ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦାକୁ ବିନା ନେଟ୍ୱର୍କ ସମସ୍ୟାରେ ସଫଳତାର ସହ ପୂରଣ କରିଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଏପ୍ରିଲ ୩୦ରେ ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୫.୪ ଡିଗ୍ରୀ ସେଲ୍ସିୟସ ହୋଇଥିବା ବେଳେ ବିଦ୍ୟୁତ୍ ଚାହିଦା ୬୨୭ ମେଗାୱାଟ୍ରେ ପହଞ୍ଚତ୍ଥିଲା। ଟିପିସିଓଡିଏଲ୍ ଅଞ୍ଚଳରେ ଗତ ବର୍ଷ ସର୍ବାଧିକ ବିଦ୍ୟୁତ୍ ଚାହିଦା ୧୮୭୬ ମେଗାୱାଟ୍ ଥିବାବେଳେ ସେଥିମଧ୍ୟରୁ ୫୧୪ ମେଗାୱାଟ୍ କେବଳ ଭୁବନେଶ୍ୱରରେ ଥିଲା। ଏପରିକି ଚଳିତ ଗ୍ରୀଷ୍ମ ଋତୁରେ ବର୍ତ୍ତମାନ ସୁଦ୍ଧା କମ୍ପାନୀର ପରିଚାଳନା କ୍ଷେତ୍ରରେ ସର୍ବାଧିକ ଚାହିଦା ୧୫% ଏବଂ ଭୁବନେଶ୍ୱର ସହରର ୨୨% ବୃଦ୍ଧି ପାଇଛି। ଚଳିତ ଗ୍ରୀଷ୍ମ ଋତୁରେ ବଢୁଥିବା ବିଦ୍ୟୁତ୍ ଚାହିଦା ମଧ୍ୟରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଡିସ୍କମ୍ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସମଗ୍ର ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଦ୍ୟୁତ୍ ବିତରଣ ନେଟ୍ୱର୍କ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏହାର ୩୦ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ବିଦ୍ୟୁତ୍ ଯୋଗାଣର ବିଶ୍ୱସନୀୟତାରେ ଉନ୍ନତି ଆଣିବା ପାଇଁ ଥର୍ମୋସ୍କାନିଂ, ଅଲ୍ଟ୍ରା-ସୋନିକ୍ ଟେଷ୍ଟିଂ, ୱେଜ୍ କନେକ୍ଟର ସ୍ଥାପନ, ଟ୍ରାନ୍ସଫର ମନିଟରିଂ ୟୁନିଟ୍କୁ ବ୍ୟବହାରକରି ଅଟୋ ଟ୍ୟାପ୍ ଚେଞ୍ଜର ଭଳି ପ୍ରଯୁକ୍ତି କାର୍ଯ୍ୟକାରୀ କରାଯାଇଥିଲା ଏବଂ ୩୩ କେଭି ରିଙ୍ଗ ମେନ୍ ୟୁନିଟ୍ର ଅଟୋମେଶନ, ଫଲ୍ଟ ପାସେଜ୍ ଇଣ୍ଡିକେଟର ବ୍ୟବହାର କରି ଦ୍ରୁତ ଗତିରେ ତ୍ରୁଟି ଚିହ୍ନଟକରି ଅଲଗା କରିବା, ବିତରଣ ନେଟ୍ୱର୍କ ବ୍ୟବସ୍ଥାକୁ ସୁଦଢ଼ କରିବା ପାଇଁ ଏଲ୍ଟି ପାର୍ଶ୍ୱରେ ତ୍ରୁଟିକୁ ସମାଧାନକରି ଏଲ୍ଟି ସୁରକ୍ଷା ଭରସାରେ ଉନ୍ନତି ଆଣିବା ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏ ନେଇ ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି, ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ଗ୍ରାହକଙ୍କୁ ସୁରକ୍ଷିତ ରହିବାକୁ ଅନୁରୋଧ କରୁଛୁ। ବଢ଼ୁଥିବା ବିଦ୍ୟୁତ୍ ଚାହିଦା ପୂରଣ କରିବା ପାଇଁ ଆମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛୁ। ଆମେ ଆମର ସମସ୍ତ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ପ୍ରତିବଦ୍ଧ ରହିଛୁ। ଆମେ ପ୍ରଯୁକ୍ତିରେ ଉନ୍ନତି ଆଣୁଛୁ, ଭୂମି ରକ୍ଷଣାବେକ୍ଷଣ ପାଇଁ ୮୦୦୦ରୁ ଅଧିକ ଲାଇନମ୍ୟାନ୍ ନିୟୋଜନ କରିଛୁ।
ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…
ନୂଆଦିଲ୍ଲୀ/ତେହରାନ୍,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…
ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…
ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…
ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା
ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…
ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ
କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…
ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…
ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ
ତେହରାନ୍,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…
ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..
ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…
ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା
ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…
Archives

