ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦାକୁ ବିନା ନେଟ୍ୱର୍କ ସମସ୍ୟାରେ ସଫଳତାର ସହ ପୂରଣ କରିଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଏପ୍ରିଲ ୩୦ରେ ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୫.୪ ଡିଗ୍ରୀ ସେଲ୍ସିୟସ ହୋଇଥିବା ବେଳେ ବିଦ୍ୟୁତ୍ ଚାହିଦା ୬୨୭ ମେଗାୱାଟ୍ରେ ପହଞ୍ଚତ୍ଥିଲା। ଟିପିସିଓଡିଏଲ୍ ଅଞ୍ଚଳରେ ଗତ ବର୍ଷ ସର୍ବାଧିକ ବିଦ୍ୟୁତ୍ ଚାହିଦା ୧୮୭୬ ମେଗାୱାଟ୍ ଥିବାବେଳେ ସେଥିମଧ୍ୟରୁ ୫୧୪ ମେଗାୱାଟ୍ କେବଳ ଭୁବନେଶ୍ୱରରେ ଥିଲା। ଏପରିକି ଚଳିତ ଗ୍ରୀଷ୍ମ ଋତୁରେ ବର୍ତ୍ତମାନ ସୁଦ୍ଧା କମ୍ପାନୀର ପରିଚାଳନା କ୍ଷେତ୍ରରେ ସର୍ବାଧିକ ଚାହିଦା ୧୫% ଏବଂ ଭୁବନେଶ୍ୱର ସହରର ୨୨% ବୃଦ୍ଧି ପାଇଛି। ଚଳିତ ଗ୍ରୀଷ୍ମ ଋତୁରେ ବଢୁଥିବା ବିଦ୍ୟୁତ୍ ଚାହିଦା ମଧ୍ୟରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଡିସ୍କମ୍ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସମଗ୍ର ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଦ୍ୟୁତ୍ ବିତରଣ ନେଟ୍ୱର୍କ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏହାର ୩୦ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ବିଦ୍ୟୁତ୍ ଯୋଗାଣର ବିଶ୍ୱସନୀୟତାରେ ଉନ୍ନତି ଆଣିବା ପାଇଁ ଥର୍ମୋସ୍କାନିଂ, ଅଲ୍ଟ୍ରା-ସୋନିକ୍ ଟେଷ୍ଟିଂ, ୱେଜ୍ କନେକ୍ଟର ସ୍ଥାପନ, ଟ୍ରାନ୍ସଫର ମନିଟରିଂ ୟୁନିଟ୍କୁ ବ୍ୟବହାରକରି ଅଟୋ ଟ୍ୟାପ୍ ଚେଞ୍ଜର ଭଳି ପ୍ରଯୁକ୍ତି କାର୍ଯ୍ୟକାରୀ କରାଯାଇଥିଲା ଏବଂ ୩୩ କେଭି ରିଙ୍ଗ ମେନ୍ ୟୁନିଟ୍ର ଅଟୋମେଶନ, ଫଲ୍ଟ ପାସେଜ୍ ଇଣ୍ଡିକେଟର ବ୍ୟବହାର କରି ଦ୍ରୁତ ଗତିରେ ତ୍ରୁଟି ଚିହ୍ନଟକରି ଅଲଗା କରିବା, ବିତରଣ ନେଟ୍ୱର୍କ ବ୍ୟବସ୍ଥାକୁ ସୁଦଢ଼ କରିବା ପାଇଁ ଏଲ୍ଟି ପାର୍ଶ୍ୱରେ ତ୍ରୁଟିକୁ ସମାଧାନକରି ଏଲ୍ଟି ସୁରକ୍ଷା ଭରସାରେ ଉନ୍ନତି ଆଣିବା ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏ ନେଇ ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି, ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ଗ୍ରାହକଙ୍କୁ ସୁରକ୍ଷିତ ରହିବାକୁ ଅନୁରୋଧ କରୁଛୁ। ବଢ଼ୁଥିବା ବିଦ୍ୟୁତ୍ ଚାହିଦା ପୂରଣ କରିବା ପାଇଁ ଆମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛୁ। ଆମେ ଆମର ସମସ୍ତ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ପ୍ରତିବଦ୍ଧ ରହିଛୁ। ଆମେ ପ୍ରଯୁକ୍ତିରେ ଉନ୍ନତି ଆଣୁଛୁ, ଭୂମି ରକ୍ଷଣାବେକ୍ଷଣ ପାଇଁ ୮୦୦୦ରୁ ଅଧିକ ଲାଇନମ୍ୟାନ୍ ନିୟୋଜନ କରିଛୁ।
ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…
ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

