେ ଏହାକୁ ଅନୁଭବ କରିଛନ୍ତି, ଜାଣିଛନ୍ତି ଏବଂ ପୂର୍ଣ୍ଣଭାବେ ଗ୍ରହଣକରି ନେଇଛନ୍ତି, ଏହା ସେହିମାନଙ୍କର ବାର୍ତ୍ତା। ସେମାନେ ଆମକୁ ସମ୍ବୋଧନ କରିଛନ୍ତି,”ହେ ପୃଥିବୀ ଅଭିମୁଖେ ଆସିଥିବା ଯାତ୍ରୀମାନେ! ତୁମେ ନିଜନାମ ଓ ରୂପର ଊର୍ଦ୍ଧ୍ୱରେ ଥିବା ସେହି ଅମରାତ୍ମା। ବାସ୍ତବରେ ତୁମେ ଅବିନାଶୀ, ଶାଶ୍ୱତ ଓ ଅଜନ୍ମା ହୋଇଥିବାରୁ, ଏହି ଅସ୍ଥାୟୀ ଜଡ଼ଜଗତର ସ୍ଥାୟୀବାସିନ୍ଦା ନୁହଁ। ତୁମେ ଏହି ଦୃଶ୍ୟ ସ୍ଥୂଳଜଗତର ଅନ୍ତର୍ଗତ ନୁହଁ, ଯେହେତୁ ପରମାତ୍ମା ଏହାର ଅନ୍ତର୍ଗତ ନୁହନ୍ତି“। ତେଣୁ ଆମକୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ହେବ। ଆମେ କେବେ ବି ମଝିରାସ୍ତାରେ ବାଟବଣା ହେବାନାହିଁ କି ଶୋଇଯିବା ନାହିଁ। ଜୀବନର ଏହି ଲମ୍ବାରାସ୍ତାରେ ଆମକୁ ଆଗକୁ ଯିବାକୁ ହେବ। କିନ୍ତୁ ଆମମାନଙ୍କୁ ଲକ୍ଷ୍ୟଭ୍ରଷ୍ଟ କରିବାରେ ‘ବିକୃତ ମହତ୍ତ୍ୱାକାଂକ୍ଷା’ର ଯଥେଷ୍ଟ ଅବଦାନ ରହିଛି। ଜୀବନର ସ଼ହଜ ଓ ସ୍ବାଭାବିକ ମାର୍ଗରୁ ହଟାଇ ଏମାନେ ଆମକୁ ଭୁଲ୍‌ ରାସ୍ତାରେ ନେଇଯାଆନ୍ତି। ଏଥିପାଇଁ ଆମର ଯାହାକରିବା ଉଚିତ, ଆମେ ତାକୁ ଉପେକ୍ଷା କରି ନ କରିବା କାମକରୁ। ଜୀବନସହ ସମ୍ବନ୍ଧିତ ଅନ୍ୟ ସବୁକିଛି ହେଉଛି ଉପମାର୍ଗ ବା ଗଳିରାସ୍ତା। ଏଣୁ ଆମେ ଜୀବନର ରାଜମାର୍ଗ (ପ୍ରଧାନରାସ୍ତା)ରେ ହିଁ ଆଗେଇବାର ଦୃଢ଼ତା ରଖିବା ଉଚିତ। ସାବଧାନତା ଓ ଧ୍ୟାନର ସହ ଦୃଢ଼ସଂକଳ୍ପ ହୋଇ, ଛୋଟଛୋଟ କଥା, ପାର୍ଥିବସୁଖ, ମିଥ୍ୟା ଆତ୍ମପ୍ରଶଂସା ଓ ସ୍ତୁତି, ଧନ, ଯଶ ଓ ଲୋଭର ବଶବର୍ତ୍ତୀହୋଇ ଏହିମାର୍ଗରୁ ହଟିଯିବା ନାହିଁ। ଯେପରି ଭୋଗବିଳାସ ପଛରେ ଧାଉଁଥିବା ବ୍ୟକ୍ତି ନିଜେ ଭୋଗର ସାମଗ୍ରୀ ହୋଇଯାଇଛି ବୋଲି ଜାଣିପାରେ ନାହିଁ। ନିଜକୁ ଜଣେ ବଡ଼ କୁଶଳୀ ଶିକାରୀ ବୋଲି ଭାବୁଥିବା ବ୍ୟକ୍ତି ନିଜେ ହିଁ ମାୟାର ଶିକାର ହୋଇଯାଏ। ଆମେ ଯଦି ସେହି ଉପମାର୍ଗ (ଗଳିରାସ୍ତା)ରେ ପଶି ବାଟବଣା ହେଉ ବା ନିଜ ଚରମଲକ୍ଷ୍ୟ ପଥରୁ ଦୂରେଇଯାଉ, ତେବେ ଆମେ କିଛି ବି ନୋହୁଁ। କାରଣ ଏ ସବୁ ଭ୍ରମମାତ୍ର। ଯଦି ସଂସାର ଆମକୁ ବାଃ ବାଃ କରୁଛି, ଆମେ ଦୁଃଖକରିବା ଉଚିତ। କାରଣ ସଂସାର ମୋହ ଆମ ପାଖକୁ ଯେତେ ପାଖେଇ ଆସିବ, ଆମେ ଭଗବାନଙ୍କ ନିକଟରୁ ସେତେ ଦୂରେଇଯିବା। ଆମେ ସଂସାରରେ ଯେତେ ଚିହ୍ନାହେବା, ତାଙ୍କ ପାଖରେ ସେତେ ଅଚିହ୍ନାହେବା। ଆମେ ସଂସାରର ଯେତେ ସ୍ମୃତିରେ ରହିବା, ପ୍ରଭୁଙ୍କର ସେତେ ବିସ୍ମୃତିରେ ରହିବା। ଆମର ମହତ୍ତ୍ୱାକାଂକ୍ଷା କେତେ ଯଥାର୍ଥ ଓ ଉପଯୋଗୀ ବୋଲି ବିବେକପୂର୍ଣ୍ଣ ବୁଦ୍ଧିରେ ଆମେ ଚିନ୍ତାକରିବା ଉଚିତ। ନିକୃଷ୍ଟ ସ୍ତରର ଆକାଂକ୍ଷା ହୋଇଥିଲେ ତାହା ତ୍ୟାଗକରିବା ଉଚିତ। କେବଳ ଶ୍ରେଷ୍ଠତ୍ୱ ଦିଗରେ ନେଇଯାଉଥିବା ମହତ୍ତ୍ୱାକାଂକ୍ଷା ହିଁ ଶ୍ରେୟସ୍କର। ତେଣୁ ପ୍ରତ୍ୟେକ କର୍ମକୁ ଆମେ ଯଦି ଏହିଭଳି ନିର୍ବାହ କରିବା, ଆମଜୀବନ କୃତାର୍ଥ ହୋଇଯିବ।
ମୋ: ୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri