Odisha Elections 2024

ରେକର୍ଡ ପରିମାଣର ବିଦ୍ୟୁତ୍‌ ଚାହିଦା ପୂରଣ

ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍‌’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦାକୁ ବିନା ନେଟ୍‌ୱର୍କ ସମସ୍ୟାରେ ସଫଳତାର ସହ ପୂରଣ କରିଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଏପ୍ରିଲ ୩୦ରେ ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୫.୪ ଡିଗ୍ରୀ ସେଲ୍‌ସିୟସ ହୋଇଥିବା ବେଳେ ବିଦ୍ୟୁତ୍‌ ଚାହିଦା ୬୨୭ ମେଗାୱାଟ୍‌ରେ ପହଞ୍ଚତ୍ଥିଲା। ଟିପିସିଓଡିଏଲ୍‌ ଅଞ୍ଚଳରେ ଗତ ବର୍ଷ ସର୍ବାଧିକ ବିଦ୍ୟୁତ୍‌ ଚାହିଦା ୧୮୭୬ ମେଗାୱାଟ୍‌ ଥିବାବେଳେ ସେଥିମଧ୍ୟରୁ ୫୧୪ ମେଗାୱାଟ୍‌ କେବଳ ଭୁବନେଶ୍ୱରରେ ଥିଲା। ଏପରିକି ଚଳିତ ଗ୍ରୀଷ୍ମ ଋତୁରେ ବର୍ତ୍ତମାନ ସୁଦ୍ଧା କମ୍ପାନୀର ପରିଚାଳନା କ୍ଷେତ୍ରରେ ସର୍ବାଧିକ ଚାହିଦା ୧୫% ଏବଂ ଭୁବନେଶ୍ୱର ସହରର ୨୨% ବୃଦ୍ଧି ପାଇଛି। ଚଳିତ ଗ୍ରୀଷ୍ମ ଋତୁରେ ବଢୁଥିବା ବିଦ୍ୟୁତ୍‌ ଚାହିଦା ମଧ୍ୟରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଡିସ୍‌କମ୍‌ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସମଗ୍ର ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଦ୍ୟୁତ୍‌ ବିତରଣ ନେଟ୍‌ୱର୍କ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏହାର ୩୦ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ବିଦ୍ୟୁତ୍‌ ଯୋଗାଣର ବିଶ୍ୱସନୀୟତାରେ ଉନ୍ନତି ଆଣିବା ପାଇଁ ଥର୍ମୋସ୍କାନିଂ, ଅଲ୍‌ଟ୍ରା-ସୋନିକ୍‌ ଟେଷ୍ଟିଂ, ୱେଜ୍‌ କନେକ୍ଟର ସ୍ଥାପନ, ଟ୍ରାନ୍ସଫର ମନିଟରିଂ ୟୁନିଟ୍‌କୁ ବ୍ୟବହାରକରି ଅଟୋ ଟ୍ୟାପ୍‌ ଚେଞ୍ଜର ଭଳି ପ୍ରଯୁକ୍ତି କାର୍ଯ୍ୟକାରୀ କରାଯାଇଥିଲା ଏବଂ ୩୩ କେଭି ରିଙ୍ଗ ମେନ୍‌ ୟୁନିଟ୍‌ର ଅଟୋମେଶନ, ଫଲ୍ଟ ପାସେଜ୍‌ ଇଣ୍ଡିକେଟର ବ୍ୟବହାର କରି ଦ୍ରୁତ ଗତିରେ ତ୍ରୁଟି ଚିହ୍ନଟକରି ଅଲଗା କରିବା, ବିତରଣ ନେଟ୍‌ୱର୍କ ବ୍ୟବସ୍ଥାକୁ ସୁଦଢ଼ କରିବା ପାଇଁ ଏଲ୍‌ଟି ପାର୍ଶ୍ୱରେ ତ୍ରୁଟିକୁ ସମାଧାନକରି ଏଲ୍‌ଟି ସୁରକ୍ଷା ଭରସାରେ ଉନ୍ନତି ଆଣିବା ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏ ନେଇ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍‌ ସିଂହ କହିଛନ୍ତି, ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ଗ୍ରାହକଙ୍କୁ ସୁରକ୍ଷିତ ରହିବାକୁ ଅନୁରୋଧ କରୁଛୁ। ବଢ଼ୁଥିବା ବିଦ୍ୟୁତ୍‌ ଚାହିଦା ପୂରଣ କରିବା ପାଇଁ ଆମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛୁ। ଆମେ ଆମର ସମସ୍ତ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ପ୍ରତିବଦ୍ଧ ରହିଛୁ। ଆମେ ପ୍ରଯୁକ୍ତିରେ ଉନ୍ନତି ଆଣୁଛୁ, ଭୂମି ରକ୍ଷଣାବେକ୍ଷଣ ପାଇଁ ୮୦୦୦ରୁ ଅଧିକ ଲାଇନମ୍ୟାନ୍‌ ନିୟୋଜନ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ

ଭୁବନେଶ୍ୱର,୧୮।୫ (ଅନୁରାଧା ମହାରଣା): ଭାରତର ସର୍ବବୃହତ୍‌ ପାର୍କ ଚେନ୍‌ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍‌ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି....

ଓସ୍‌ମେ ମହିଳା ଶିଳ୍ପୋଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ତଥା କଟକ ଖପୁରିଆ ଶିଳ୍ପାଞ୍ଚଳଠାରେ ଥିବା ଓଡ଼ିଶା ଆସମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ ବା...

ଓସିପିଏଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୫: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଓସିପିଏଲ୍‌)ର ମନୋହରପୁର ୟୁନିଟ୍‌ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଭି-ମାର୍ଟର ନୂତନ ଟି-ଶାର୍ଟ ରେଞ୍ଜ

ନୂଆଦିଲ୍ଲୀ,୧୮।୫: ଦେଶର ପ୍ରମୁଖ ଫ୍ୟାଶନ ରିଟେଲର ଭି-ମାର୍ଟ (ଭି-ମାର୍ଟ ରିଟେଲ ଲିମିଟେଡ୍‌)ର ନୂତନ ଟି-ଶାର୍ଟ ରେଞ୍ଜ ନିକଟରେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ଆକଳନ ୬.୯% ପର୍ଯ୍ୟନ୍ତ ବୃଦ୍ଧି କଲା ଜାତିସଂଘ

ନୂଆଦିଲ୍ଲୀ,୧୭।୫: ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି...

ଏପ୍ରିଲରେ ୧୧,୬୫୬ ୟୁନିଟ୍‌ ଟ୍ରାକ୍ଟର ବିକ୍ରି

ଭୁବନେଶ୍ୱର,୧୭ା୫: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ‘ସୋନାଲିକା’ର ମାସିକ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। କମ୍ପାନୀର ଘୋଷଣା ଅନୁଯାୟୀ ୨୦୨୪ ଏପ୍ରିଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri